ଅଗଷ୍ଟ ୧୮ରେ ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ନିର୍ବାଚନ ଘୋଷଣାକୁ ଭାରତର ତୀବ୍ର ବିରୋଧ


ପାକିସ୍ତାନ ଭାରତକୁ କ୍ଷତି ପହଞ୍ଚାଇବା ଲାଗି ନିୟମିତ ଷଡ଼ଯନ୍ତ୍ର କରିଆସୁଛି। ଏହିକ୍ରମରେ ନିକଟରେ ପାକିସ୍ତାନ ପକ୍ଷରୁ ଅଗଷ୍ଟ ୧୮ରେ ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ନିର୍ବାଚନ କରିବା ଲାଗି ଘୋଷଣା କରାଯାଇଛି। ପାକିସ୍ତାନ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏପ୍ରିଲ୍‌ ୩୦ରେ ସୁପ୍ରିମ୍‌କୋର୍ଟ ୨୦୧୮ ପ୍ରଶାସନିକ ସଂଶୋଧନ ଲାଗି ଅନୁମତି ଦେଇଥିଲେ। ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଅଲଭୀ ଶନିବାର ଏନେଇ ମଞ୍ଜୁରୀ ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଭାରତ ଏହର ଅଭିନ୍ନ ଅଙ୍ଗ ବୋଲି ପୂର୍ବରୁ ଅନେକ ବାର କହିଆସିଛି। ତେବେ ପାକିସ୍ତାନ ସରକାର ଏହାକୁ ଭ୍ରୁକ୍ଷେପ ନ କରି ଏହି ଅଞ୍ଚଳରେ ଜୋରଜବରଦସ୍ତ ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଶାସନ ଚଳାଇ ଆସିଛି। ଏବେ ଆଉ ପାଦେ ଆଗକୁ ଯାଇ ପାକିସ୍ତାନ ପକ୍ଷରୁ ଏଠାରେ ନିର୍ବାଚନ କରାଯିବାକୁ ମସୁଧା କରାଯାଉଛି। ଭାରତର ଉକ୍ତିକୁ ଖାତିର ନ କରି ପାକିସ୍ତାନ ଏଭଳି କାର୍ଯ୍ୟ କରିଥିବାରୁ ଭାରତ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ