ୟଙ୍ଗ ସ୍କିନ୍‌ ପାଇଁ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏସବୁ


ସ୍ମୁଦ ଓ ଗ୍ଲୋଇଙ୍ଗ ତ୍ବଚା ସମସ୍ତେ ଚାହାନ୍ତି। ଝିଅ ହୁଅନ୍ତୁ ବା ପୁଅ କେହି ବି ନିଜ ଚେହେରାରେ ରିଙ୍କଲ୍ସ ଓ ଡେଡ୍‌ ସ୍କିନ୍‌ ସମ୍ପର୍କରେ ଭାବିବାକୁ ବି ଚିନ୍ତା କରନ୍ତି ନାହିଁ। କିନ୍ତୁ ଅଧିକାଂଶ ଲୋକଙ୍କୁ ଜଣାନାହିଁ ଯେ ସୌନ୍ଦର୍ଯ୍ୟ ପ୍ରସାଧାନ ସାମଗ୍ରୀ ବ୍ୟତୀତ ତ୍ବଚାର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରଖିବା ଲାଗି ଆଉ କ’ଣ କରିପାରିବେ। ଏଠାରେ ଡାଏଟ୍‌ରେ କେତେକ ଜରୁରୀ ଜିନିଷ ସାମିଲ୍‌ କରି କିପରି ଭାବେ ସବୁବେଳେ ୟଙ୍ଗ ଦେଖାଯିବେ।

ଅଁଳା
ଅଁଳା ଭିଟାମିନ୍‌ ସି’ରେ ଭରପୂର ହୋଇଥାଏ। ଭିଟାମିନ୍‌ ସି’ ତ୍ବଚାକୁ କୌଣସି ପ୍ରକାରର ବୟସ୍କ ଛାପରୁ ସୁରକ୍ଷା ଦେଇଥାଏ। ଶୀତଦିନେ ଅଁଳାର ଜାମ୍‌, ଆଚାର, ଅଁଳାରେ ତିଆରି ତରକାରୀ ସେବନ କରନ୍ତୁ। ଏହା ଖାଇବା ଫଳରେ ଆପଣଙ୍କୁ ସବୁବେଳେ ଗ୍ଲୋ କରୁଥିବା ତ୍ବଚା ମିଳିବ।

ୟଗର୍ଟ

ୟଗର୍ଟ ଖାଇବା ଦ୍ବାରା ଶରୀରକୁ ଭରପୂର ମାତ୍ରାରେ ପ୍ରୋଟିନ୍‌ ମିଳିଥାଏ। ଏଥିସହିତ ୟଗର୍ଟରେ ଉତ୍ତମ ବ୍ୟାକ୍ଟେରିଆ ମଧ୍ୟ ରହିଛି। ଯାହା ହଜମ ଶକ୍ତିକୁ ଠିକ୍‌ ରଖେ। ଏହି କାରଣରୁ ଯେଉଁ ଜିନିଷ ଆମେ ଖାଇଥାଉ, ତାହା ଭଲ ଭାବେ ହଜମ ହୋଇଯାଏ। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏହି କାରଣରୁ ତ୍ବଚା ମଧ୍ୟ ଗ୍ଲୋଇଙ୍ଗ ଦେଖାଯାଏ।

ଗାଜର
ଶୀତଦିନେ ଗାଜର ଭରପୂର ମାତ୍ରାରେ ମିଳିଥାଏ। ଗାଜର ଖାଇବା ଦ୍ବାରା ଆମ ଶରୀରକୁ ଆଣ୍ଟିଅକ୍ସିଡାଣ୍ଟସ୍‌ ମିଳିଥାଏ। ଋତୁ ବଦଳିବା ସହିତ ହେଉଥିବା ରୋଗରୁ ମଧ୍ୟ ଏହା ରକ୍ଷା କରେ। ଗାଜରରେ ଫାଇବର ଓ ଭିଟାମିନ୍ସ ସହିତ ପ୍ରାକୃତିକ ଜୁସ୍‌ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ତେଣୁ ପ୍ରତ୍ୟେକ ଦିନ କିଛି ମାତ୍ରାରେ ଗାଜର ଖାଇ ଟୋନ୍‌ଡ ସ୍କିନ୍‌ ହାସଲ କରିପାରିବେ।

ଏକ୍ସଟ୍ରା ଭର୍ଜିନ୍‌ ଅଲିଭ୍‌ ଅଏଲ୍‌
ଆପଣ ଯାହା କିଛି ଖାଦ୍ୟ ଖାଉଛନ୍ତି, ଏହା ତିଆରି କରିବା ପାଇଁ ଭର୍ଜିନ୍‌ ଅଲିଭ୍‌ ଅଏଲ୍‌ ବ୍ୟବହାର କରିପାରିବେ। ଏହି ତେଲରେ ମନୋସ୍ୟାଚୁରେଡ୍‌ ଫ୍ୟାଟ୍‌, ପୋଲିଫିନାଲ୍ସ ଓ ଭିଟାମିନ୍ସରେ ଭରପୂର ମାତ୍ରାରେ ରହିଛି। ଏହା ଲଗାଇବା ଫଳରେ ଯେତିକି ଫାଇଦା ମିଳିଥାଏ, ଖାଦ୍ୟରେ ବ୍ୟବହାର କଲେ ମଧ୍ୟ ସେତିକି ଫାଇଦା ମିଳିଥାଏ। ଏହା ଆମ ତ୍ବଚାରେ ଆବଶ୍ୟକୀୟ ତତ୍ତ୍ବର ଅଭାବ ହେବାକୁ ଦିଏ ନାହିଁ ଓ ମଏଶ୍ଚରାଇଜର ରଖେ। ଏଥିସହିତ ଡ୍ୟାମେଜ୍‌ ସେଲ୍ସକୁ ରିପାୟାର କରିବା କାମ କରେ। ଏହାଫଳରେ ତ୍ବଚାକୁ ୟଙ୍ଗ ରଖେ।

ଏକ୍ସଟ୍ରା ଭର୍ଜିନ୍‌ କୋକାନଟ୍‌ ଅଏଲ୍‌
ନଡ଼ିଆ ତେଲ ତ୍ବଚାରେ ଲଗାଇବା ଫଳରେ ଯେତିକି ଫାଇଦା ମିଳିଥାଏ, ସେତିକି ଫାଏଦା ଏହାକୁ ଖାଦ୍ୟରେ ବ୍ୟବହାର କଲେ ମଧ୍ୟ ମିଳିଥାଏ। ନଡ଼ିଆ ତେଲରେ ଲାପ୍ରିକ୍‌ ଏସିଡ୍‌ ଓ କ୍ୟାପ୍ରିକ୍‌ ଏସିଡ୍‌ ସହିତ ଗୁଡ୍‌ ଫ୍ୟଟୀ ଏସିଡ୍‌ରେ ଭରପୂର ହୋଇଥାଏ। ଏଥିରେ ତିଆରି ତରକାରୀ ଓ ପରଟା ଆଦି ଖାଇବା ଫଳରେ ତ୍ବଚାକୁ ଭରପୂର ପୋଷଣ ମିଳିଥାଏ।

ଟମାଟୋ
ଟମାଟୋ ଖାଇବା ଦ୍ବାରା ଆମ ଶରୀରକୁ ଲାଇକୋପିନ୍‌ ତତ୍ତ୍ବ ମିଳିଥାଏ। ଏହାଦ୍ବାରା ଆମ ଚର୍ମର ଭିତରେ ଥିବା ସେଲ୍ସରେ ଇଲାଷ୍ଟିସିଟି ଠିକ୍‌ ଭାବେ ରହିଥାଏ। ଏହା ଚର୍ମର ଉପର ଭାଗ ସିଝି ନ ଥାଏ। ପିଗ୍‌ମେଣ୍ଟେସନ୍‌ ସମସ୍ୟା ମଧ୍ୟ ହୋଇ ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ