ପାଣିଟାଙ୍କି ଦେଉଛି ପରିଚୟ


ଯେ କୌଣସି ବ୍ୟକ୍ତିଙ୍କ ପରିଚୟ ତାଙ୍କ ଘରର ଠିକଣା କିମ୍ବା ଘର ଆଗରେ ଲାଗିଥିବା ନାମରୁ ଜଣାପଡ଼ିଥାଏ। ମାତ୍ର ପଞ୍ଜାବର ଏପରି ଏକ ଗ୍ରାମ ରହିଛି, ଯେଉଁଠାରେ ଘରକୁ ଉକ୍ତ ଘରର ପାଣିଟାଙ୍କିରୁ ଚିହ୍ନାଯାଏ। ସାଧାରଣ ପାଣିଟାଙ୍କି ଠାରୁ ଏହା ପୂରା ସ୍ବତନ୍ତ୍ର ଏବଂ ଅଲଗା ହୋଇଥାଏ। ଚାଲନ୍ତୁ ଜାଣିବା ଏ ସମ୍ପର୍କରେ।

ପଞ୍ଜାବର ଜଳନ୍ଧର ନିକଟରେ ଉପଲା ନାମରେ ଏକ ଗାଁ ରହିଛି। ଏହାକୁ ଟାଙ୍କିବାଲା ଗାଁ ବୋଲି କୁହାଯାଏ। ଏଠାରେ ଘର ଉପରେ ନିର୍ମିତ ପାଣିଟାଙ୍କିରୁ ଲୋକଙ୍କ ପରିଚୟ ମିଳେ। ଏହାର ଆଖପାଖ ଗାଁରେ ମଧ୍ୟ ଏହିପରି ଅଜବ ଧରଣର ପାଣିଟାଙ୍କି ସବୁ ଦେଖିବାକୁ ମିଳେ।

ଉପଲା ଗାଁର ଲୋକଙ୍କ ଘର ଛାତ ଉପରେ ସାଧାରଣ ଆକାରର ପାଣିଟାଙ୍କି ନ ଥାଏ। ଏହା ଉଡ଼ାଜାହାଜ, ଘୋଡ଼ା, ଗୋଲାପ, କାର, ବସ ଆଦି ଅନେକ ଆକାରର ଦେଖିବାକୁ ମିଳେ। ଯଦି କୌଣସି ଘରର ଛାତ ଉପରେ ଆର୍ମି ପାଣି ଟାଙ୍କି ଦେଖିବେ, ବୁଝିନେବେ ଯେ ଘରର କୌଣସି ସଦସ୍ୟ ସେନାବାହିନୀରେ ଅଛନ୍ତି। ଯଦି କାହା ଛାତ ଉପରେ ଉଡ଼ାଜାହାଜ ଆକାରର ପାଣି ଟାଙ୍କି ରହିଛି, ତେବେ ଘରର କୌଣସି ଲୋକ ଏନଆରଆଇ ବୋଲି ବୁଝିବାକୁ ହେବ।

ତେବେ କୁହାଯାଉଛି ଯେ ଏହାର ଆରମ୍ଭ ୭୦ ବର୍ଷ ପୂର୍ବରୁ ହଂକଂ ଯାଇଥିବା ତରସେମ ସିଂ କରିଥିଲେ। ସେ ତାଙ୍କ କୋଠାଘର ଉପରେ ପାଣିଜାହାଜ ଆକାରର ଏକ ପାଣିଟାଙ୍କି ନିର୍ମାଣ କରିଥିଲେ। ଏହା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା। ଏବେ ଏଠାରେ ୨୦୦ରୁ ଅଧିକ ଲୋକ ଭିନ୍ନ ଭିନ୍ନ ପ୍ରକାରର ପାଣିଟାଙ୍କି ନିର୍ମାଣ କରିଥିବା ଦେଖାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ