୨୦୦ ଟ୍ରେନର ତାଲିକା ଜାରି କଲା ରେଳ ମନ୍ତ୍ରାଳୟ: ଆଜି ସକାଳୁ ଟିକେଟ୍ ବୁକିଂ ଆରମ୍ଭ


ନୂଆଦିଲ୍ଲୀ : ଜୁନ୍‌ ପହିଲାଠାରୁ ଭାରତୀୟ ରେଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ଟି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବ। ବୁଧବାର ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ୨୦୦ଟି ଟ୍ରେନର (ଶହେ ଯୋଡ଼ା) ତାଲିକା ଜାରି କରାଯାଇଛି। ଏଥିସହ ଏହି ସବୁ ଟ୍ରେନରେ ଯାତ୍ରା କରିବା ଲାଗି ଆଜି (୨୧ ତାରିଖ) ସକାଳ ୧୦ଟା ଠାରୁ ଟିକେଟ୍ ବୁକିଂ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରାଳୟ ଘୋଷଣା କରିଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା କରିବା ପରେ ରେଳ ମନ୍ତ୍ରାଳୟ ଏହି ତାଲିକା ଜାରି କରିଛି।

ଏହି ଟ୍ରେନ୍‌ଗୁଡ଼ିକରେ ଯାତ୍ରା କରିବା ପାଇଁ କେବଳ ଅନ୍‌ଲାଇନ୍‌ରେ ଟିକେଟ୍ ବୁକିଂ ହେବ। କୌଣସି ବି ଷ୍ଟେସନରେ ଟି‌କେଟ୍‌ ବିକ୍ରି କରାଯିବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍‌ କିଣିବା ପାଇଁ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ। ଟ୍ରେନ୍‌ଗୁଡ଼ିକ ମେଲ୍ ଓ ଏକ୍ସପ୍ରେସ ବର୍ଗର ନନ୍‌-ଏସି ହୋଇଥିବା ବେଳେ ଏଗୁଡ଼ିକ ପୂର୍ବ ସମୟ ସାରଣୀ ଅନୁସାରେ ଚାଲିବ ବୋଲି ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ