ଶ୍ରାବଣ ବ୍ରତରେ ଖାଆନ୍ତୁ ଏସବୁ, ମଜବୁତ ହେବ ରୋଗପ୍ରତିରୋଧକ ଶକ୍ତି


୬ ଜୁଲାଇରୁ ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଚଳିତ ବର୍ଷ ଶିବଜୀଙ୍କ ଭକ୍ତଙ୍କୁ ୫ ପାଳି ସୋମବାର ବ୍ରତ କରିବାକୁ ପଡ଼ିବ। କେତେକ ଲୋକ ପୂରା ଶ୍ରାବଣ ମାସ ବ୍ରତ ରଖିଥାନ୍ତି। କୋରୋନା ଭାଇରସ ସମୟରେ ଏହି ମାସ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବାର ମଧ୍ୟ ସାହାଯ୍ୟ କରିପାରେ। ଏହି ବ୍ରତରେ ଡାଏଟରେ ଏପରି କିଛି ସାମିଲ୍ କରିପାରିବେ, ଯାହା ରୋଗପ୍ରତିରୋଧକ ଶକ୍ତକୁ ମଜବୁତ କରିପାରେ।

ସମକ ରାଇସ୍
ଶ୍ରାବଣ ବ୍ରତରେ ଆପଣ ସମକ ରାଇସ୍ କିମ୍ବା ସେଥିରେ ତିଆରି କିଛି ଖାଦ୍ୟ ଖାଇପାରିବେ। ଏହା ଶରୀରର ଡିଟକ୍ସିଫିକେସନ୍ ପ୍ରକ୍ରିୟା ବଢ଼ାଇଥାଏ ଓ ପାଚନ ଶକ୍ତିକୁ ଉମ କରିଥାଏ।

ଶାଗ
ଶ୍ରାବଣ ମାସରେ ଶାଗ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଏହି ଋତୁରେ ଭିଟାମିନ୍ ସି, ଭିଟାମିନ୍ କେ ଓ ଆଇରନ୍‌ରେ ଭରପୂର ପନିପରିବା ରୋଗପ୍ରତିରୋଧକ ଶକ୍ତି ପାଇଁ ଜବରଦସ୍ତ କାମ କରିଥାଏ। ଆପଣ ଏହାର ତରକାରୀ, ସାଲାଡ଼ ଓ ସୁପ୍ ସେବନ କରିପାରିବେ।

ଡ୍ରାଏ ଫ୍ରୁଟ୍ସ
ଶ୍ରାବଣ ବ୍ରତ ସମୟରେ ଆପଣ ଡ୍ରାଏ ଫ୍ରୁଟ୍ ସେବନ କରିପାରିବେ। ଅଖରୋଟ, ବାଦାମ, ଖଜରା, ପିସ୍ତା ଓ କିସ୍ମିଶ୍ ଭଳି ଡ୍ରାଏ ଫ୍ରୁଟ୍‌ରେ ଏମିତି ଅନେକ କିଛି ଭିଟାମିନ୍ ରହିଛି, ଯାହା ଶରୀରକୁ ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ରୋଗପ୍ରତିରୋଧ ଶକ୍ତିକୁ ମଜବୁତ କରେ।

ମଖାନା
ଜିରୋ କ୍ୟାଲୋରୀଯୁକ୍ତ ମଖାନା ରକ୍ତରୁ ବିଷାକ୍ତ ପଦାର୍ଥକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରେ। ଏହାକୁ ଭାଜି ଖାଇବା ବ୍ୟତୀତ ତରକାରୀ, ଖିରୀ ଭାବେ ମଧ୍ୟ ସେବନ କରିପାରିବେ।

ସିଘଂଡ଼ା ଅଟା
ଆୟୁର୍ବେଦରେ ସିଘଂଡ଼ାକୁ ପୋଷକତ୍ବର ଖଣି ବୋଲି କୁହାଯାଏ। ଶ୍ରାବଣ ବ୍ରତରେ ଆପଣ ସିଘଂଡ଼ାର ଅଟାରେ ତିଆରି ରୁଟି ଓ ହାଲଓ୍ୱା ସେବନ କରିପାରିବେ। ଏଥିରେ ଥିବା ଭିଟାମିନ୍ ଏ, ଭିଟାମିନ୍ ବି ଓ ଭିଟାମିନ୍ ସି ବ୍ୟତୀତ କାର୍ବୋହାଇଡ୍ରେଟ୍ ରହିଛି।

ଋତୁକାଳୀନ ଫଳ
ସକାଳ ଜଳଖିଆର ଏକ ଘଣ୍ଟା ପରେ ଆପଣ ପ୍ରୁଟ୍‌କୁ ଖାଇପାରିବେ। ଏପରିସ୍ଥଳେ ସିଜନାଲ ଫ୍ରୁଟ୍ ବା ଋତୁକାଳୀନ ଫଳ ଖାଇବା ଲାଭଦାୟକ ହୋଇପାରେ। ଏହି ଋତୁରେ ଆମ୍ବ ବେଶୀ ମାତ୍ରାରେ ମିଳିଥାଏ ଆପଣ ଚାହିଲେ ଆମ୍ବ କିମ୍ବା ଅନ୍ୟାନ୍ୟ ଫଳ ଖାଇପାରିବେ ଫଳ ଜୁସ୍ ମଧ୍ୟ ଏକ ଉମ ବିକଳ୍ପ ଅଟେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ