ଦେବୋଲିନାଙ୍କ ବିରୋଧରେ ମୟୂରଙ୍କ ସାଇବର କ୍ରାଇମରେ ଅଭିଯୋଗ


ବିଗବସ ଓ ମୁଝସେ ଶାଦୀ କରୋଗେ ଚଳିତ ବର୍ଷର ଦୁଇଟି ଚର୍ଚ୍ଚିତ ଶୋ’ ଭାବେ ଜଣାଶୁଣା। ଏହି ଶୋ’ ସହିତ ଜଡ଼ିତ ଥିବା ପ୍ରତ୍ୟେକ କଳାକାର ଚର୍ଚ୍ଚାରେ ରହିଛନ୍ତି। ଏମିତି ଦୁଇଜଣ କଳାକାର ହେଉଛନ୍ତି ଦେବୋଲିନା ଭଟ୍ଟାଚାର୍ଯ୍ୟ ଓ ମୟୂର ବର୍ମା। ଦେବୋଲିନା ’ବିଗବସ’ ଅଂଶହ୍ରହଣ କରିଥିବାବେଳେ ମୟୂର ’ମୁଝସେ ଶାଦୀ କରୋଗେ’ରେ ଭାଗ ନେଇଥିଲେ।

ଏବେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଜୋରଦାର ବିବାଦ ଆରମ୍ଭ ହୋଇଯାଇଛି। ପରିସ୍ଥିତି ଏତେ ଖରାପ  ହୋଇଯାଇଛି ଯେ ମୟୂର ଦେବୋଲିନାଙ୍କ ବିରୋଧରେ ସାଇବର କ୍ରାଇମରେ ଅଭିଯୋଗ ଦାଖଲ କରିଛନ୍ତି। ଦେବୋଲିନା ତାଙ୍କ ଛବି ଖରାପ କରୁଥିବା ମୟୂର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ମୟୂର ଟ୍ବିଟରରେ ଏହି ଏଫ୍ଆଇଆର କପି ଶେୟାର କରିଛନ୍ତି। ମୟୂର ଲେଖିଛନ୍ତି ଯେ ବହୁତ କିଛି ହୋଇଯାଇଛି। ମୁଁ ସାଇବର କ୍ରାଇମରେ ଅଭିଯୋଗ କରିଦେଇଛି। ଏବେ ସେମାନଙ୍କ ହାତରେ ସବୁକିଛି ରହିଛି। ସାଇବର କ୍ରାଇମ୍ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୋର ଆଶା ରହିଛି ବୋଲି ମୟୂର ଲେଖିଛନ୍ତି।

ମୟୂରଙ୍କ ଅଭିଯାଗ ଅନୁସାରେ ତାଙ୍କୁ ଟ୍ରୋଲ୍ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବ ଫଟୋ ଓ ପୋଷ୍ଟକୁ ଦୀର୍ଘ ଦିନ ହେଲାଣି ଦେବୋଲିନା ଲାଇକ୍ କରିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ମୟୂର ଆହୁରି ମଧ୍ୟ କହିଛନ୍ତି ଯେ ଦେବୋଲିନାଙ୍କ ପ୍ରଶଂସକ ମଧ୍ୟ ତାଙ୍କୁ ଲଗାତର ଟ୍ରୋଲ୍ କରୁଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେବୋଲିନା ଓ ମୟୂରଙ୍କ ବିବାଦ କୌଣସି ନୂଆ କଥା ନୁହେଁ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ବିବାଦ ଲାଗି ରହିଛି। କିଛି ଦିନ ପୂର୍ବରୁ ଶେହନାଜ ଗିଲ୍ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ଏକ ଗୀତ ’ଭୁଲା ଦୁଙ୍ଗା’ ଉପରେ ଦେବୋଲନା ଟିପ୍ପଣୀ ଦେଇଥିଲେ। ଏହି ଗୀତରେ ସିଡନାଜଙ୍କ କେମେଷ୍ଟ୍ରୀ ଜିରୋ ବୋଲି ମତ ଦେଇଥିଲେ। ଦେବୋଲିନାଙ୍କ ଏହି ବୟାନ ଉପରେ ମୟୂର କଡ଼ା ପ୍ରତିକ୍ରିୟା ଦେଇଥିଲେ। ସେ ଦେବୋଲିନାଙ୍କ ଉପରେ ନିଜ ରାଗ ପ୍ରକାଶ କରିଥିଲେ ସେ ଦେବୋଲିନାଙ୍କୁ ନିଜ ଆଖି ପରୀକ୍ଷା କରିବା ପାଇଁ କହିଥିଲେ। ଏହା ପରଠାରୁ ହିଁ ଦେବୋଲିନା ଓ ମୟୂରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ