କନ୍ଦାଉଛି କୋରୋନା: ମାନସିକ ଚାପ ଓ ଦୁଃଶ୍ଚିନ୍ତା ଘେରରେ ବିଶ୍ବବାସୀ

କେତେକ ଦେଶରେ ମାନସିକ ରୋଗୀସଂଖ୍ୟା ୫୦ ପ୍ରତିଶତ ବ୍‌ଦ୍ଧି

କୋରୋନା ସଙ୍କଟର ପ୍ରଭାବ ଏବେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ବ୍ୟାପକ ଭାବରେ ପଡ଼ିବା ଆରମ୍ଭ କରିଛି। ଏହି ଭୂତାଣୁର ଆରମ୍ଭ ଦିନରୁ ବର୍ତ୍ତମାନ ଯାଏ ବିଶ୍ବର କେତେକ ଦେଶରେ ମାନସିକ ରୋଗୀସଂଖ୍ୟାରେ ୫୦ ପ୍ରତିଶତ ବ୍‌ଦ୍ଧିଘଟିବା ଜଣାପଡ଼ିଛି। ବିଶ୍ବରେ ୩ ଲକ୍ଷ ଲୋକଙ୍କ ଜୀବନ ନେଇଥିବା କୋରୋନା କେତେକ ଦେଶରେ ୮୦ ପ୍ରତିଶତଙ୍କ ଜୀବିକା ଛଡ଼ାଇ ନେଇଥିବା ବେଳେ ପୂର୍ବତୁଳନାରେ ଆଉ ୨୭ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ମାନସିକ ପୀଡ଼ା ଦେଇଛି। ସବୁଠୁ ଅଧିକ ମାନସିକ ଦୁଶ୍ଚିନ୍ତାର ପ୍ରଭାବ ଶିଶୁ,ଯୁବାବର୍ଗ ଓ ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଦେଖିବାକୁମିଳୁଛି। ଏହାକୁ ନେଇ ମିଳିତ ଜାତିସଂଘ ପକ୍ଷରୁ ଏକ ନୂଆ ରିପୋର୍ଟ ଜାରି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ କୋରୋନା ଭୂତାଣୁ ସଂକ୍ରମଣ ପୂର୍ବରୁ ସାରା ବିଶ୍ବରେ ୨୭ କୋଟି ଲୋକ ମାନସିକ ରୋଗରେ ପୀଡ଼ିତ ଥିଲେ। ଏବେ ଏହି ସଂଖ୍ୟାରେ ଆଉ ପାଖାପାଖି ୨୭ କୋଟି ଯୋଡ଼ି ହୋଇଥିବା ବିଭିନ୍ନ ବିଶ୍ଳେଷଣରୁ ଜଣାପଡ଼ିଛି।

ପ୍ରଭାବିତ ବର୍ଗରେ ମହିଳା

ଭାରତରେ ମହିଳାଙ୍କ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଛି କୋରୋନା ଭୂତାଣୁ ସଂକ୍ରମଣର ଆଶଙ୍କା। ଜୀବିକା ଉପରେ ସଙ୍କଟ, ଗ୍‌ହ ଅର୍ଥନୀତିର ବିପର୍ଯ୍ୟୟ ଓ ପରିବାର ସଦସ୍ୟମାନଙ୍କ ଏକାଠି ଲମ୍ବା ସମୟ ଘରେ ବିତାଇବା ହେତୁ ସ୍‌ଷ୍ଟି ହେଉଥିବା କଳହରୁ ଅବସାଦ ଆଦି ଏହାର ପ୍ରମୁଖ କାରଣ। ପୂର୍ବରୁ ଦେଶରେ ଯେତିକି ମହିଳା ମାନସିକ ରୋଗୀ ଥିଲେ, ସେଥିରେ ଏବେ ୧୫ରୁ ୨୦ ପ୍ରତିଶତ ବଢ଼ିଯାଇଛି। ଏଥିରେ ୬୬ ପ୍ରତିଶତ ମହିଳା ପ୍ରଭାବିତ ହୋଇଥିବାବେଳେ ୩୪ ପ୍ରତିଶତ ପୁରୁଷ ପ୍ରଭାବିତ। ଗର୍ଭବତୀ ମହିଳା ଓ ନିକଟରେ ମା’ ହୋଇଥିବା ମହିଳାଙ୍କ କ୍ଷେତ୍ରରେ କୋରୋନା ଅଧିକ ମାସିକ ଅବସାଦ ଦେଇଥିବା ଏହି ରିପୋର୍ଟରେ ସୂଚାଇ ଦିଆଯାଇଛି।

ବାଦ ପଡ଼ିନାହାନ୍ତି ଶିଶୁ

ଶିଶୁମାନଙ୍କ ମାନସିକ ଦୁଃଶ୍ଚିନ୍ତା ଓ ଅବସାଦ ସଂଖ୍ୟା ଦ୍‌ଷ୍ଟିରୁ ସ୍ପେନ ଏବଂ ଇଟାଲୀ ସବୁଠୁ ଅଧିକ ପ୍ରଭାବିତ। କ୍ବାରେଣ୍ଟାଇନ କେନ୍ଦ୍ର ପିଲାମାନଙ୍କ ଚିଡ଼ଚିଡ଼ାପଣ, କ୍ରୋଧ ଓ ଅନିଦ୍ରାକୁ ବଢ଼ାଇଛି। ଏହି କେନ୍ଦ୍ରଗୁଡ଼ିକରେ ଥିବା ପିଲାମାନେ ମାନସିକ ସନ୍ତୁଳନ ରଖି ପାରୁ ନ ଥିବା ଭଳି ଘଟଣା ନଜରକୁ ଆସିଛି। ଶିଶୁଙ୍କ ମଧ୍ୟରେ ଗମ୍ଭୀର ମାନସିକ ଅବସାଦ ଦେଖାଦେଇଛି। ଅନ୍ୟଦେଶ ତୁଳନାରେ ଏହା ଇଟାଲୀ ଓ ସ୍ପେନରେ ସର୍ବାଧିକ ବୋଲି ଜାତିସଂଘର ଏକ ରିପୋର୍ଟରୁ ଜଣାପଡ଼ିଛି।

ସଙ୍କଟ ଘେରରେ ଯୁବବର୍ଗ
ବ୍ରିଟେନରେ ସର୍ବାଧିକ ଯୁବବର୍ଗ ପ୍ରଭାବିତ ହୋଇଛନ୍ତି। ଅନ୍ୟ ଦେଶ ତୁଳନାରେ ବ୍ରିଟେନର ଯୁବବର୍ଗ ନିଜକୁ ଅସହାୟ ଓ ଅସୁରକ୍ଷିତ ମନେକରି ତୀବ୍ର ମାନସିକ ଅବସାଦରେ ରହିଛନ୍ତି। ସାରା ବିଶ୍ବରେ କଲେଜ ଓ ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିଛି। କେବେ ଖୋଲିବ ତା’ର ଠିକ ଠିକଣା ନାହିଁ। ପରୀକ୍ଷା, କ୍ୟାମ୍ପସ ଚୟନ, ନିଯୁକ୍ତି ଆଦିକୁ ନେଇ ଅନିଶ୍ଚିତତା ଯୁବବର୍ଗଙ୍କୁ କବଳିତ କରିଛି। ସେପଟେ ପାର୍କ, ଜିମ, ରେସ୍ତୋରାଁ, ସିନେମା ହଲ ସବୁ ଲକଡାଉନ। ନିଜର ଭବିଷ୍ୟତ, କ୍ୟାରିଅର, ନିଯୁକ୍ତିକୁ ନେଇ ଚିନ୍ତା ତ ରହିବ ହିଁ ରହିବ।

ଅବସାଦରେ ପେସି ହେଉଛନ୍ତି ସ୍ବାସ୍ଥ୍ୟକର୍ମୀ

କୋରୋନା ଯୁଦ୍ଧରେ ସାମିଲ ହୋଇଥିବା ସ୍ବାସ୍ଥ୍ୟକର୍ମୀ ମଧ୍ୟ ମାନସିକ ଚାପ ଦେଇ ଗତି କରୁଛନ୍ତି। ସେମାନଙ୍କୁ ତୁରନ୍ତ ସହାୟତା କରାଯିବାର ଆବଶ୍ୟକତା ରହିଛି। ଆମେରିକାରେ ଅଧିକ ସଂଖ୍ୟକ କୋରୋନା ପଜିଟିଭ ହେବା ଓ କାମର ଚାପ ବଢ଼ିଯିବା କାରଣରୁ ସ୍ବାସ୍ଥ୍ୟକର୍ମୀ ମାନଙ୍କ ମଧ୍ୟରେ ଅବସାଦ ସ୍‌ଷ୍ଟି ହୋଇଛି। ଚୀନରେ ମଧ୍ୟ ୫୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରଥମରୁ ଚାପରେ ଅଛନ୍ତି। ଦିନରାତି କାମରେ ନିୟୋଜିତ ହେବା ଓ ଆନୁଷଙ୍ଗିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ମଣିପୁରର ୧୫୦ ନର୍ସ କୋଲକାତାର ନର୍ସିଂହୋମ ଗୁଡ଼ିକରୁ ଚାକିରି ଛାଡ଼ି ନିଜ ରାଜ୍ୟକୁ ଫେରି ଆସିଥିବା ଜଣାଯାଇଛି। ଆମେରିକା, ବ୍ରିଟେନ ଓ ଚୀନରେ ୫୦ ପ୍ରତିଶତ, କାନାଡ଼ାର ୪୭ ପ୍ରତିଶତ ଓ ପାକିସ୍ତାନର ୪୨ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି। ମାନସିକ ଦୁଃଶ୍ଚିନ୍ତା, ଅବସାଦ ଓ ତଜ୍ଜନିତ ରୋଗ ଇରାନରେ ୬୦ ପ୍ରତିଶତ ବ୍‌ଦ୍ଧି ଘଟିଥିବା ବେଳେ ଆମେରିକାରେ ୪୫ ପ୍ରତିଶତ, ଚୀନରେ ୩୫ ପ୍ରତିଶତ, କାନାଡ଼ାରେ ୩୫ ପ୍ରତିଶତ, ଇଥିଓପିଆରେ ୩୩ ପ୍ରତିଶତ, ଓ ଭାରତରେ ୨୦ ପ୍ରତିଶତ ବ୍‌ଦ୍ଧି ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ଅବସାଦର କାରଣ

ଲମ୍ବା ସମୟ ଧରି ଲକଡାଉନ ଓ କଟକଣାଯୁକ୍ତ କ୍ବାରେଣ୍ଟାଇନରେ ରହିବା, ନିଜ ଆତ୍ମୀୟସ୍ବଜନମାନଙ୍କୁ ହରାଇବାର ଦୁଃଖ, ଚାକିରି ଚାଲିଯିବାର ଭୟ, ଆୟ କମିଯିବା ସହିତ ନିଜେ ଚାହୁଁଥିବା ଜାଗାକୁ ଯାଇ ନ ପାରିବା ଭଳି ସ୍ଥିତି ମାନସିକ ଦୁଃଶ୍ଚିନ୍ତାର ପ୍ରମୁଖ କାରଣ ହୋଇଛି। ଭାରତରେ ୧୦ କୋଟି ଲୋକ କାମଧନ୍ଦା ବା ଚାକିରି ହରାଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ଚାକିରିଆ ଓ ବ୍ୟବସାୟକୁ ଛାଡ଼ିଦେଲେ ସାରା ବିଶ୍ବରେ ସଂଖ୍ୟାଧିକ ବ୍‌ତ୍ତିଧାରୀଙ୍କ ପାରିପାର୍ଶ୍ବିକ ସ୍ଥିତି ବିପନ୍ନ ହୋଇଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ମାନସିକ ସନ୍ତୁଳନତାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଭବିଷ୍ୟତରେ ଏ ଦିଗରେ ସୁଫଳ ନ ମିଳିଲେ, ଦେଶରେ ମାନସିକ ଅନଗ୍ରସରଙ୍କ ସଂଖ୍ୟାରେ ଢେର ବ୍‌ଦ୍ଧି ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ