ସୁଷମାଙ୍କୁ ସମ୍ମାନ: ବୈଦେଶିକ ମନ୍ତ୍ରାଳୟର ଦୁଇ ପ୍ରତିଷ୍ଠାନ ନାମ ବଦଳିଲା


ନୂଆଦିଲ୍ଲୀ: ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କର ଗତ ବର୍ଷ ପରଲୋକ ହୋଇଥିବା ବେଳେ କେନ୍ଦ୍ର ସରକାର ତାଙ୍କୁ ସମ୍ମାନ ଦେବା ସକାଶେ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ବୈଦେଶିକ ମନ୍ତ୍ରାଳୟ ଅଧୀନରେ ରହିଥିବା ଦୁଇଟି ପ୍ରତିଷ୍ଠାନର ନାମ ସୁଷମାଙ୍କ ନାମରେ ନାମିତ କରିବା ସକାଶେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ପ୍ରତିଷ୍ଠାନ ହେଉଛି ପ୍ରବାସୀ ଭାରତୀୟ କେନ୍ଦ୍ର ଓ ବୈଦେଶିକ ସେବା ପ୍ରତିଷ୍ଠାନ। ଉଭୟ ପ୍ରତିଷ୍ଠାନ ନୂଆଦିଲ୍ଲୀରେ ରହିଥିବା ବେଳେ ଫେବ୍ରୁଆରୀ ୧୫ରେ ସୁଷମାଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଦୁଇ ପ୍ରତିଷ୍ଠାନର ନୂତନ ନାମକରଣ କରାଯିବ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଭାବେ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବ ପାଇଥିବା ସୁଷମା ଗତ ବର୍ଷ ଅଗଷ୍ଟ ୬ ତାରିଖରେ ୬୭ ବର୍ଷ ବୟସରେ ପରଲୋକ ଗମନ କରିଥିଲେ।

ସୁଷମାଙ୍କର ଭାରତୀୟ କୂଟନୀତି ଜଗତ ପ୍ରତି ଯଥେଷ୍ଟ ଅବଦାନ ରହିଥିବାରୁ ଏହାର ସ୍ବୀକୃତି ସ୍ବରୂପ ପ୍ରବାସୀ ଭାରତୀୟ କେନ୍ଦ୍ରର ନାମକରଣ ସୁଷମା ସ୍ବରାଜ ଭବନ ଓ ବୈଦେଶିକ ସେବା ପ୍ରତିଷ୍ଠାନର ନାମକରଣ ସୁଷମା ସ୍ବରାଜ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫରେନ୍‌ ସର୍ଭିସ୍‌ କରାଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବରେ ଥିବା ବେଳେ ବିଦେଶରେ ଫସିଥିବା ବହୁ ଭାରତୀୟଙ୍କୁ ଉଦ୍ଧାର କରିବା ଦିଗରେ ସୁଷମା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ମୋଦିଙ୍କ ପ୍ରଥମ ପାଳି ଶାସନରେ ସୁଷମା ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ହେଁ ଗତ ୨୦୧୯ ନିର୍ବାଚନରେ ଅଂଶଗ୍ରହଣ କରି ନ ଥିଲେ। ତେଣୁ ଦ୍ବିତୀୟ ପାଳିରେ ମୋଦି ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବ ଏସ. ଜୟଶଙ୍କରଙ୍କୁ ପ୍ରଦାନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ