ଲକ୍‌ଡାଉନ୍‌ କଟକଣା ଭାଙ୍ଗିଲେ ବାନ୍ଧିବ ପୋଲିସ


କୋରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସ୍ଥାନମାନଙ୍କୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମାତ୍ର ରବିବାରର ଜନତା କର୍ଫ୍ୟୁ ପରେ ଲୋକେ ସୋମବାର ଏହି କଟକଣାକୁ ଫୁ କରି ଦେଇଛନ୍ତି। ପୋଲିସ ବାରଣ ସତ୍ତ୍ବେ ଲୋକେ ଦୈନନ୍ଦିନ ଭଳି ରାସ୍ତାକୁ ବାହାରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ପରିସ୍ଥିତି ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଅପିଲ କରି କହିଛନ୍ତି ଯେ ସମସ୍ତେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଟକଣା ମାନି ଘର ଭିତରେ ରୁହନ୍ତୁ। ଏହାଦ୍ବାରା ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ମଧ୍ୟ ସୁରକ୍ଷିତ ରହି ପାରିବ।

ଏଥିସହ ମୋଦି ଟ୍ବିଟ୍‌ ଯୋଗେ ଆହୁରି କହିଛନ୍ତି ଯେ ଯଦି କେହି ଲକଡାଉନ୍‌ କଟକଣାକୁ ମାନୁ ନାହାନ୍ତି, ତାହେଲେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମହାମାରୀ ରୋକିବା ପାଇଁ ସରକାର ଯେଉଁ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା କରିଛନ୍ତି, ତାହା ଜରିଆରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି। ଏହି ଆଇନ ବଳରେ ଜଣକୁଗିରଫ କରାଯିବା ସହ ମୋଟା ଅଙ୍କରେ ଜରିମାନା କରାଯିବାର ପ୍ରାବଧାନ ରହିଛି। ଓଡ଼ିଶାର ଭଦ୍ରକରେ ଜିଲ୍ଲାପାଳ ସୋମବାର ଲକ୍‌ଡାଉନ ଉଲ୍ଲଙ୍ଘନ କରିଥିବା ବାଇକ ଆରୋହୀଙ୍କ ଠାରୁ ୬୭ ହଜାର ଟଙ୍କା ଜରିମାନା କରିଥିବା ସୋସାଲ ମିଡିଆ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ