ଲକ୍ଷଣରୁ ଜାଣନ୍ତୁ ଡେଙ୍ଗୁ ଜ୍ବର ନା କୋରୋନା ଭାଇରସ


ମୌସୁମୀ ଆସିବା ପରେ ଲୋକଙ୍କୁ ଗରମରୁ ମୁକ୍ତି ମିଳିଥାଏ ସତ, ହେଲେ ମଶା କାମୁଡ଼ା ମଧ୍ୟ ବଢ଼ିଯାଏ। ପୂର୍ବରୁ କୋରୋନା ଭାଇରସ ସାରା ବିଶ୍ବରେ ତାଣ୍ଡବ କରି ଚାଲିଥିବାବେଳେ ଏବେ ଡେଙ୍ଗୁ ମଧ୍ୟ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। କୋରୋନା ହେଉ ବା ଡେଙ୍ଗୁ ଦୁଇଟିଯାକ ଅବସ୍ଥାରେ ଜ୍ବର, ଥକା ଲାଗିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। କିନ୍ତୁ ବିଶେଷ ଧ୍ୟାନ ଦେଲେ ଦୁଇଟିଯାକ ମଧ୍ୟରେ ପ୍ରଭେଦ ଜାଣିପାରିବେ। ଚାଲନ୍ତୁ ଜାଣିବା ସେହି ଲକ୍ଷଣ ସମ୍ପର୍କରେ।

ଡେଙ୍ଗୁର ଲକ୍ଷଣ

ଜ୍ବର ସହିତ ମୁଣ୍ଡ ବୁଲାଇବା, ବାରମ୍ବାର ବାନ୍ତି ଲାଗିବା, ଶରୀର ଫୁଲିବା ଓ ଯନ୍ତ୍ରଣା ହେବା, ଥକା ଲାଗିବା, ହୃତସ୍ପନ୍ଦନ ବଢ଼ିଯିବା, ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବା, ପେଟ ଯନ୍ତ୍ରଣା ଓ ଖରାପ ହେବା, ଶରୀରରେ ରାଶେସ ହେବା, ଦାନ୍ତ ମାଢ଼ିରୁ ରକ୍ତ ପଡ଼ିବା ସହିତ ରକ୍ତ ବାନ୍ତି ହେବା ଆଦି ଡେଙ୍ଗୁର ଲକ୍ଷଣ।

କୋରୋନାର ଲକ୍ଷଣ
ସେହିପରି ପ୍ରବଳ ଜ୍ବର ହେବା, ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବା ସହିତ କାଶରେ କଫ ପଡ଼ିବା, ଡାଇରିଆ ହେବା, ସ୍ବାଦ ଓ ବାସ୍ନା ବାରି ନ ହେବା, ଅଣ୍ଟା ଯନ୍ତ୍ରଣା ହେବା ଓ ସ୍କିନ୍ ଆଲର୍ଜି ହେବା ଆଦି କୋରୋନାର ଲକ୍ଷଣ ଅଟେ।

କେମିତି ରକ୍ଷା ପାଇବେ

ଦୁଇଟି ଯାକ ରୋଗର ଲକ୍ଷଣ ଯେମିତି ହେଉ ନା କାହିଁକି, ଏହାର ଶିକାର ହେବାରୁ ରକ୍ଷା ପାଇବା ଉଚିତ। ଏଥିପାଇଁ ସର୍ବପ୍ରଥମେ ଡାକ୍ତରଙ୍କ ପରାମର୍ଶ ତୁରନ୍ତ ନିଅନ୍ତୁ। ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଜିନିଷ ସେବନ କରନ୍ତୁ।

ଗିଲୋୟ
ଗିଲୋୟକୁ ପାଣିରେ ଫୁଟାଇ ଛାଣି ଦିଅନ୍ତୁ। ଏହାକୁ ଥଣ୍ଡା କରି ସେବନ କରନ୍ତୁ। ସାରା ଦିନ ଅଳ୍ପ ଅଳ୍ପ କରି ଏହି ପାଣି ପିଅନ୍ତୁ।

ଅମୃତଭଣ୍ଡା ପତ୍ର ଜୁସ୍
ଅମୃତଭଣ୍ଡା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏଥିପାଇଁ ଅମୃତଭଣ୍ଡା ପତ୍ରକୁ ଫୁଟାଇ ଏହାର ଜୁସ୍ ବାହାର କରନ୍ତୁ। ଦିନରେ ଏହାକୁ ୨ରୁ ୩ଥର ସେବନ କରିପାରିବେ।

ହଳଦୀ କ୍ଷୀର

ପ୍ରତ୍ୟେକ ଦିନ ରାତିରେ ୧ଗ୍ଲାସ୍ କ୍ଷୀରରେ କିଛି ମାତ୍ରାରେ ହଳଦୀ ମିଶାଇ ସେବନ କରନ୍ତୁ। ଏହା ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ କାମ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ