ଫ୍ୟାମିଲ ସହିତ ଫ୍ୟାଶନେବଲ୍‌ ଲୁକ୍‌ରେ ନଜର ଆସିଲେ ଅକ୍ଷୟ


ଅକ୍ଷୟ କୁମାର ଓ ଟ୍ବିଙ୍କଲ ଖାନ୍ନା ନିଜ ଝିଅ ନିତାରାଙ୍କୁ ପ୍ରଥମେ ପ୍ରଥମେ ମିଡିଆ ସମ୍ମୁଖକୁ ଆସିବାକୁ ଦେଉ ନ ଥିଲ। କିନ୍ତୁ ଏବେ ନିତାରା ବଡ଼ ହେବା ସହିତ ଏହି ଷ୍ଟାର୍‌ କପଲଙ୍କ ସହ ପବ୍ଲିକ୍‌ ପ୍ଲେସ୍‌ରେ ନଜର ଆସୁଥିବା ଦେଖିବାକୁ ମିଳୁଛି। ଏଥର ବି ଏହି ସେଲିବ୍ରିଟି ଫ୍ୟାମିଲ୍‌କୁ ଏକାଠି ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ଅକ୍ଷୟ ଓ ଟ୍ବିଙ୍କଲଙ୍କ ସହିତ ତାଙ୍କ ଝିଅ ନିତାରା ମଧ୍ୟ ବେଶ୍‌ ଷ୍ଟାଇଲିଶ୍‌ ଦେଖାଯାଉଥିଲେ।

ମୁମ୍ବାଇର ଜୁହୁ ଅଞ୍ଚଳର ଏକ ଶୋ’ରୁମ୍‌ ବାହାରେ ଦେଖିବାକୁ ମିଳିଥିଲେ। ଏହି ଫ୍ୟାମିଲ୍‌ର ଷ୍ଟାଇଲିଶ୍‌ ଲୁକ୍‌ ସେଠାରେ ଉପସ୍ଥିତ ଫଟୋ ସାମ୍ବାଦିକଙ୍କ କ୍ୟାମେରାରେ କଏଦ ହୋଇଥିଲା। ଏହି ସମୟରେ ଟ୍ବିଙ୍କଲ ଷ୍ଟ୍ରେଟ୍‌ ଫିଟ୍‌ ହ୍ବାଇଟ୍‌ ଜିନ୍ସ ଓ ଡାର୍କ ଗ୍ରେ ଶେଡ୍‌ର ଟପସ୍‌ ପିନ୍ଧିଥିଲେ। ଟପ୍‌ସରେ ସ୍ଲିଟ୍‌ ସ୍ଲିଭ୍‌ସ ଡିଜାଇନ୍‌ ଓ ଅଣ୍ଟା ପାଖରେ ବନ୍ଧା ଯାଇଥିବା ବ୍ରାଉନ୍‌ ଟାଇଙ୍ଗ ବେଲ୍ଟ ତାଙ୍କୁ ଆହୁରି ସୁନ୍ଦର ଲୁକ୍‌ ଦେଉଥିଲା।

ସେହିପରି ଅକ୍ଷୟ ଆର୍ମି ପ୍ରିଣ୍ଟ ହୁଡି ପିନ୍ଧି ଥିଲେ। ଯାହାକୁ ସେ ବ୍ଲାକ୍‌ ଡେନିମ୍‌ ଓ ଷ୍ଟାଇଲିଶ୍‌ ଜୋତା ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଅକ୍ଷୟ ନିଜ କେଶର ଲୁକ୍‌କୁ କ୍ଲାସିକ୍‌ ଷ୍ଟାଇଲ୍‌ ମଧ୍ୟ ରଖିଥିଲେ। ଏହି ସମୟରେ ନିତାରା ଶର୍ଟ କର୍ଟନ୍‌ ଡ୍ରେସ୍‌ ପିନ୍ଧିଥିଲେ। ଏହା ଉପରେ ସେ ଝୋଟ୍‌ରେ ତିଆରି ସ୍ଲିଙ୍ଗ ପର୍ସ ଝୁଲାଇଥିଲେ। ପିଲାଙ୍କ ପାଇଁ କଟନ୍‌ ସବୁଠାରୁ ଉତ୍ତମ ଫ୍ୟାବ୍ରିକ୍‌ ବୋଲି କୁହାଯାଏ। କାରଣ ଏହା ଚର୍ମରେ କୌଣସି ପ୍ରକାର ସମସ୍ୟା ସୃଷ୍ଟି କରି ନ ଥାଏ ଓ ଥଣ୍ଡା ରହିଥାଏ। ଏହି ଡ୍ରେସ୍‌କୁ ମ୍ୟାଚ୍‌ କରି ନିତାରା ବ୍ରାଉନ୍‌ ଗ୍ଲାଡିଏଟର ଫ୍ଲାଟସ୍‌ ଜୋତା ପିନ୍ଧିଥିଲେ। ଯାହା ତାଙ୍କ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରି ଦେଇଥିଲା। ଏଥିରେ ଚାଲିବାବେଳେ ନିତାରା ବହୁତ ଆରାମଦାୟକ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା। ନିତାରା କେଶ ଖୋଲା ରଖି ଫ୍ଲୋରାଲ ପ୍ରିଣ୍ଟର ବୋହେମିୟନ ହେଆରବ୍ୟାଣ୍ଡ ପିନ୍ଧିଥିଲେ। ଯାହା ପୂରା ଲୁକ୍‌ ସହିତ ପୂରାପୂରି ମ୍ୟାଚ୍‌ କରୁଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ