ପିଅନ୍ତୁ ଓ ପିଆନ୍ତୁ ତରଭୁଜ ଜୁସ୍


ତରଭୁଜରେ ୯୨ ପ୍ରତିଶତ ଜଳ ଓ ୮ ପ୍ରତିଶତ ସୁଗାର ରହିଥାଏ। ଶରୀରରେ ପାଣିର ଅଭାବ ପୂରା କରିବା ପାଇଁ ଏହା ଏକ ଉତ୍ତମ ଫଳ। ଏପରିସ୍ଥଳେ ଏଭଳି ଅନେକ ଲୋକ ଓ ପିଲା ଅଛନ୍ତି, ଯେଉଁମାନେ ତରଭୁଜ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତରଭୁଜ ଜୁସ୍ ବହୁତ ସ୍ବାଦିଷ୍ଟ ହୋଇଥାଏ। ଚାଲନ୍ତୁ ଜାଣିବା ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ତରଭୁଜ ଜୁସ ପ୍ରସ୍ତୁତି ସମ୍ପର୍କରେ।

କ’ଣ ଦରକାର
୩ କପ କଟା ତରଭୁଜ, ୨ରୁ ୩ ଚାମଚ ଚିନି, ୪ଟି ତାଜା ପୋଦିନା ପତ୍ର, ୨ କପ୍ ଅଙ୍ଗୁର ରସ, ୧ ଟେବଲ ସ୍ପୁନ୍ ଲେମ୍ବୁ ରସ, ୨ ଗ୍ଲାସ୍ ସୋଡ଼ା, ସ୍ବାଦାନୁସାରେ କଳା ଲୁଣ, ୧ ଚାମଚ ଭଜା ଜିରା।

ପ୍ରସ୍ତୁତି ପ୍ରଣାଳୀ

ଏକ ମିକ୍ସର ଜାରରେ ତରଭୁଜ ଖଣ୍ଡ ଖଣ୍ଡ ପକାନ୍ତୁ। ସେଥିରୁ ସବୁ ମଞ୍ଜି ବାହାର କରିବାକୁ ଚେଷ୍ଟା କରନ୍ତୁ। ଯଦି କିଛି ରହିଯାଉଛି, ତେବେ କେଣସି ଅସୁବିଧା ନାହିଁ। ଗ୍ରାଇଣ୍ଡିଂ କରି ଏହାକୁ ଏକ ଛଣାରେ ଛାଣି ଦିଅନ୍ତୁ। ଏହାକୁ ଛାଣିବା ପରେ ଅଙ୍ଗୁର ରସ ମିଶାନ୍ତୁ। ଏଥିରେ କଳା ଲୁଣ, ଲେମ୍ବୁ ରସ ମିଶାଇ ଭଲ ଭାବେ ମିଶାନ୍ତୁ। ଏଥିସହିତ ପେଶା ଯାଇଥିବା ଚିନି କିମ୍ବା ମହୁ ମିଶାଇ ପାରିବେ। ଚିନି ଭଲ ଭାବେ ମିଳାଇ ଗଲେ ଏଥିରେ ସୋଡ଼ା ଓ ବରଫ ଖଣ୍ଡ ପକାଇ ଜୁସକୁ ଗ୍ଲାସରେ ପରଷନ୍ତୁ। ଧ୍ୟାନରେ ରଖନ୍ତୁ ଜୁସକୁ ସଙ୍ଗେ ସଙ୍ଗେ ପିଅନ୍ତୁ। ଫ୍ରିଜରେ ରଖି ସେବନ କରିବା ଦ୍ବାରା ଏହା ଖରାପ ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ