ଘରେ ତିଆରି କରନ୍ତୁ ଶାଗୁଦାନା ପାମ୍ପଡ଼


ଆପଣ ବଜାରରୁ କିଣି ବିଭିନ୍ନ ପ୍ରକାରର ପାମ୍ପଡ଼ ଖାଇଥିବେ। କେବେ ଘରେ ଶାଗୁଦାନା ପାମ୍ପଡ଼ ତିଆରି କରି ଖାଇଛନ୍ତି। ଯଦି ନୁହେଁ, ତେବେ ଏଠାରେ କିପରି ସହଜରେ ଓ ଶୀଘ୍ର ଶାଗୁଦାନା ପାମ୍ପଡ଼ ତିଆରି କରିପାରିବେ ତାହାର ବିଧି ଦିଆଯାଇଛି। ଚାଲନ୍ତୁ ଜାଣିବା ଶାଗୁଦାନା ପାମ୍ପଡ଼ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ କପ୍‌ ଛୋଟ ଶାଗୁଦାନା, ୧୦ କପ୍‌ ପାଣି, ସ୍ବାଦାନୁସାରେ ଲୁଣ, ୨ ଟେବଲସ୍ପୁନ୍‌ ଜିରା, ୧ ଟେବଲସ୍ପୁନ୍‌ ଲଙ୍କା ଗୁଣ୍ଡ।

ପାମ୍ପଡ଼ ଘୋଳ ତିଆରି କରିବାର ବିଧି

ସର୍ବପ୍ରଥମେ ଶାଗୁଦାନାକୁ ଧୋଇ ଏହାକୁ ଏକ ଗିନାରେ ଭିଜାଇ ଦିଅନ୍ତୁ। ଏକ ପାତ୍ରରେ ୬ କପ୍‌ ପାଣି ଫୁଟାନ୍ତୁ। ପାଣି ଫୁଟିଗଲା ପରେ ଏଥିରେ ଭିଜା ଯାଇଥିବା ଶାଗୁଦାନା, ଲୁଣ, ଜିରା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଶାଗୁଦାନାକୁ ଏକ ଚାମଚରେ ଲଗାତର ଘାଣ୍ଟନ୍ତୁ। ଯାହାଫଳରେ ଏହା ତଳେ ଲାଗିବ ନାହିଁ। ଶାଗୁଦାନା ଘୋଳ ଗାଢ଼ ହୋଇଗଲା ପରେ ଗ୍ୟାସ୍‌ ବନ୍ଦ କରନ୍ତୁ। ଧ୍ୟାନରେ ରଖନ୍ତୁ ଏହି ଘୋଳ ତିଆରି ହେବା ଲାଗି ଅଧ ଘଣ୍ଟା ସମୟ ଲାଗିଯାଏ।

ପ୍ରସ୍ତୁତ ପ୍ରଣାଳୀ
ପ୍ରଥମେ କୌଣସି ସଫା ସ୍ଥାନରେ ଚାଦର ବିଛାଇ ଏହା ଉପରେ ପଲିଥିନ୍‌ ସିଟ୍‌ ରଖନ୍ତୁ। ଏବେ ଘୋଳ ଥଣ୍ଡା ହୋଇଗଲା ପରେ ପଲିଥିନ୍‌ ସିଟ୍‌ ଉପରେ ଏକ ବଡ଼ ଚାମଚରେ ଶାଗୁଦାନା ଘୋଳ ଢାଳି ଭଲ ଭାବେ ବିସ୍ତାର କରନ୍ତୁ। ଏହି ଭଳି ଭାବେ ସମସ୍ତ ଘୋଳରେ ପାମ୍ପଡ଼ ତିଆରି କରନ୍ତୁ। ଏହାପରେ ୪ରୁ ୫ ଘଣ୍ଟା ପରେ ସମସ୍ତ ପାମ୍ପଡ଼କୁ ଓଲଟାନ୍ତୁ। ୨ରୁ ୩ ଦିନ ଯାଏ ଏହି ପାମ୍ପଡ଼କୁ ଖରାରେ ଶୁଖାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଶାଗୁଦାନା ପାମ୍ପଡ଼। ଏହାକୁ ତେଲରେ ଛାଣି ଖାଆନ୍ତୁ। ପାମ୍ପଡ଼ ଶୁଖିଗଲା ପରେ ଏହାକୁ କଣ୍ଟେନରରେ ରଖି ପରେ ଖାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ