ପିଲାଙ୍କୁ ଲାଗିବନି ଥଣ୍ଡା, ଆପଣାନ୍ତୁ ଏହି ଉପାୟ


ଶୀତଦିନେ ପ୍ୟାରେଣ୍ଟଙ୍କୁ ଟେନ୍‌ସନ ରହିଥାଏ ଯେ ପିଲାଙ୍କୁ ସବୁବେଳେ କିପରି ଗରମ ରଖିବେ। ଯାହାଫଳରେ ତାପମାତ୍ରା ହ୍ରାସ ଫଳରେ ପିଲା ରୋଗରେ ପଡ଼ିବେ ନାହିଁ। ଏଥିପାଇଁ ମାତା ପିତା କାହିଁ କେତେ ଉପାୟ ଅବଲମ୍ବନ କରିଥାନ୍ତି। ଯେଉଁଥିରେ କିଛି ଉପାୟ କାମ କରିଥାଏ ତ ଆଉ କେତେକ ଉପାୟ କାମ କରିଥାଏ। ଏଠାରେ ଏପରି କେତେକ ଟିପ୍ସ ଦିଆଯାଇଛି ଯାହା ଅନୁସରଣ କରିବା ପରେ ଆପଣ ସାରା ଦିନ ପିଲାଙ୍କୁ ଗରମ ରଖିବାରେ ସାହାଯ୍ୟ ମିଳିବ।

ପତଳା ଲେୟାର୍ସ କପଡ଼ା ପିନ୍ଧାନ୍ତୁ
ପିଲାଙ୍କୁ ମୋଟା ଜ୍ୟାକେଟ୍‌ ପିନ୍ଧାଇବା ବଦଳରେ ସେମାନଙ୍କୁ ପତଳା ଲେୟାର୍ସରେ ପୋଷାକ ପିନ୍ଧାନ୍ତୁ। ଏହି ସମୟରେ ଧ୍ୟାନରେ ରଖନ୍ତୁ ଆପଣ ସେମାନଙ୍କୁ ମୋଟା ମୋଟା କପଡ଼ା ପିନ୍ଧିବାକୁ ଦିଅନ୍ତୁ ନାହିଁ। କାରଣ ଏହାଦ୍ବାରା ପିଲାକୁ ଚଲାବୁଲାରେ ସମସ୍ୟା ହେବ। ଏହା ବଦଳରେ ସେମାନଙ୍କ ପତଳା ଓ ଗରମ ପୋଷାକର ଲେୟାର୍ସ ପିନ୍ଧାନ୍ତୁ।

ଘରେ ବି ପିନ୍ଧାନ୍ତୁ ଜୋତା
ପିଲାମାନେ ଘରେ ମଧ୍ୟ ବହୁତ କଷ୍ଟରେ ଗୋଟିଏ ସ୍ଥାନରେ ବସିଥାନ୍ତି। ଏପରିସ୍ଥଳେ ଥଣ୍ଡା ଚଟାଣ ସେମାନଙ୍କ ଶରୀରର ତାପମାତ୍ରାକୁ ହ୍ରାସ କରିପାରେ। ତେଣୁ ପିଲାଙ୍କୁ ଘରେ ମଧ୍ୟ ଜୋତା ପିନ୍ଧାଇବା ଏକ ଉତ୍ତମ ବିକଳ୍ପ ହୋଇପାରେ। ତେବେ ଏହି ଜୋତା କପଡ଼ାରେ ତିଆରି ହେବା ଭଲ, ଯାହାଫଳରେ ପିଲାଙ୍କୁ ଆରାମ ଲାଗିବ।

ହୁଡ଼ି ବଦଳରେ ଉଲ୍‌ କ୍ୟାପ୍‌
ଆଜିକାଲି ପିଲାଙ୍କ ପାଇଁ ମଧ୍ୟ ଏଭଳି ଜ୍ୟାକେଟ୍‌ ମିଳୁଛି, ଯେଉଁଥିରେ ହୁଡ଼ି ରହିଛି। ଅନେକ ସମୟରେ ପ୍ୟାରେଣ୍ଟମାନେ ସେହି ହୁଡ଼ିକୁ ମୁଣ୍ଡରେ ଲଗାଇ ଗଳା ପାଖରେ ବାନ୍ଧି ଦିଅନ୍ତି। କିନ୍ତୁ ଏପରି କରିବା ଦ୍ବାରା ପିଲା ବିରକ୍ତ ହୋଇପାରନ୍ତି। ତେଣୁ ଏହା ବଦଳରେ ସେମାନଙ୍କୁ ଉଲ୍‌ରେ ତିଆରି କ୍ୟାପ୍‌ ପିନ୍ଧାଇ ପାରିବେ। ଏହା ଆରାମଦାୟକ ସହିତ ଅଧିକ ଗରମ ମଧ୍ୟ ଦେଇଥାଏ।

ଖେଳିବାକୁ ଦିଅନ୍ତୁ
ଥଣ୍ଡା ଲାଗୁଛି, ତାହା ମାନେ ନୁହେଁ ଯେ ଆପଣ ପିଲାଙ୍କୁ ଘର ଭିତରେ ବନ୍ଦ କରି ରଖିବେ। ପିଲାଙ୍କୁ ବାହାରକୁ ଖେଳିବାକୁ ଛାଡ଼ନ୍ତୁ। ଏହାଫଳରେ ପିଲାର ଶରୀର ଗରମ ରହିବ ଓ ସେମାନଙ୍କଠାରେ ଏନର୍ଜି ମଧ୍ୟ ରହିବ। କିନ୍ତୁ ଧ୍ୟାନ ରଖନ୍ତୁ ଖେଳିବାବେଳେ ପିଲାଙ୍କୁ ମୋଟା ଜ୍ୟାକେଟ୍‌ ପିନ୍ଧାନ୍ତୁ ନାହିଁ। ନଚେତ ଖେଳିବାରେ ସମସ୍ୟା ହେବା ସହିତ ଅଧିକ ଝାଳ ବହିବ। ଫଳରେ ଥଣ୍ଡା ପବନ ବାଜିବା ଫଳରେ ଶରୀରର ତାପମାତ୍ରା ହ୍ରାସ କରିଦେବ ଓ ରୋଗରେ ପକାଇବ।

ନରମ କମ୍ବଳ
ପିଲାଙ୍କୁ ଶୋଇବାବେଳେ ନରମ ଓ ହାଲୁକା କମ୍ବଳ ଘୋଡ଼ାନ୍ତୁ। ନଚେତ ପିଲା ଠିକ୍‌ ଭାବେ ଶୋଇ ପାରିବେ ନାହିଁ। ମୋଟା କମ୍ବଳ ଘୋଡ଼ାଇବା ଫଳରେ ପିଲା ଉପରେ ଅଧିକ ଚାପ ପଡ଼ିବ ଓ ସେ ଠିକ୍‌ରେ ନିଶ୍ବାସ ନେଇ ପାରିବେ ନାହିଁ। ତେବେ ହାଲୁକା ନରମ କମ୍ବଳ କିଣିବାବେଳେ ଧ୍ୟାନରେ ରଖନ୍ତୁ ଏହା ଯେପରି ଅଧିକ ଗରମ ଦେଉଥିବ।

କୋଠରୀକୁ ରଖନ୍ତୁ ଗରମ
ପିଲାଙ୍କ କୋଠରୀକୁ ଯଥାସମ୍ଭବ ଗରମ ରଖନ୍ତୁ। ଏଥିପାଇଁ ଆପଣ ରୁମ୍‌ ହିଟର ବ୍ୟବହାର କରିପାରିବେ। କିନ୍ତୁ ଧ୍ୟାନରେ ରଖନ୍ତୁ କୋଠରୀ ଅଧିକ ଗରମ ନ ହେବା ଦରକାର। ନଚେତ ଶୋଇବାରେ ସମସ୍ୟା ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ