ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି


ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା କରାଯାଇଛି। ସପ୍ତମ ବେତନ କମିଶନଙ୍କ ଦ୍ୱାରା ଲାଗୁ ବକେୟା ଦରମାର ୧୦ ପ୍ରତିଶତ ପ୍ରଦାନକୁ ଅନୁମତି ମିଳିଛି। ବକେୟା ଦରମାର ୧୦ ପ୍ରତିଶତ ଓ ମହଙ୍ଗା ଭତ୍ତା ୫ ପ୍ରତିଶତକୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ସପ୍ତମ କମିଶନ ଦରମା ବାବଦକୁ ବକେୟା ଥିବା ୬୦ ପ୍ରତିଶତରୁ ୧୦ ପ୍ରତିଶତ ଦେବାକୁ ଘୋଷଣା କରିଥିଲେ। ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଅର୍ଥ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟ୍‌କୁ ଯିବ। ଅର୍ଥାତ୍ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ବକେୟାର ଦରମାର ୫୦ ପ୍ରତିଶତ କର୍ମଚାରୀ ଏହି ବର୍ଷ ଶେଷ ସୁଦ୍ଧା ପାଇବେ। ପୂର୍ବରୁ ସରକାରୀ କର୍ମଚାରୀ ୪୦ ପ୍ରତିଶତ ବକେୟା ଟଙ୍କା ନେବା ସମୟରେ ରହିଥିବା ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଏଥର ମଧ୍ୟ ସମାନ ନିୟମ ରହିବ। ଯେଉଁମାନେ ୪୦ ପ୍ରତିଶତ ବକେୟା ଦରମା ପୂର୍ବରୁ ନେଇଥିବେ ସେହି କର୍ମଚାରୀମାନେ ହିଁ ବର୍ତ୍ତମାନ ଘୋଷଣା କରାଯାଇଥିବା ୧୦ ପ୍ରତିଶତ ଅର୍ଥ ଉଠାଇପାରିବା କୁହାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ