ପାଣିକୁ ବାରମ୍ବାର ଫୁଟାଇ ପିଇବା ସ୍ବାସ୍ଥ୍ୟପକ୍ଷେ ଖରାପ


ସାଧାରଣତଃ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପାଣି ଫୁଟାଇ ପିଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହା ଆପଣ ଅନେକ ଥର ଶୁଣିଥିବେ। ମାତ୍ର ଆପଣ ଜାଣିଛନ୍ତି କି, ପାଣି ବାରମ୍ବାର ଫୁଟାଇ ପିଇବା ଦ୍ବାରା ସ୍ବାସ୍ଥ୍ୟ ଠିକ ରହିବା ପରିବର୍ତ୍ତେ ଅଧିକ ଖରାପ ହୋଇପାରେ।

ପାଣିକୁ ବାରମ୍ବାର ଫୁଟାଇବା ଫଳରେ ଏଥିରେ ଥିବା ପୋଷକତତ୍ତ୍ବ ନଷ୍ଟ ହୋଇଥାଏ। ଏଥିରେ ଆର୍ସେନିକ, ନାଇଟ୍ରେଟ ଓ ଫ୍ଲୋରାଇଡର ମାତ୍ରା ଅଧିକ ହୋଇଥାଏ। ଫଳରେ ଶରୀରକୁ ଏହି ପାଣି କ୍ଷତି ପହଞ୍ଚାଇଥାଏ। ସିଝାପାଣିକୁ ପୁଣିଥରେ ଫୁଟାଇବା ଦ୍ବାରା ଏହାର ବାମ୍ଫ ପୁଣିଥରେ ବାହାରି ସେଥିରେ ମିଶିଥାଏ। ପାଣି ଥରେ ଫୁଟି ଥଣ୍ଡା ହେବା ପରେ ମିନେରାଲ ଓ ଲବଣର ରାସାୟନିକ ସନ୍ତୁଳନ ବିଗିଡ଼ି ଯାଇଥାଏ।

ପାଣି ପୁଣି ଗରମ କରିବା ଫଳରେ ଏଥିରେ ଥିବା ନାଇଟ୍ରେଟ ବାହାରିଯାଇ ହୋଇଯାଇ ବିଷାକ୍ତ ହୋଇଯାଏ। ଉଚ୍ଚ ତାପମାନରେ ନାଇଟ୍ରେଟ ନାଇଟ୍ରୋସାମାଇନ ଓ କାରସିନୋଜେନିକରେ ପରିବର୍ତ୍ତିତ ହୋଇଥାଏ। ଏହାଦ୍ବାରା ଅନେକ ପ୍ରକାର କ୍ୟାନସର, ହ୍‌ଦଘାତ, ମସ୍ତିଷ୍କଜନିତ ରୋଗ ହେବା ସମେତ ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏଣୁ ପାଣିକୁ ସମ୍ପୂର୍ଣ୍ଣ ଭାବେ କୀଟାଣୁମୁକ୍ତ କରିବା ଲାଗି ଏହାକୁ ଅତିକମରେ ୨୦ ମିନିଟ ଫୁଟାଇବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ