ନକାରାତ୍ମକ ବାର୍ତ୍ତା ପ୍ରଚାର ରୋକିବ ଛାପା ଗଣମାଧ୍ୟମ: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କୋରୋନା ମୁକାବିଲା କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ଦେଶର ପ୍ରମୁଖ ଛାପା ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନକାରାତ୍ମକ ବାର୍ତ୍ତା ପ୍ରଚାରକୁ ରୋକିବା ହେଉଛି ଛାପା ଗଣମାଧ୍ୟମର କାର୍ଯ୍ୟ। ସରକାର କ’ଣ କରୁଛନ୍ତି ଓ ଲୋକେ କୋରୋନା ମୁକାବିଲା ପାଇଁ କ’ଣ କରିବା ଦରକାର ତାହା ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା କେବଳ ଗଣମାଧ୍ୟମ ଦ୍ବାରା ସମ୍ଭବ। ଏହା ବିନା ସରକାରୀ କାର୍ଯ୍ୟର କୌଣସି ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ।

ଆଜିକା ଦିନରେ କୋରୋନା ସହ ଲଢ଼ିବା ପାଇଁ ହେଲେ ସରକାରଙ୍କୁ ଗଣମାଧ୍ୟମର ସହଯୋଗ ନିତାନ୍ତ ଜରୁରୀ ହୋଇ ପଡ଼ିଛି। ଲୋକେ ଅସୁସ୍ଥତା ଅନୁଭବ କଲେ କ’ଣ କରିବେ ଓ କେଉଁଠିକୁ ଯିବ ତାହା କେବଳ ଗଣମାଧ୍ୟମ ହିଁ ଜଣାଇ ପାରିବ। ଗଣମାଧ୍ୟମ ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ପରି କାର୍ଯ୍ୟ କରୁଛି। ସରକାରଙ୍କ ସମସ୍ତ ବାର୍ତ୍ତା ଗାଁ ଠୁ ସହର ପର୍ଯ୍ୟନ୍ତ କେବଳ ଗଣମାଧ୍ୟମ ପହଞ୍ଚାଇ ପାରୁଛି। ତେଣୁ ଆଜିର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଛାପା ଗଣମାଧ୍ୟମ ସରକାରଙ୍କ ସହ ମିଶି କାମ କରୁ ବୋଲି ମୋଦି ଏହି ଭିଡିଓ କନଫରେନ୍ସିଂ ଜରିଆରେ ଆହ୍ବାନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ