ଅଫିସ ଓ ଘରକାମ ଭିତରେ ରଖନ୍ତୁ ସନ୍ତୁଳନ


କୋଭିଡ-୧୯ ପାଇଁ ଲକଡାଉନ ଘୋଷଣା ହେବା ପରେ ଘରେ କାମ କରିବା ଏକ ସାଧାରଣ କଥା ପାଲଟିଛି। ସମସ୍ତଙ୍କର ଏହା ଅଭ୍ୟାସରେ ପଡ଼ିଗଲାଣି। ତେବେ ଘରକାମ ପୁଣି କେମିତି ହେବ? ଚାଲନ୍ତୁ ଜାଣିବା ମହିଳାମାନେ ଘର ଓ ଅଫିସ କାମ ଭିତରେ କିପରି ସନ୍ତୁଳନ ରକ୍ଷା କରିବେ?

ଯେ କୌଣସି କାମ କରନ୍ତୁ ନା କାହିଁକି, ଏଥିପାଇଁ କାର୍ଯ୍ୟସୂଚୀ ତିଆରି କରନ୍ତୁ। ଏପରି କରିବାରେ ଘର ଓ ଅଫିସ କାମ ଠିକ ସମୟରେ ପୂରା କରିହେବ। ଘରେ ଯଦି ଆପଣଙ୍କ ଛୋଟପିଲା ଅଛନ୍ତି ଓ ଆପଣ ଏକକ ପରିବାରରେ ରହୁଛନ୍ତି, ତେବେ ନିଜ ସହକର୍ମୀଙ୍କୁ ଏହି ସ୍ଥିତି ସମ୍ପର୍କରେ ଜଣାନ୍ତୁ। ଫଳରେ କୌଣସି କାମରେ ବିଳମ୍ବ ହେଲେ ଆପଣଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ ନାହିଁ। ଯୌଥ ପରିବାରରେ ରହୁଥିଲେ, ଅଫିସ କାମ ଆରମ୍ଭ କରିବା ପୂର୍ବରୁ ଯଥାସମ୍ଭବ ଘରକାମ ଶେଷ କରିଦିଅନ୍ତୁ। ନିଜ କାମ ଅନୁସାରେ ପତିଙ୍କ ସହ ଘର ଦାୟିତ୍ବ ଏଭଳି ବାଣ୍ଟନ୍ତୁ। ଯେଉଁ ସମୟରେ ଆପଣ ଅଫିସ କାମ କରିବେ, ସେତେବେଳେ ପତି ପିଲାଙ୍କ ଦାୟିତ୍ବ ନେବେ ଓ ଯେତେବେଳେ ପତି ଅଫିସ କାମ କରିବେ, ସେତେବେଳେ ଆପଣ ପିଲାଙ୍କ ଦାୟିତ୍ବ ନେଇପାରିବେ। ସମସ୍ତ ଦାୟିତ୍ବ ଏକୁଟିଆ ନିଜେ ନିଅନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ