ଯବାନଙ୍କ ପାଇଁ ଖଦୀରେ ତିଆରି ମାସ୍କ ପଠାଇଲା ସ୍ପର୍ଶଗଙ୍ଗା


ସ୍ପର୍ଶଗଙ୍ଗାର ରାଷ୍ଟ୍ରୀୟ ସଂଯୋଜିକା ଆରୁଷି ପୋଖରିଆଲ ନିଶଙ୍କ ସୀମାରେ କାର୍ଯ୍ୟରତ ଯବାନଙ୍କ ସୁରକ୍ଷା ଚିନ୍ତାକରି ଖଦୀ କପଡ଼ାରେ ତିଆରି ପୁନଃ ବ୍ୟବହାରଯୋଗ୍ୟ ମାସ୍କ ପଠାଇଛନ୍ତି। ସ୍ପର୍ଶଗଙ୍ଗାର ବିଭିନ୍ନ ଟିମ ଏହି ଫେସ ମାସ୍କକୁ ଖଦୀ କପଡ଼ାରେ ନିଜ ଘରେ ତିଆରି କରିଛନ୍ତି। ଏହାକୁ ଧୋଇ ପୁଣିଥରେ ବ୍ୟବହାର କରାଯାଇ ପାରିବ। ଥରେ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ମାସ୍କରେ ଭାଇରସ ରହୁଥିବାରୁ ଏହାଦ୍ବାରା ଅନ୍ୟ ଲୋକମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ବଢ଼ିଯାଏ। ଏଥିପାଇଁ ହାତ ତିଆରି ପୁନଃ ବ୍ୟବହାରଯୋଗ୍ୟ ମାସ୍କ ଅଧିକ ଉପଯୋଗୀ ହୋଇଥାଏ।

ଏହି ଅବସରରେ ଆରୁଷି କହିଛନ୍ତି ଯେ ଆମେ ସମସ୍ତେ ନିଜ ଘରେ ରହି ଲକଡାଉନକୁ ପାଳନ କରି ଏହି ବିଶ୍ବ ମହାମାରୀ ସହିତ ଲଢ଼ୁଛୁ। ଅପରପକ୍ଷରେ ଆମର ବୀର ସୈନିକ ଭାଇମାନେ ସୀମାରେ ଠିଆହୋଇ ଶତ୍ରୁ ସହିତ ଲଢ଼ୁଛନ୍ତି। ଏପରିସ୍ଥଳେ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି, ସୀମାକୁ ସୁରକ୍ଷା ଯୋଗାଉଥିବା ଆମ ବୀର ଯବାନ ଭାଇମାନଙ୍କୁ ରକ୍ଷାସୂତ୍ର ବାନ୍ଧିବା ପୂର୍ବରୁ ଏହି ବିପଦପୂର୍ଣ୍ଣ ଭାଇରସରୁ ରକ୍ଷା କରିପାରିବା। ଏହି କାରଣରୁ ସ୍ପର୍ଶଗଙ୍ଗାର ସାରା ଦେଶରେ ଥିବା ଟିମ ନିଜ ଭାଇଭଉଣୀମାନଙ୍କୁ ରକ୍ଷାକବଚ (ଫେସ ମାସ୍କ) ପଠାଇବା ନିଷ୍ପତ୍ତି ନେଇଛି ବୋଲି ଆରୁଷି କହିଛନ୍ତି।

ଆରୁଷି ଆହୁରି କହିଛନ୍ତି ଯେ ରକ୍ଷା ବନ୍ଧନ ଆମ ଦେଶର ସବୁଠାରୁ ବଡ଼ ପର୍ବ। ଏଥିରେ ପ୍ରତ୍ୟେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଭାଇ ସବୁବେଳେ ଭଉଣୀର ରକ୍ଷା କରିବା ପଣ ନେଇଥାନ୍ତି। ତେଣୁ ଆମ ଭାଇ ଯିଏ ଜୀବନକୁ ବାଜି ଲଗାଇ ନିଜ ପଣ ରକ୍ଷା କରୁଛନ୍ତି। ଭଉଣୀମାନଙ୍କ ଧର୍ମ ମଧ୍ୟ ଆମେ ସମସ୍ତଙ୍କୁ ରକ୍ଷା କରୁଥିବା ଭାଇଙ୍କୁ ସୁରକ୍ଷିତ ରଖିବା। ତେଣୁ ଦିଲ୍ଲୀସ୍ଥିତ ଆର୍ମ ଫୋର୍ସ କ୍ଲିନିକକୁ ସେ ଏବେ ୧୦ ହଜାର ମାସ୍କ ପଠାଇଛନ୍ତି। ଆମ ସୁରକ୍ଷା ପାଇଁ ଲଗାତର ପରିଶ୍ରମ କରୁଥିବା ଯବାନ ଓ ଡାକ୍ତରମାନଙ୍କ ପାଇଁ ଏହା ଉପଲବ୍ଧ କାଯିବ।  ସ୍ପର୍ଶଗଙ୍ଗା ଏହି ଅଭିଯାନକୁ ‘ଆକ୍ବାକ୍ରାଫଟ’ ନାମକ ଏନଜିଓ ସହ ମିଶି ଆରମ୍ଭ କରିଛି। ସ୍ପର୍ଶଗଙ୍ଗା ଦେଶ ଓ ବିଦେଶରେ ୨୦୦୮ ମସିହାରୁ କାମ କରୁଛି। ଏଥିରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଯୋଡ଼ି ହୋଇ ସାରିଛନ୍ତି। ଆର୍ଥିକ ସହାୟତା ସହିତ ପରିବେଶ ସୁରକ୍ଷା ଚିନ୍ତା କରି ସେମାନେ ସଷ୍ଟେନେବଲ ଜିନିଷରେ ମଧ୍ୟ କାମ କରୁଥିବା ଆରୁଷି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ