ହୀନାଙ୍କଠାରୁ ନିଅନ୍ତୁ ଏହି ଡ୍ରେସ୍‌ ଆଇଡିଆ


ଟିଭି ଇଣ୍ଡଷ୍ଟ୍ରୀରେ ନିଜ ପରିଚୟ ସୃଷ୍ଟି କରିବା ପରେ ହୀନା ଖାନ ଏବେ ବଲିଉଡ୍‌ରେ ପାଦ ରଖିବା ଲାଗି ପୂରା ପ୍ରସ୍ତୁତ ଅଛନ୍ତି। ନିଜ ପ୍ରଶଂସକଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ସେ ସୋସାଲ ମିଡିଆରେ ନିୟମିତ ଭାବେ ଫଟୋ ଶେୟାର କରିବାରେ ଲାଗିଥାନ୍ତି। ଏହି ସବୁ ଫଟୋରେ ସେ ବହୁତ ଅଲଗା ଡ୍ରେସ୍‌ରେ ନଜର ଆସିବା ସହିତ ନିଜ ପ୍ରଶଂସକଙ୍କୁ ଫ୍ୟାଶନ୍‌ ଗୋଲ୍ସ ଦେବାରେ ଲାଗିଥାନ୍ତି। ସେହିପରି ହୀନାଙ୍କ ଏହି ଡ୍ରେସ୍‌କୁ ବୁଝିବା କେତେକ ଲୋକଙ୍କ ପାଇଁ କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ। କାରଣ ସେ କ’ଣ ପିନ୍ଧିଛନ୍ତି, ତାହା ଅନେକ ଲୋକ ବୁଝି ପାରି ନ ଥାନ୍ତି। ଏହି ଡ୍ରେସ୍‌କୁ ଦେଖି ଆପଣ ମଧ୍ୟ କୌଣସି ପାର୍ଟି କିମ୍ବା କାର୍ଯ୍ୟକ୍ରମ ପାଇଁ ଆଇଡିଆ ନେଇ ନିଆରା ଡ୍ରେସ୍‌ ତିଆରି କରିପାରିବେ।

ହୀନା ପିନ୍ଧିଥିବା ହ୍ବାଇଟ୍‌ ବେସ୍‌ ଉପରେ ଗ୍ରୀନ୍‌ ଓ ପିଙ୍କ୍‌ ରଙ୍ଗରେ ଡିଜାଇନ୍‌ କରାଯାଇଥିବା ଶର୍ଟ ଡ୍ରେସ୍‌ ଦ୍ବନ୍ଦ୍ବ ସୃଷ୍ଟି କରୁଥିଲା। ଏହାର ଗୋଟିଏ ସ୍ଲିଭ୍‌ ବ୍ଲେଜର ଓ ଅନ୍ୟ ସ୍ଲିଭ୍‌ କାଫ୍‌ତାନ ଷ୍ଟାଇଲ୍‌ର ଅଟେ। ଏହାର ଅଧା ଡ୍ରେସ୍‌ ବ୍ଲେଜର ଓ ଅଧା କାଫ୍‌ତାନ ଲୁକ୍‌ରେ ରହିଛି। ସେହିପରି ଏହା ସହିତ ହୀନା ମେସି ହେଆରଷ୍ଟାଇଲ୍‌, ଫିଙ୍କ୍‌ ଫୁଟ୍‌ୱିଅର ଓ କାନରେ ବଡ଼ ରାଉଣ୍ଡ ଇଅରରିଙ୍ଗସ୍‌ ପିନ୍ଧିଥିଲେ। ସେହିପରି ହୀନା ଗ୍ରେ ରଙ୍ଗର ଲଙ୍ଗ ଆଙ୍କଲ ଲେଙ୍ଗଥ ଡ୍ରେସ୍‌ ଉପରୁ ତଳ  ଯାଏ ଏକା ଭଳି ଦେଖା ଯାଉଥିଲା। କିନ୍ତୁ ଏହାର ଗୋଟିଏ ହାତ ବେଶ୍‌ ଚଉଡ଼ା ଓ ଥ୍ରି କ୍ବାଟର ଷ୍ଟାଇଲ୍‌ର ଥିଲା। ସେହିପରି ବେକ୍‌ ପାଖରେ ଏକ ଡିଜାଇନ୍‌ ଦିଆଯାଇଛି, ଯାହା ତାଙ୍କୁ ନିଆରା ଲୁକ୍‌ ଦେଉଥିଲା। ଡ୍ରେସ୍‌ ଲୁକ୍‌କୁ ପୂରା କରିବା ଲାଗି ହୀନା ହ୍ବାଇଟ୍‌ କଲରର ଚଉଡ଼ା ବେଲ୍ଟ ଓ ଶୋଲ୍ଡରରେ ସ୍କାର୍ଫ ପକାଇଥିବା ଦେଖିବାକୁ ମିଳିଥିଲା।

କ୍ୟାରଟ୍‌ ଅରେଞ୍ଜ ରଙ୍ଗର ଫର୍ମାଲ ପ୍ୟାଣ୍ଟ ସହିତ ହୀନା ବ୍ଲେଜର ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏହା ବ୍ଲେଜର ଭଳି ଦେଖାଯାଉଥିଲେ ମଧ୍ୟ ଏଥିରେ ମଧ୍ୟ ଟ୍ବିଷ୍ଟ ଦେଇ ହୀନା ରାପ୍‌ ଆରାଉଣ୍ଡ ଡ୍ରେସ୍‌ ଲୁକ୍‌ ଦେଇଥିଲେ। ଏହି ଡ୍ରେସ୍‌ରେ ସେ ଫଲ୍‌ ଏବଂ କଟ୍‌ ମଧ୍ୟ ଦେଇଥିଲେ। ମନୋକ୍ରୋମ ବା ବ୍ଲାକ୍‌ ଏଣ୍ଡ ହ୍ବାଇଟ୍‌ ଡ୍ରେସ୍‌ର କମ୍ବିନେସନ୍‌ ଦେଖିବାକୁ ବହୁତ ଭଲ ଲାଗିଥାଏ। ହୀନାଙ୍କ ଏହି ଡ୍ରେସ୍‌ ଦେଖିବାକୁ ହୁଏତ କିଛି ମାତ୍ରାରେ ଅଜବ ଲାଗୁଥିଲା। ଏହାର ଗୋଟିଏ ପାର୍ଶ୍ବରେ କଳା ରଙ୍ଗର ପ୍ଲେନ୍‌ ହାଫ୍‌ ବ୍ଲେଜର ସହିତ ବ୍ଲାକ୍‌ ଏଣ୍ଡ ହ୍ବାଇଟ୍‌ ରଙ୍ଗର ସ୍ପାଗେଟ୍ଟୀ ଷ୍ଟ୍ରାପ୍‌ ଯୁକ୍ତ ଶର୍ଟ ଡ୍ରେସ୍‌ଥିଲା। ଯାହା ଉପରେ ଷ୍ଟ୍ରାଇପ୍ସ ଥିଲା। ଏହି ସମସ୍ତ ଡ୍ରେସ୍‌ରେ ହୀନା ଗୋଟିଏ ଡିଜାଇନ୍‌ ନ କରି ୨ରୁ ୩ ଟି ଡିଜାଇନ୍‌କୁ ମିକ୍ସ କରି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବାକୁ ବହୁତ ଭଲ ଲାଗୁଥିଲେ ମଧ୍ୟ ବୁଝିବାକୁ ଟିକେ ଅଜବ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ