କୋଲାକାତା ପୋର୍ଟର ନୂଆ ନାମ ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ପୋର୍ଟ ଟ୍ରଷ୍ଟକୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମିତ କରିଛନ୍ତି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ କହିଛନ୍ତି ଯେ ଏହି ୨ ମହାନ ବ୍ୟକ୍ତିବିଶେଷ ଯେବେଠାରୁ ସରକାରୀ ପ୍ରକ୍ରିୟାରୁ ଦୂରେଇ ଗଲେ ସେବେଠାରୁ ଦେଶର ବିକାଶ ବାଧାପ୍ରାପ୍ତ ହେଲା। ଆଜି ଯାହା ବି ଶିଳ୍ପ ବିକାଶ ଦେଶରେ ସମ୍ଭବ ହୋଇଛି, ତାହା ପଛରେ ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ ଭିଜନ କାମ କରୁଥିଲା ବୋଲି ମୋଦି କହିଛନ୍ତି।

ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଗ ନେଇ ମୋଦି ଆହୁରି କହିଥିଲେ ଯେ ଏହି ମହାନ ଜନନାୟକଙ୍କୁ ସମ୍ମାନ ଜଣାଇ ସେ କୋଲାକାତା ପୋର୍ଟ ଟ୍ରଷ୍ଟକୁ ତାଙ୍କ ନାମରେ ନାମିତ କରୁଛନ୍ତି। ତେଣୁ ଏହା ଏଣିକି ଶ୍ୟାମା ପ୍ରସାଦ ମୁକାର୍ଜୀ ପୋର୍ଟ ନାମରେ ନାମିତ ହେଲା। ଏଥିସହ ମୋଦି ରାଜ୍ୟ ସରକାରଙ୍କୁ ମଧ୍ୟ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ବେଙ୍ଗଲ ସରକାର କେନ୍ଦ୍ର ସରକାରଙ୍କ ସ୍କିମ୍‌କୁ କାର୍ଯ୍ୟକାରୀ କରୁ ନାହାନ୍ତି। କାରଣ ଏହାଦ୍ବାରା ବେଙ୍ଗଲ ସରକାରଙ୍କ ସିଣ୍ଡିକେଟ ଭର୍ତ୍ତି ହେବାର କୌଣସି ବ୍ୟବସ୍ଥା ନାହିଁ। ଯାହା ପାଇବା କଥା, ତାହା ହିତାଧିକାରୀ ସିଧାସଳଖ କେନ୍ଦ୍ର ସରକାରଙ୍କ ଠାରୁ ପାଇବାର ବ୍ୟବସ୍ଥା ହୋଇଛି। ତେଣୁ ଏଠାକାର ସରକାର କେନ୍ଦ୍ରୀୟ ଯୋଜନାକୁ ଗ୍ରହଣ ନ କରି ଲୋକଙ୍କ ପେଟରେ ନାତ ମାରୁଛନ୍ତି। ଦେଶର ୮ କୋଟି କୃଷକ କିଷାନ ଯୋଜନାରେ ଉପକାର ପାଉଥିଲା ବେଳେ ବେଙ୍ଗଲର କେହି ଏହି ତାଲିକାରେ ନାହାନ୍ତି ବୋଲି କହି ମୋଦି ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାମପନ୍ଥୀ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ସିପିଏମ୍‌ ପଲିଟିବ୍ୟୁରୋ ସଭ୍ୟ ସଲିମ କହିଛନ୍ତି ଯେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଲୋକେ ଭାବୁଥିଲେ ଯେ ସେ ଗେମ୍‌ଚେଞ୍ଜର ହେବ। ମାତ୍ର ବାସ୍ତବରେ ସେ ଯେ କେବଳ ଜଣେ ନେମ୍‌ଚେଞ୍ଜର, ତାହା ତାଙ୍କ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି ବୋଲି ସଲିମ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ