ସମ୍ପର୍କ ମଜବୁତ କରିବାକୁ ନିକ-ପ୍ରିୟଙ୍କାଙ୍କଠାରୁ ନିଅନ୍ତୁ ଟିପ୍ସ


ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ କେବଳ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ଭାବେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ନୁହନ୍ତି, ବରଂ ଯେଉଁଭଳି ଭାବେ ଏମାନେ ଦୁଇଟି ଭିନ୍ନ ଦେଶ ଓ ଭିନ୍ନ ସଂସ୍କୃତିର ହୋଇ ମଧ୍ୟ ନିଜ ସମ୍ପର୍କକୁ ମଜବୁତ କରିଛନ୍ତି, ତାହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଛି। ଲୋକେ ଏହି ଷ୍ଟାର୍‌ କପଲଙ୍କ ପ୍ରଶଂସା କରିବାରେ ଲାଗିଥାନ୍ତି। ଏତେ ବ୍ୟସ୍ତ ଶିଡ୍ୟୁଲ ପରେ ମଧ୍ୟ ଏମାନଙ୍କ ମଧ୍ୟରେ ଥିବା ବଣ୍ଡ ଓ ପ୍ରେମ ଏବେ ବି ଅକ୍ଷୂଣ୍ଣ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ନିଜ ବୈବାହିକ ଜୀବନର ମଜବୁତ ବଣ୍ଡ ଓ ପ୍ରେମ ଅକ୍ଷୂଣ୍ଣ ରଖିବା ଲାଗି ପ୍ରିୟଙ୍କା ଓ ନିକ କେତେକ ନିୟମ ପାଳନ କରିଥାନ୍ତି। ଯାହାକୁ ସମସ୍ତ କପଲ୍ସ ବିଶେଷକରି ୱାର୍କିଂ ଯୋଡ଼ିଙ୍କୁ ମଧ୍ୟ ଅନୁସରଣ କରିବା ଉଚିତ।

ଫୋନ୍‌ରେ କଥା ହୁଅନ୍ତୁ
ପ୍ରିୟଙ୍କା ଓ ନିକଙ୍କ ଶିଡ୍ୟୁଲ ଯେତେ ପ୍ୟାକ୍‌ ହେଲେ ମଧ୍ୟ ଫୋନ୍‌ ମାଧ୍ୟମରେ ପରସ୍ପରଙ୍କ ସହ ଯୋଗାଯୋଗରେ ରହିଥାନ୍ତି। ଅନେକ ସମୟରେ କାମ ଚକ୍କରରେ ଆମେ ସବୁକିଛି ଭୁଲି ଯାଇଥାଉ। ଏପରିକି ନିଜ ପାର୍ଟନରଙ୍କୁ ମଧ୍ୟ। କିନ୍ତୁ ଏହା ଠିକ୍‌ ନୁହେଁ। ଯଦି ଆପଣ ତାଙ୍କୁ କଲ୍‌ କରିପାରୁ ନାହାନ୍ତି, ତେବେ ମେସେଜ୍‌ ମାଧ୍ୟମରେ ନିହାତି ଯୋଗାଯୋଗ କରନ୍ତୁ। ଆପଣଙ୍କ ଛୋଟ ଛୋଟ ମେସେଜ୍‌ ଯେପରିକି ଖାଇବା ସରିଲାଣି କି ନାହିଁ, ସନ୍ଧ୍ୟାରେ କ’ଣ ଯୋଜନା ରହିଛି, ଖାଇବା କେମିତି ଥିଲା? ଏପରି ମେସେଜ୍‌ କଲାପରେ କମ୍ୟୁନିକେଶନ ଗ୍ୟାପ୍‌ ହେବ ନାହିଁ ଓ ଆପଣ ତାଙ୍କ ପ୍ରତି ଯତ୍ନଶୀଳ ବୋଲି ଜଣାପଡ଼ିବ।

ଦୂରେଇ ନ ରହିବା
ନିକ ଓ ପ୍ରିୟଙ୍କା ନିଜ କାମ କାରଣରୁ ଅଧିକାଂଶ ସମୟରେ ଟ୍ରାଭେଲ୍‌ କରିଥାନ୍ତି। ଏହି ସମୟରେ ପରସ୍ପରଙ୍କୁ ଦେଖା ହେବାର ସୁଯୋଗ ମିଳି ନ ଥାଏ। କିନ୍ତୁ ଉଭୟେ ଏକ ନିୟମ ତିଆରି କରିଛନ୍ତି। ସେମାନେ ବିଶ୍ବର ଯେଉଁ କୋଣରେ ଥାଆନ୍ତୁ ନା କାହିଁକି କିନ୍ତୁ ଦୁଇରୁ ତିନି ସପ୍ତାହରୁ ଅଧିକ ଦିନ ଦେଖ ନ ହୋଇ ରହନ୍ତିନି। ଏହି ନିୟମ ଲଙ୍ଗ ଡିଷ୍ଟାନ୍ସରେ ରହୁଥିବା କପଲ୍ସଙ୍କ ପାଇଁ କାମ ଆସିବ। କାରଣ ଦୂରରେ ରହିବା ଫଳରେ ସମ୍ପର୍କ ଅଧିକ ଖରାପ ହୋଇଥାଏ। ଭୁଲ୍‌ ବୁଝାମଣା ମଧ୍ୟ ସୃଷ୍ଟି ହୋଇପାରେ।

ପରସ୍ପରଙ୍କୁ ନିଜ ଜୀବନ ସହିତ ଯୋଡ଼ିବା
ପ୍ରିୟଙ୍କା ଓ ନିକ ସବୁବେଳେ ଚେଷ୍ଟା କରନ୍ତି ଯେ ପରସ୍ପରଙ୍କୁ ନିଜ ଜୀବନରେ ଜଡ଼ିତ କରନ୍ତି। ଅନ୍ୟ ୱାର୍କିଂ କପଲଙ୍କୁ ମଧ୍ୟ ଏପରି କରିବା ଦରକାର। ଏହାର ସବୁଠାରୁ ବଡ଼ ଫାଏଦା ହେଉଛି ନିଜ ଜୀବନରେ କ’ଣ ଚାଲୁଛି, ତାହା ପାର୍ଟନର ଜାଣିପାରିବେ। ଏପରି କରିବା ଦ୍ବାରା ଆପଣଙ୍କ ବ୍ୟସ୍ତ ଶିଡ୍ୟୁଲ, କାମର ଚାପ, ଆଦି ସେ ବହୁତ ଭଲ ଭାବେ ବୁଝି ପାରିବେ। ଫଳରେ ତାଙ୍କ ପ୍ରତି ଭଲ ପାଇବା କମି ଯାଇଥିବା କିମ୍ବା ଦୂରତା ବଢ଼ି ଯାଇଥିବା ଭଳି ବିଚାର ଆସିବ ନାହିଁ।

କାମ ବାହାନା କରନ୍ତୁନି

ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଓ ପ୍ରିୟଙ୍କା କେବେ ବି ଭାବନ୍ତିନି, କାମ କାରଣରୁ ତାଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠିବ ନାହିଁ। ଏହି କାରଣରୁ ସମ୍ପର୍କ ଅଧିକ ଦିନ ରହି ନ ଥାଏ କିମ୍ବା କାମ ଛାଡ଼ିବାକୁ ପଡ଼ିପାରେ। ଯଦି ଆପଣ ପ୍ରୟାସ କରିବେ, ତେବେ ନିହାତି ଭାବେ ସମ୍ପର୍କ ବଞ୍ଚିଯିବ। ଏହି ସକାରାତ୍ମକ ଚିନ୍ତାଧାରା ପ୍ରତ୍ୟେକ କପଲ୍‌ଙ୍କୁ ଅନୁସରଣ କରିବା ଉଚିତ। ଏହାଫଳରେ ସମ୍ପର୍କ ସହିତ କ୍ୟାରିଅର ମଧ୍ୟ ଆଗକୁ ବଢ଼ିବ।

ପରସ୍ପରଙ୍କ ସହ ସମୟ ବିତାନ୍ତୁ

କାମରୁ ଫୁର୍‌ସତ ନେଇ କିଛି ସମୟ ସାଥୀରେ ବିତାନ୍ତୁ। ଛୁଟି ନେଇ ବୁଲିଯିବା କିମ୍ବା ଡିନର ଡେଟ୍‌ରେ ନିହାତି ଯାଆନ୍ତୁ। ଏପରି କରିବା ଦ୍ବାରା ଉଭୟଙ୍କର ଆଉଟିଂ ହେବା ସହିତ ଏକାଠି ସମୟ ବିତାଇବାକୁ ସୁଯୋଗ ମଧ୍ୟ ମିଳିଯିବ। ଏଥିପାଇଁ ଆପଣ ପୂର୍ବରୁ ଯୋଜନା କରିପାରିବେ, ଯାହାଫଳରେ ଛୁଟି ଭଲରେ କାଟିପାରିବେ। ଏକାଠି କିଛି ଦିନ ହେଉ ବା କିଛି ଘଣ୍ଟା ଆପଣ ଏହି ସମୟରେ ନିଜ ପାର୍ଟନରଙ୍କ ଉପରେ ପୂରା ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କ ସମ୍ପର୍କକୁ ମଜ୍‌ବୁତ କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ