ଗରମ ଦିନେ ତିଆରି କରନ୍ତୁ ଥଣ୍ଡାଇ ରସମଲାଇ


ଗରମ ଦିନେ ସମସ୍ତଙ୍କୁ କିଛି ନା କିଛି ଥଣ୍ଡା ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ। ଏପରିସ୍ଥଳେ ଆଜି ଏଠାରେ ଥଣ୍ଡାଇ ରସମଲାଇର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଏହା ତିଆରି କରିବା ମଧ୍ୟ ବହୁତ ସହଜ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଘରେ କିପରି ଥଣ୍ଡାଇ ରସମଲାଇ ତିଆରି କରିବେ।

କ’ଣ ଦରକାର

କ୍ଷୀର ଦୁଇ କପ୍, ୩ କପ୍ ଚିନି, ୧ ଚାମଚ ଗୁଜୁରାତି ଗୁଣ୍ଡ, ୨ ଚାମଚ ତରଭୁଜ ମଞ୍ଜି, ୨ ଚାମଚ ପୁଦିନା, ୩ ଲିଟର ପାଣି, ୧ ଟେବଲସ୍ପୁନ୍ ପାନମଧୁରୀ, ୨ ଚାମଚ ବାଦାମ, ୧ ଚାମଚ ଗୋଲାପ ଜଳ, ଅଧ କପ୍ ଶୁଖିଲା ଗୋଲାପର ପାଖୁଡ଼ି, ୧ ଚାମଚ ରିଫାଇନ୍ଡ ଅଟା, ୭ ଟେବଲସ୍ପୁନ୍ ଭିନେଗାର, ୪କପ୍ ଚିନି, ୨ ଲିଟର କ୍ଷୀର।

ପ୍ରସ୍ତୁତ ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ବାଦାମ, ପିସ୍ତା ଓ ତରଭୂଜ ମଞ୍ଜିକୁ ୩ରୁ ୪ ଘଣ୍ଟା ଯାଏ ଭିଜାଇ ରଖନ୍ତୁ। ଏହା ନରମ ହୋଇଗଲେ ଏହାକୁ ଛାଣି ପେଷି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଗୁଜୁରାତି ଗୁଣ୍ଡ, ପାନମଧୁରୀ ଓ ଗୋଲମରିଚକୁ ଧିମା ଆଞ୍ଚରେ ଭାଜି ଏହାକୁ ପେଷି ଦିଅନ୍ତୁ। ଅନ୍ୟ ଏକ ପ୍ୟାନରେ କ୍ଷୀର ଗରମ କରି କେସର ଓ ଚିନି ମିଶାନ୍ତୁ। ଏହାକୁ ଥଣ୍ଡା ହେବା ପାଇଁ ଅଲଗା ରଖି ଦିଅନ୍ତୁ। ଏହାପରେ ଏଥିରେ ସମସ୍ତ ବାଦାମ ଓ ଗୋଲାପ ପାଖୁଡ଼ା ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଥଣ୍ଡାଇ ରସମଲାଇ। ରସଗୋଲା ତିଆରି କରିବା ପାଇଁ ଏକ ପାତ୍ରରେ ୪ରୁ ୫ କପ୍ ପାଣିରେ ଭିନେଗାର ମିଶାନ୍ତୁ ଏବଂ ଏହାକୁ ପରେ କ୍ଷୀର ସହ ମିଶାଇ ପାଣି ପୂରା ମରିବା ଯାଏ ଏହାକୁ ଫୁଟାନ୍ତୁ। ଛେନା ତିଆରି ହୋଇଗଲା ପରେ ଏହାକୁ ଥଣ୍ଡା କରିବା ପାଇଁ ଏଥିରେ ୪ରୁ ୫ କପ୍ ପାଣି କିଛି ବରଫ ଖଣ୍ଡ ପକାନ୍ତୁ। ଏବେ ଏହି ମିଶ୍ରଣକୁ କପଡ଼ାରେ ଛାଣି ପାଣି ବାହାର କରନ୍ତୁ। ଏବେ ଛେନାରେ ରିଫାଇନ୍ଡ ଅଟା ମିଶାଇ ଚକଟନ୍ତୁ। ଏଥିରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ପାଣିରେ ଚିନି ମିଶାଇ ଶିରା ପ୍ରସ୍ତୁତ କରନ୍ତୁ। ଏହି ଶିରାରେ ତିଆରି କରିଥିବା ଛେନା ଗୁଳା ପକାଇ ୫ରୁ ୧୦ ମିନିଟ୍ ଯାଏ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଲା ରସମଲାଇ। ଶେଷରେ ରସମଲାଇକୁ ଥଣ୍ଡାଇ ସହିତ ମିଶାନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଥଣ୍ଡାଇ ରସମଲାଇ। ଏହାକୁ ଥଣ୍ଡା ଥଣ୍ଡା ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ