ପ୍ରତିଦିନ ଖାଆନ୍ତୁ ଏହି ତିନି ଫଳ, ଦୂରରେ ରହିବ କୋରୋନା


ଆମ ଶରୀରକୁ ସବୁବେଳେ ଭିଟାମିନ୍ ସି’ର ଆବଶ୍ୟକତା ରହିଛି। କାରଣ ଏହି ଭିଟାମିନ୍ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ସାହାଯ୍ୟରେ ଶରୀରରେ ହ୍ବାଇଟ୍ ବ୍ଲଡ୍ ସେଲ ନିର୍ମାଣ ଦ୍ରୁତ ଗତିରେ ହୋଇଥାଏ। ଏହା ଆମ ଶରୀରକୁ ସବୁପ୍ରକାର ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ। କିନ୍ତୁ ଏବେ କୋରୋନା ସହିତ ଲଢ଼ିବାକୁ ଭିଟାମିନ୍ ସି’ର ଆବଶ୍ୟକତା ରହିଛି। ଚାଲନ୍ତୁ ଜାଣିବା ପ୍ରଚୁର ମାତ୍ରାରେ ଭିଟାମିନ୍ ସି କେଉଁଥିରୁ ମିଳିବ?

ଲେମ୍ବୁ
ଭିଟାମିନ୍ ସି ପାଇବା ପାଇଁ ସବୁଠାରୁ ଉତ୍ତମ ବିକଳ୍ପ ହେଉଛି ଲେମ୍ବୁ। ଗରମ ଦିନେ ଆପଣ ଲେମ୍ବୁକୁ ସାଲାଡ଼, ଲେମନ ଟି ଓ ବିଶେଷକରି ଲେମ୍ବୁ ପାଣି କରି ସେବନ କରିପାରିବେ। ଏହାଦ୍ବାରା ଆପଣଙ୍କ ଶରୀରକୁ ଭିଟାମିନ୍ ସି ମିଳିବା ସହିତ ଆପଣ ଫ୍ଲୁରୁ ମଧ୍ୟ ରକ୍ଷା ପାଇବେ। ଲେମ୍ବୁ ପାଣି ଶରୀରକୁ ଶକ୍ତି ଦେବା ସହିତ ରୋଗପ୍ରତିରୋଧ ଶକ୍ତି ବଢ଼ାଏ ଓ ଥକାପଣ ଦୂର କରେ। ଯେତେବେଳେ ବି ଆପଣ ଚାପ କିମ୍ବା ଥକା ଅନୁଭବ କରନ୍ତି, ଏକ ଗ୍ଲାସ୍ ଲେମ୍ବୁ ପାଣି ସେବନ କରିନିଅନ୍ତୁ। ଆପଣଙ୍କୁ ଏଥିରେ ଫାଇଦା ମିଳିବ। ଗରମ ଦିନେ ବାହାରକୁ ଯିବା ପୂର୍ବରୁ ଓ ବାହାରୁ ଆସିବା ପରେ ଲେମ୍ବୁ ପାଣି ସେବନ କଲେ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ସହିତ ଡିହାଇଡ୍ରେସନ୍ ହେବ ନାହିଁ।

କିୱି

କିୱି ଏପରି ଏକ ଫଳ, ଯାହା ମୂଳ ରୂପରେ ଭାରତୀୟ ହୋଇ ନ ଥିଲେ ମଧ୍ୟ ଭାରତରେ ପ୍ରାୟ ସବୁ ଋତୁରେ ଉପଲବ୍ଧ ରହିଥାଏ। ଏହି ଫଳର ଫସଲ କଦଳୀ ଭଳି ବର୍ଷକୁ ଦୁଇଥର ଅମଳ ହୋଇଥାଏ। ଏଥିପାଇଁ ପ୍ରାୟ ସବୁ ଋତୁରେ ଏହା ବଜାରରେ ମିଳିଥାଏ। କିୱି ପ୍ରାକୃତିକ ଭାବେ ଏକ ଖଟାମିଠା ଫଳ। ଏଥିରେ ସାଇଟ୍ରିକ୍ ଏସିଡ୍ ଓ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି। ଯଦି ପ୍ରତ୍ୟେକ ଦିନ ଆପଣ ଗୋଟିଏ କିୱି ସେବନ କରୁଛନ୍ତି, ତେବେ ଆପଣଙ୍କ ଶରୀରକୁ ଆବଶ୍ୟକ ମାତ୍ରାରେ ଭିଟାମିନ୍ ସି ମିଳିବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହେବ।

କାଜୁରୁ ମଧ୍ୟ ମିଳିଥାଏ ଭିଟାମିନ ସି
କାଜୁରେ ପ୍ରାକୃତିକ ଭାବେ ଭିଟାମିନ ସି ରହିଛି। ଯଦିଓ ଗରମ ସମୟରେ ଡ୍ରାଏଫ୍ରୁଟ୍ ସେବନ କରିବାକୁ ମନା କରାଯାଇ ଥାଏ। କାରଣ ସମସ୍ତ ଡ୍ରାଏଫ୍ରୁଟର ଗୁଣ ଗରମ ହୋଇଥାଏ। କିନ୍ତୁ ଖାଦ୍ୟପେୟର ପୂରା ଧ୍ୟାନ ରଖି ଗରମ ଦିନେ ଡ୍ରାଏଫ୍ରୁଟ୍ ସେବନ କଲେ ସେମିତି କିଛି ସମସ୍ୟା ହେବ ନାହିଁ। ବିଶେଷକରି ବର୍ତ୍ତମାନ ସମୟରେ କୋରୋନା ଭାଇରସ ସହିତ ଲଢ଼ିବା ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବାର ଆବଶ୍ୟକତା ରହିଛି। ତେଣୁ ନିଏମିତ କାଜୁକୁ ସାମିଲ୍ କରିବା ଉଚିତ। କାରଣ ଏହାକୁ ସେବନ କରିବା ଦ୍ବାରା ଶରୀରକୁ ଭିଟାମିନ ସି ମିଳିଥାଏ। ଏଥିସହିତ ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇବାରେ ମଧ୍ୟ କାଜୁ ସାହାଯ୍ୟ କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ