ଜାଣନ୍ତୁ ହଳଦୀ-କ୍ଷୀରର ଫାଇଦା


ଆୟୁଷ ମନ୍ତ୍ରାଳୟ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟିପ୍ସ ଦିଆଯାଇଥାଏ। ସେହିପରି ମନ୍ତ୍ରାଳୟ କହିଛି ଯେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଓ ସୁସ୍ଥ ରହିବା ପାଇଁ ହଳଦୀଯୁକ୍ତ କ୍ଷୀର ପିଇବା କେତେ ଲାଭଦାୟକ। ଏପରିସ୍ଥଳେ ଯଦି ଆପଣ ମଧ୍ୟ କୋରୋନା ଭାଇରସ କିମ୍ବା ଅନ୍ୟ ରୋଗରୁ ରକ୍ଷା ପାଇବାକୁ ଚାହୁଛନ୍ତି, ତେବେ ପ୍ରତ୍ୟେକ ଦିନ ୧ ଗ୍ଲାସ୍ ହଳଦୀଯୁକ୍ତ କ୍ଷୀର ନିହାତି ଭାବେ ପିଅନ୍ତୁ।

ହଳଦୀଯୁକ୍ତ କ୍ଷୀରର ଫାଇଦା

ଗୋଟିଏ ପଟେ ହଳଦୀରେ ଔଷଧୀୟ ଓ ଆଣ୍ଟିସେପ୍ଟିକ୍ ଗୁଣ ରହିଛି। ସେହିପରି ଭିଟାମିନ୍, ଥାଇମିନ୍, ନିକୋଟିନିକ୍ ଏସିଡ୍, କ୍ୟାଲସିୟମ, ଫସଫରସ, ସୋଡିୟମ ଓ ପଟାସିୟମ ଭଳି ପୋଷକତତ୍ତ୍ବରେ ଭରପୂର କ୍ଷୀରକୁ ମଧ୍ୟ ସମ୍ପୂର୍ଣ୍ଣ ଆହାର ଭାବେ ଗ୍ରହଣ କରାଯାଏ। ଏପରିସ୍ଥଳେ ଯଦି ଉଭୟକୁ ଏକାଠି ସେବନ କରାଯାଏ, ତେବେ ଆପଣଙ୍କୁ ଲାଭ ମିଳିଥାଏ।

କେବେ ପିଇବା ଉଚିତ ହଳଦୀ କ୍ଷୀର
ଆପଣ ପ୍ରତ୍ୟେକ ଦିନ ହଳଦୀ କ୍ଷୀର ପିଇପାରିବେ। ଯଦି ଏହା ପସନ୍ଦ ନୁହେଁ, ତେବେ ସପ୍ତାହରେ ଅତିକମରେ ୨ ଥର ଏହାକୁ ସେବନ ନିହାତି ଭାବେ କରନ୍ତୁ। ଏଥିସହିତ ଏଥିରେ ଚିନି ବଦଳରେ ମହୁ ବ୍ୟବହାର କରନ୍ତୁ। ଯଦି ଏହାକୁ ରାତି ସମୟରେ ସେବନ କରନ୍ତି, ଏଥିରେ ଗୋଲମରିଚ ଓ ଜାଇଫଳ ମଧ୍ୟ ବ୍ୟବହାର କରିପାରିବେ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ହଳଦୀଯୁକ୍ତ କ୍ଷୀର ସେବନ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ। ଯାହାଫଳରେ ଶରୀରକୁ ବ୍ୟାକ୍ଟେରିଆଲ ଓ ଭାଇରସ ଜନିତ ରୋଗରେ ଲଢ଼ିବା ପାଇଁ ଶକ୍ତି ମିଳିଥାଏ।

ଭଲ ନିଦ ହୋଇଥାଏ
ଯଦି ଆପଣଙ୍କୁ ନିଦ ନ ଆସୁଥାଏ ଓ ଚାପ ରହିଥାଏ, ତେବେ ହଳଦୀଯୁକ୍ତ କ୍ଷୀର ନିହାତି ସେବନ କରନ୍ତୁ। ଏଥିରେ ଥିବା ଆମିନୋ ଏସିଡ ଚାପ ଦୂର କରିବ ଓ ଭଲ ନିଦ ଦେବାରେ ସାହାଯ୍ୟ କରେ।

ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି
ମାଇଗ୍ରେନ୍ ଯନ୍ତ୍ରଣା ହେଉଥିଲେ ହଳଦୀ କ୍ଷୀର ସେବନ କରନ୍ତୁ। ଏହା ରକ୍ତ ସଞ୍ଚାଳନକୁ ଉତ୍ତମ କରିଥାଏ। ଏହାଫଳରେ ମାଇଗ୍ରେନ୍ ଓ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ।

ଓଜନ ହ୍ରାସ କରାଇବାରେ କରେ ସାହାଯ୍ୟ
ହଳଦୀରେ ଥର୍ମୋଜେନିକ୍ ଗୁଣ ରହିଛି ଯାହା ମେଟାବଲିଜମ୍ ତେଜ୍ କରିଥାଏ। ଏହାଦ୍ବାରା କ୍ୟାଲୋରୀ ଶୀଘ୍ର ବର୍ଣ୍ଣ ହୋଇଥାଏ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଉତ୍ତମ ପାଚନକ୍ରିୟା
ଆଣ୍ଟି ଅକ୍ସିଡାଣ୍ଟ ଗୁଣରେ ଭରପୂର ହଳଦୀଯୁକ୍ତ କ୍ଷୀର ପାଚନ କ୍ରିୟା ଠିକ୍ ରଖିଥାଏ। ଏହାଦ୍ବାରା କୋଷ୍ଠକାଠିନ୍ୟ, ଅମ୍ଳ ଭଳି ସମସ୍ୟା ହୋଇଥାଏ।

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି
ହଳଦୀଯୁକ୍ତ କ୍ଷୀର ମାଂସପେଶୀ ଫୁଲା, ଗଣ୍ଠି ଯନ୍ତ୍ରଣା ଓ ଅନ୍ୟ ଶାରୀରିକ ଯନ୍ତ୍ରଣା ଦୂର କରିଥାଏ। ଏହାବ୍ୟତୀତ ଆପଣ କ୍ଷୀରରେ ଗୁଡ଼, ମହୁ, ଗୁଜୁରାତି ଗୁଣ୍ଡ ମିଶାଇ ସେବନ କରିପାରିବେ।

ଆଜମା ଓ କଫ ସମସ୍ୟା
ହଳଦୀ ଆଣ୍ଟି ମାଇକ୍ରୋବାଏଲ ଅଟେ। ତେଣୁ ଏହାକୁ ଗରମ କ୍ଷୀର ସହିତ ସେବନ କରିବା ଦ୍ବାରା ଆଜମା, ବ୍ରୋଙ୍କାଇଟିସ, ଫୁସଫୁସରେ କଫ ଓ ସାଇନସ୍ ଭଳି ସମସ୍ୟାରୁ ଆରାମ ମିଳିଥାଏ।

ତ୍ବଚା ପାଇଁ ଲାଭଦାୟକ
ହଳଦୀଯୁକ୍ତ କ୍ଷୀର ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ହୋଇଥାଏ, ଯାହା ତ୍ବଚାକୁ ଡିଟକ୍ସ କରିଥାଏ। ଏଥିସହିତ ତ୍ବଚାରେ ଚମକ ମଧ୍ୟ ଆଣିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ