ଅମ୍ପନ କ୍ଷତରେ ମୋଦି ମଲମ


କୋରୋନା ମହାମାରୀ ମଝିରେ ବୁଧବାର ଆସିଥିବା ସାମୁଦ୍ରିକ ବାତ୍ୟା ଅମ୍ପନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ରଚିଛି। ଏହା ଓଡ଼ିଶାରେ ୨ ଜଣଙ୍କ ମ୍‌ତ୍ୟୁ ସହ ୮୯ଟି ବ୍ଲକର ୧୫୦୦ ପଞ୍ଚାୟତରେ କ୍ଷତିଘଟାଇଛି। ରାଜ୍ୟର ୪୪ ଲକ୍ଷ ୮୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ହେକ୍ଟର ଫସଲ ଉଜାଡ଼ି ଦେବା ସହିତ ୪୪ ଲକ୍ଷ ବିଜୁଳି ଉପଭୋକ୍ତାଙ୍କୁ ଅନ୍ଧାରରେ ଛାଡ଼ିଦେଇ ଯାଇଛି ଏହି ବାତ୍ୟା। ତେବେ ଅମ୍ପନ ସବୁଠୁ ବେଶୀ କ୍ଷତି କରିଛି ପଶ୍ଚିମବଙ୍ଗରେ। ରାଜ୍ୟର ଦକ୍ଷିଣ ଚବିଶ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ମିଦନାପୁର ଓ କୋଲକାତା ସବୁଠୁ ବେଶୀ ପ୍ରଭାବିତ ହୋଇଛି। ସଚିବାଳୟର ନିୟନ୍ତ୍ରଣ କକ୍ଷରେ ରାତି ବିତାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଗୋଟିଏ ମହାବାତ୍ୟା ଦେଶର ଏକ ପ୍ରମୁଖ ମହାନଗରୀରେ ଏଭଳି କ୍ଷତି ଘଟାଇପାରେ, ତାହା ପ୍ରଥମ କରି ପ୍ରତ୍ୟକ୍ଷ କଲି। ୨୨୩ ବର୍ଷ ପରେ ପଶ୍ଚିମବଙ୍ଗ ଏଭଳି ଏକ ଝଡ଼ର ଟାର୍ଗେଟ ହୋଇଥିବା ଚର୍ଚ୍ଚା ହେଉଛି। ଏକଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି କେବଳ ପଶ୍ଚିମବଙ୍ଗରେ ହୋଇଥିବା ମମତା ସୂଚିତ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣ ରକ୍ଷା କରି ଲକଡାଉନ ପାଇଁ ଦିଲ୍ଲୀରୁ ବାହାରି ନ ଥିବା ପ୍ରଧାନମନ୍ତ୍ରୀ ୮୩ ଦିନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରକୁ ଆସିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀଙ୍କ ସହିତ ମୋଦି ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ତତକ୍ଷାଣତ ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶି ସହିତ ମ୍‌ତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ଏକା ସମୟରେ କୋରୋନା ଏବଂ ଅମ୍ପନ ଭଳି ଦୁଇ ଦୁଇଟି ବିପର୍ଯ୍ୟୟ ସହିତ ମୁହାଁମୁହିଁ ଲଢ଼େଇ କରିଥିବାରୁ ମମତାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ କେନ୍ଦ୍ର ଆବଶ୍ୟକୀୟ ସହଯୋଗ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଫଣା ତୋଳିଲେ ମମତା
ଆମର ଲକ୍ଷେ କୋଟିର କ୍ଷତି ଘଟିଛି। ପ୍ରଧାନମନ୍ତ୍ରୀଙ୍କ ହଜାରେ କୋଟି ଟଙ୍କା ଘୋଷଣା କୋଉ କାମକୁ ଆସିବ ବୋଲି ନିଜସ୍ବ ଚିରାଚରିତ ବିରୋଧ କରିବା ଢଙ୍ଗରେ ଗଣମାଧ୍ୟମ ନିକଟରେ ମମତା ସ୍ବର ତୋଳିଥିଲେ। ମୋଦିଙ୍କ ହଜାରେ କୋଟି ଘୋଷଣା ପରେ ମମତା କହିଲେ, ଏହା ନଗଦ ମିଳିବ ନା ବାକି ରହିବ? ସାମଗ୍ରୀ ଆକାରରେ ମିଳିବ ନା କୋଉ ଢଙ୍ଗରେ ମିଳିବ, ତାଙ୍କୁ ସ୍ପଷ୍ଟ କରାଯାଇ ନାହିଁ। ଲକ୍ଷେ କୋଟି ଟଙ୍କାର କ୍ଷତରେ ହଜାରେ କୋଟିର ମଲମ ବିପର୍ଯ୍ୟୟର ଘା’କୁ ଶୁଖାଇ ପାରିବାରେ ସକ୍ଷମ ହେବ ନାହିଁ ବୋଲି ମମତା କହିଛନ୍ତି।

ଅମ୍ପନ କାରଣରୁ ରାଜ୍ୟରେ ୭୭ ଜଣଙ୍କ ଜୀବନ ଯାଇଛି। ମ୍‌ତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ ପିଏମ ରିଲିଫ ଫଣ୍ଡରୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ମୋଦିଙ୍କ କଥାକୁ ବୁଝିନାହାନ୍ତି ମମତା
ମୋଦିଙ୍କ ଘୋଷଣା ଅନୁଯାୟୀ, ରାଜ୍ୟକୁ ତତକ୍ଷଣାତ ୧ ହଜାର କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରାଗଲା। ରାଜ୍ୟ ତୁରନ୍ତ ବିପତ୍ତିରୁ ଉପଶମ ପାଇଁ ଏହି ଅର୍ଥ ଖର୍ଚ୍ଚ କରୁ। ରାଜ୍ୟର ପ୍ରଭାବିତ ଅଞ୍ଚଳକୁ ତୁରନ୍ତ କେନ୍ଦ୍ରୀୟ ଦଳ ପଠାଯିବ ଓ କ୍ଷୟକ୍ଷତିର ସବିଶେଷ ଆକଳନ କରାଯିବ। କ୍‌ଷି, ଦୂରସଞ୍ଚାର, ଶକ୍ତି ଆଦି କ୍ଷେତ୍ର ସହିତ ବାସଗ୍‌ହ ଓ ଅନ୍ୟାନ୍ୟ ଭିତ୍ତିଭୂମି ଗୁଡ଼ିକର ସ୍ଥିତି ଆକଳନ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମୋଦି କହିଥିଲେ। କିନ୍ତୁ ହଜାରେ କୋଟି ଶୁଣିବା ମାତ୍ରେ ଚିହିଁକି ଉଠିଥିଲେ ମମତା। କହିଥଲେ, ଲକ୍ଷେ କୋଟିର କ୍ଷତି ପାଇଁ ହଜାରେ କୋଟିର ଘୋଷଣା ପଶ୍ଚିମବଙ୍ଗ ପ୍ରତି ଠିକ ନ୍ୟାୟ ହୋଇ ନାହିଁ। ମମତା ବାନାର୍ଜୀ ସରକାରଙ୍କ ନିକଟରେ ମଧ୍ୟ କେଉଁ କ୍ଷେତ୍ରରେ କେତେ କ୍ଷୟକ୍ଷତି ଘଟିଛି ତାହାର ଆକଳନ ନାହିଁ। ନିଜେ ମୁଖ୍ୟମନ୍ତ୍ରୀ ମମତା ଗଣମାଧ୍ୟମ ଆଗରେ କହିଛନ୍ତି ଯେ କ୍ଷୟକ୍ଷତି ଅକଳ୍ପନୀୟ। ଏତେ ଶୀଘ୍ର ଆକଳନ କରିହେବନି। ୩-୪ ଦିନ ଲାଗିବ। ଯଦି ସେ ନିଜେ କ୍ଷୟକ୍ଷତି ଆକଳନ ୩-୪ ଦିନ ଲାଗିବ ବୋଲି କହୁଛନ୍ତି, ତେବେ କୋଉ ଆଧାରରେ ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ ପ୍ୟାକେଜ ଘୋଷଣା କରିଥାନ୍ତେ ବୋଲି ପ୍ରଶ୍ନ ଉଠିଛି। ଥଇଥାନ, ଉଦ୍ଧାର ଓ ପୁନନିର୍ମାଣ ପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କ ସହିତ ଅଛି ଓ ରହିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ।

ଜାତୀୟ ବିପର୍ଯ୍ୟୟଠୁ ବେଶୀ

ଅମ୍ପନ ବାତ୍ୟା ଜନିତ କ୍ଷୟକ୍ଷତି ଜାତୀୟ ବିପର୍ଯ୍ୟୟଠୁ କିଛି କମ ନୁହେଁ। ରାଜ୍ୟ ଜନସଂଖ୍ୟାର ୬୦ ପ୍ରତିଶତ ଏହାଦ୍ବାରା ପ୍ରଭାବିତ ବୋଲି କହିଛନ୍ତି ମମତା। ରାଜ୍ୟରେ କୋରୋନା ଭୂତାଣୁ ଅର୍ଥନୈତିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ବେଳେ ତା’ଠାରୁ ଢେର କ୍ଷତି କରିଛି ଅମ୍ପନ। ଏଭଳି ବିପଦରେ ପ୍ରଧାନମନ୍ତ୍ରୀ ଆସି ବୁଲିଯାଆନ୍ତୁ ବୋଲି ମମତା କହିବା ପରେ ପ୍ରଧାନମନ୍ତ୍ରୀ ତୁରନ୍ତ ଏହାକୁ ଗ୍ରହଣ କରି ୧୮ ଘଣ୍ଟା ଭିତରେ ଗସ୍ତସୂଚୀ ଚୂଡ଼ାନ୍ତ କରିଥିଲେ।

ସିଟି ଅଫ ଜଏ ନାମରେ ପରିଚିତ କୋଲକାତାର ଚେହେରାକୁ ବଦଳାଇ ଦେଇଛି ଅମ୍ପନ। ସଡ଼କ ଉପରେ ଟଳିପଡ଼ିଛି ହଜାର ହଜାର ଗଛ, ବିଜୁଳି ଆଉ କେବୁଲ ତାର। ଖଣ୍ଡ ଖଣ୍ଡ ହୋଇ ପଡ଼ିରହିଛି ଝରକାର କାଚ, କୋଲକାତା ବିମାନବନ୍ଦରରେ ଭର୍ତ୍ତି ହୋଇ ରହିଛି ପାଣି। କ୍ଷୟକ୍ଷତି ଶବ୍ଦରେ ବର୍ଣ୍ଣନା କରିବା ମୁସ୍କିଲ।

ତିନି ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର
ମମତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମୁଁ ନିଜ ଜୀବନକାଳ ଭିତରେ ଝଡ଼ବାତ୍ୟାରେ କୌଣସି ମହାନଗରୀର ଏତେ ମାତ୍ରାରେ କ୍ଷତି ହେବାର ଦେଖିନାହିଁ। ତିନି ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପରେ ଜୀବନ ତ ବଞ୍ଚିଗଲା। ହେଲେ ସମ୍ପତ୍ତିର କ୍ଷୟକ୍ଷତି ଅକଳ୍ପନୀୟ। ମହାନଗରର ଉତ୍ତର ଦିଗରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ଅନ୍ତର୍ଜାତୀୟ ବିମାନବନ୍ଦରରେ ୪୦-୫୦ ଟନ ଓଜନର ବିମାନ ଗୁଡ଼ିକ ଖେଳନା ପରି ହଲିଯାଉଥିଲା। ୪୨ଟି ବଡ଼ ବିମାନ ୨ରୁ ୩ ଫୁଟ ପାଣିରେ ଡୁବି ଯାଇଥିଲା। ସୁନ୍ଦରବନର ଡେଲଟା ଅଞ୍ଚଳରେ ଅମ୍ପନ ବିଶେଷ କ୍ଷତି ଘଟାଇଥିବା କୁହାଯାଉଛି। କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଏଯାଏ ହସ୍ତଗତ ହୋଇପାରି ନାହିଁ।

ଓଡ଼ିଶାର କ୍ଷୟକ୍ଷତି ଦେଖିଲେ, ଭରସା ଦେଲେ
ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ପରିଦର୍ଶନ ପରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ମୋଦି। ବାତ୍ୟାଞ୍ଚଳର କ୍ଷୟକ୍ଷତି ପରିଦର୍ଶନରୁ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ସହ ଯୁଗ୍ମ ଭାବରେ ପରିଦର୍ଶନ ଓ ସମୀକ୍ଷା କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ବାତ୍ୟାଞ୍ଚଳ ବୁଲି ଦେଖିଛନ୍ତି। ଅପରାହ୍ନରେ ବୈଠକରେ ମିଳିତ ହୋଇ ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶାବାସୀଙ୍କ ଦୁର୍ଦ୍ଦିନରେ ପ୍ରଧାନମନ୍ତ୍ରୀ ସାମିଲ ହେଉଥିବାରୁ ବାତ୍ୟାଞ୍ଚଳରେ ଖୁସି ପ୍ରକଟ କରିଛନ୍ତି ପ୍ରଭାବିତ ବର୍ଗ। ଆଗାମୀ ଦିନରେ ସଠିକ କ୍ଷୟକ୍ଷତି ଆକଳନ ପରେ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ବିପତ୍ତି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍‌କ୍ଷଣାତ ସହଯୋଗ କରି ଆସୁଥିବାର ପୁଣିଥରେ ଦ୍‌ଷ୍ଟାନ୍ତ ଯୋଡ଼ିହୋଇ ଯାଇଛି। ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ପରେ ବ୍ୟାପକ ସହାୟତା ରାଶି ଯୋଗାଇ ଦେଇଥିଲେ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ପ୍ରତି କେନ୍ଦ୍ରର ଏଭଳି ସହଯୋଗକୁ ପ୍ରଧାନମନ୍ତ୍ରୀ ମୋଦି ସଫଳ କ୍ରିୟାନ୍ବୟନ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ