ହସ୍ପିଟାଲ୍‌କୁ ଛାଡ଼ି ବାକି ସବୁ ଆହାର କେନ୍ଦ୍ର ବନ୍ଦ


ହସ୍ପିଟାଲ୍‌କୁ ଛାଡ଼ି ବାକି ସବୁ ଆହାର କେନ୍ଦ୍ର ବନ୍ଦ
ଭୁବନେଶ୍ବର: କୋରୋନା ସତର୍କତା ଲାଗି ରାଜ୍ୟ ସରକାର ଓଡ଼ିଶାରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହସ୍ପିଟାଲ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ହସ୍ପିଟାଲ୍ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକ ପୂର୍ବଭଳି ଖୋଲା ରହିବ।

କୌଣସି ବି ସ୍ଥାନରେ ଭିଡ଼ ନ ହେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅଧିକ ଲୋକେ ଗହଳି କରିବାରୁ ଏହି ଭାଇରସ ସଂକ୍ରମଣ ହେବା ଆଶଙ୍କା ଅଧିକ ରହିଛି। ତେଣୁ ଏହାକୁ ନଜରରେ ରଖି ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ହସ୍ପିଟାଲ୍‌ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ। ଏନେଇ ମଙ୍ଗଳବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଅତିରିକ୍ତ ସଚିବ। ପୂର୍ବରୁ କୋରୋନା ଯୋଗୁ ଭିଡ଼ କମାଇବା ପାଇଁ ଆହାର କେନ୍ଦ୍ର ଖୋଲା ରହିବାର ସମୟ ଅବଧି ବଢାଇଥିଲେ ସରକାର। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ କୁହାଯାଇଥିଲା। ଆହାର କେନ୍ଦ୍ର ବାହାରେ ସାବୁନ କିମ୍ବା ହ୍ୟାଣ୍ଡ୍ ଓ୍ୱାଶ୍‌ରେ ହାତ ଧୋଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିନ୍ତୁ ଏବେ କୋରୋନାର ବୃଦ୍ଧି ପାଉଥିବା ପ୍ରଭାବ ଦେଖି ଆହାର କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ହସ୍ପିଟାଲ ପରିସରରେ ଥିବା କେନ୍ଦ୍ରଗୁଡ଼ିକ ଖୋଲା ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ