ନ୍ୟୁଜିଲାଣ୍ଡରେ ଖରାପ ରେକର୍ଡ ସୁଧାରିବା ଲକ୍ଷ୍ୟରେ ଭାରତ


ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ମୋଟ୍‌ ୧୦ଟି ମ୍ୟାଚ୍‌ ଖେଳିବ। ୫ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଆସନ୍ତା ୨୪ ତାରିଖରୁ ଭାରତ ପ୍ରଥମ ପର୍ଯ୍ୟାୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଆଗକୁ ଟି-୨୦ ବିଶ୍ବକପ ଆସୁଥିବାରୁ ଏହି ଫର୍ମାଟରେ ଭାରତ ଉନ୍ନତ ପ୍ରଦର୍ଶନ ଜରୁରୀ ହୋଇ ପଡ଼ିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡରେ ଭାରତର ପ୍ରଦର୍ଶନ କିନ୍ତୁ ନିରୁତ୍ସାହଜନକ ରହିଛି। ବିଦେଶ ମାଟିରେ ଭାରତର ପ୍ରଦର୍ଶନକୁ ତୁଳନା କଲେ ନ୍ୟୁଜିଲାଣ୍ଡରେ ସବୁଠାରୁ ଖରାପ ବୋଲି ଜଣାପଡୁଛି।

ଏଯାବତ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧ଟି ଟି-୨୦ ମ୍ୟାଚ୍‌ ଖେଳିଥିଲା ବେଳେ ମାତ୍ର ୩ଟିରେ ବିଜୟୀ ହୋଇପାରିଛି। ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ୮ଟି ଟି-୨୦ ମ୍ୟାଚ ଜିତି ଆଗରେ ରହିଛି। ନ୍ୟୁଜିଲାଣ୍ଡ ମାଟିରେ ଭାରତ ୪ଟି ଟି-୨୦ ଖେଳିଥିଲା ବେଳେ କେବଳ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇ  ୩ଟିରେ ପରାଜିତ ହୋଇଛି। ଫଳରେ ଟି-୨୦ ଫର୍ମାଟ୍‌ରେ ଭାରତର ସଫଳତା ନ୍ୟୁଜିଲାଣ୍ଡ ମାଟିରେ ମାତ୍ର ୨୦ ପ୍ରତିଶତ ରହିଛି।

ଏହିପରି ସ୍ଥିତିରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବାକୁ ଯାଉଥିଲା ବେଳେ ପ୍ରଦର୍ଶନକୁ ନେଇ କିଛିଟା ସନ୍ଦେହ ରହିଛି। ମାତ୍ର ଭାରତୀୟ ଦଳର ନିକଟ ଅତୀତରେ ପ୍ରଦର୍ଶନ ଭଲ ରହିଥିବାରୁ ଭାରତ ଏଥର ନ୍ୟୁଜିଲାଣ୍ଡ ମାଟିରେ ଥିବା ନକାରାତ୍ମକ ରେକର୍ଡକୁ ଭାଙ୍ଗି ପାରିବ ବୋଲି ଆଶା କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ