ବାଂଲାଦେଶ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିରେ ବେଙ୍ଗଲ ପ୍ରତିବନ୍ଧକ


ନୂଆଦିଲ୍ଲୀ: ବାଂଲାଦେଶ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବାଧା ସୃଷ୍ଟି କରୁଥିବା ଦୃଷ୍ଟିକୁ ଆସିଛି। ପଶ୍ଚିମବଙ୍ଗ ସୀମାନ୍ତ ପେଟ୍ରାପୋଲ-ବେନାପୋଲ ଦେଇ ବାଂଲାଦେଶରୁ ଆସୁଥିବା ଟ୍ରକକୁ ଅନୁମତି ଦେଉ ନ ଥିବାରୁ ସମସ୍ୟା ଦେଖାଦେଇଛି। ଗତ ମାର୍ଚ୍ଚରୁ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏନେଇ ବେଙ୍ଗଲ ସରକାରଙ୍କୁ ବାରମ୍ବାର ତାଗିଦ କରାଯିବା ସତ୍ତ୍ବେ ତାହାକୁ ରାଜ୍ୟ ସରକାର ପାଳନ କରୁ ନାହାନ୍ତି। ଏହା ସଂଘୀୟ ଆଇନର ଖୋଲା ଉଲ୍ଲଙ୍ଘନ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି। କେନ୍ଦ୍ର-ରାଜ୍ୟ ମତଭେଦ କାରଣରୁ ସଂଘୀୟ ଆଇନ ନ ମାନିବା ଠିକ ନୁହେଁ ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ବେଙ୍ଗଲ ସରକାରଙ୍କ ପାଇଁ ବାଂଲାଦେଶ ସହ ଦ୍ବିପାକ୍ଷିକ କାରବାର ୪୨୪ ନିୟୁତ ଡାଲାର ହ୍ରାସ ପାଇଛି। ୨୦୧୯ ଏପ୍ରିଲ-ମେ’ରେ ଦୁଇ ଦେଶ ମଧ୍ୟରେ କାରବାର ୨ ବିଲିୟନ ଡଲାର ରହିଥିଲା ବେଳେ ୨୦୨୦ ଏପ୍ରିଲ-ମେ’ରେ କମିଛି। ଏପରିକି ବର୍ଷର ପ୍ରଥମ ୫ ମାସରେ ମଧ୍ୟ କାରବାର ଗତବର୍ଷ ତୁଳନାରେ ବହୁତ କମିଛି। ଗତବର୍ଷ ପ୍ରଥମ ୫ ମାସରେ କାରବାର ୪.୧ ବିଲିଅନ ଡଲାର ରହିଥିଲା ବେଳେ ଚଳିତ ବର୍ଷ ତାହା ୨.୯ ନିୟୁତ ଡଲାରକୁ କମିଛି। 

ଏହାକୁ ନେଇ ବାଂଲାଦେଶ ସରକାର ପ୍ରତିକ୍ରିୟା ପ୍ରକାଶ କରିବା ସହ ଜୁଲାଇ ୧ରୁ ଭାରତୀୟ ଟ୍ରକକୁ ବାଂଲାଦେଶ ସୀମା ଭିତରକୁ ପ୍ରବେଶ କରିବାକୁ ଅନମୁତି ଦେଉ ନାହାନ୍ତି। ଯଦିଓ ୧୦୬ଟି ଟ୍ରକ ବାଂଲାଦେଶ ସୀମା ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ପାଇଥିବା କୁହାଯାଉଛି, ତଥାପି କିଛି ଟ୍ରକ ଅନୁମତି ନ ପାଇବାରୁ ଫେରିବା ଦୁଇ ଦେଶ ସମ୍ପର୍କରେ ବାଧା ଉପୁଜାଇଛି। ତ୍ରିପୁରା ଦେଇ ବାଂଲାଦେଶରୁ ଆମଦାନି ପାଇଁ କୌଣସି ଅସୁବିଧା ନ ଥିଲା ବେଳେ ପେଟ୍ରାପୋଲ-ବେନାପୋଲ ଦେଇ କାହିଁକି ବେଙ୍ଗଲ ସରକାର ବାଂଲାଦେଶ ଟ୍ରକକୁ ଅନୁମତି ଦେଉ ନାହାନ୍ତି, ତାହା ସ୍ପଷ୍ଟ ହୋଇନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ