ଜାଣନ୍ତୁ କୋରୋନାକୁ କେମିତି କାବୁ କରୁଛି ଚୀନ!

ସତର୍କତା ଲାଗି ସୁସ୍ଥ ହେଲେଣି ୬୦ହଜାର କୋରୋନା ଆକ୍ରାନ୍ତ

ପୂରା ବିଶ୍ବରେ କୋରୋନା ଭାଇରସର ଆତଙ୍କ ଜାରି ରହିଛି। ଏହି ମହାମାରୀରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। କୋରୋନା ଭାଇରସ ୧୨୭ ଦେଶକୁ କବଳିତ କରିଥିବାବେଳେ ଭାରତରେ କୋରୋନା ଭାଇରସରେ ଏ ପର୍ଯ୍ୟନ୍ତ ୮୦ରୁ ଊର୍ଦ୍ଧ୍ବ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଏଥିରେ ଭାରତରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି।

ସାରା ବିଶ୍ବରେ ୪୯୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ କୋରୋନାରେ ହୋଇସାରିଛି। ତେବେ ଚୀନରେ କୋରୋନାର ନୂଆ ମାମଲା କିଛି ମାତ୍ରାରେ କମିଥିବା ସୂଚନା ମିଳିଛି। ଚୀନରେ କୋରୋନା ସଂକ୍ରମିତ ୮୦,୯୫୫ ମାମଲା ସାମ୍ନାକୁ ଆସିଥିବାବେଳେ ସେଥିମଧ୍ୟରୁ ୬୨,୮୮୮ ଜଣ ରୋଗୀ ଠିକ୍‌ ହୋଇସାରିଥିବା ଜଣାପଡ଼ିଛି। ଚୀନ ଉପରେ ଅଭିଯୋଗ ହେଉଛି କି କୋରୋନା ଭାଇରସ ସମ୍ପର୍କରେ ଲୁଚାଇବା ସହିତ ଦାୟିତ୍ବହୀନ ହୋଇଥିଲା। ଯଦିଓ ଏବେ ଏହି ମହାମାରୀ ଉପରେ କାବୁ କରିବା ପାଇଁ ଚୀନ ପକ୍ଷରୁ ବହୁତ କିଛି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ନୂଆ ମାମଲା ହ୍ରାସ ପାଇଛି। ଏଥିସହିତ କୋରୋନା ସଂକ୍ରମିତ ହୋଇସାରିଥିବା ରୋଗୀ ପୁଣିଥରେ ସୁସ୍ଥ ହେବାରେ ଲାଗିଛନ୍ତି।

କୋରୋନା ପାଇଁ ଚୀନର ସ୍ବତନ୍ତ୍ର ବ୍ୟବସ୍ଥା

୨୩ ଜାନୁଆରୀ ପରେ ପୂରା ଚୀନରେ ୯୩୦୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଯାଇଛି। ଅଫିସ୍‌ ଓ ରେସିଡେଣ୍ଟିଆଲ ଅଞ୍ଚଳକୁ ଯିବା ଆସିବା କରୁଥିବା ଲୋକମାନଙ୍କ ଶରୀରର ତାପମାତ୍ରା ନିୟମିତ ଭାବେ ଚେକ୍‌ କରାଯାଉଛି। ବାହାରୁ ଆସୁଥିବା ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରିର ପୂରା ଛାନ୍‌ଭିନ୍‌ କରାଯାଉଛି। ଆବଶ୍ୟକ ପଡ଼ିଲେ ବାହାରକୁ ବାହାରିବାର ଅନୁମତି ପରିବାରର କେବଳ ଜଣେ ବ୍ୟକ୍ତିଙ୍କୁ ଦିଆଯାଉଛି। ଘରେ ଖାଦ୍ୟ ଓ ହସ୍ପିଟାଲରେ ଔଷଧ ପହଞ୍ଚାଇବା ଲାଗି ଅନେକ ସଂଖ୍ୟାର ଡ୍ରାଇଭର ନିଯୁକ୍ତି କରାଯାଇଛି। ରେସ୍ତୋରାଁର ପ୍ରତ୍ୟେକ ସିଟ୍‌ରେ ସୁରକ୍ଷା କବଚ ଲଗାଯାଇଛି। ଯାହାଫଳରେ ଲୋକେ ପରସ୍ପରଙ୍କ ସଂସ୍ପର୍ଶରେ ଆସିବେ ନାହିଁ।

ଚୀନରେ ପୂରା ସ୍କୁଲ୍‌ ବନ୍ଦ କରି ଦିଆଯାଇଛି ଓ ଅନ୍‌ଲାଇନ୍‌ରେ ପାଠ ପଢ଼ା ଯାଉଛି। ଅଫିସ୍‌ରେ ଲୋକଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଟେଲିକମ୍‌ ଅପରେଟର୍ସମାନେ ମଧ୍ୟ ଏହି ମହାମାରୀରୁ ମୁକ୍ତି ପାଇବା ଲାଗି ଚୀନ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରୁଛନ୍ତି। ଲୋକଙ୍କ ଯିବା ଆସିବା ଉପରେ ପୂରା ଟ୍ରାକିଂ କରାଯାଉଛି। ହେଲ୍‌ଥ କୋଡ ନାମରେ ଏକ ସିଷ୍ଟମ ତିଆରି କରାଯାଇଛି। ଯାହା ଅଧୀନରେ ସବୁଜ, ହଳଦିଆ ଓ ଲାଲ୍‌ ରଙ୍ଗର ଚେକ୍‌ପଏଣ୍ଟସ୍‌ ତିଆରି କରାଯାଇଛି। ଏଥିରେ ଲୋକଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଓ ଟାଇମ୍‌ ଟ୍ରାଭେଲ୍‌ ହିସାବରେ କଡ଼ା ଯାଞ୍ଚ କରାଯାଉଛି।

ଫେସିଆଲ ରିକଗ୍ନିନେସନ ଟେକ୍ନୋଲୋଜି ଆଧାରରେ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ଲୋକଙ୍କ ବିଷୟରେ ସୂଚନା ଦେଉଥିବା ଲୋକଙ୍କୁ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ