ବେଜୋସ୍‌ଙ୍କ ଭାରତ ଗସ୍ତକୁ ବିରୋଧ କରିବେ କ୍ଷୁଦ୍ର ବ୍ୟବସାୟୀ


ବିଶ୍ବର ଅନ୍ୟତମ ପ୍ରମୁଖ ଅନ୍‌ଲାଇନ୍‌ ଶପିଙ୍ଗ୍‌ କମ୍ପାନୀ ଆମାଜନ୍‌ଡଟ୍‌କମ୍‌ ଇଙ୍କ୍‌ର ପ୍ରତିଷ୍ଠାତା ଜେଫ୍ ବୋଜୋସ୍‌ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ତାଙ୍କ କମ୍ପାନୀର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଏଠାକୁ ଆସୁଥିବା ବେଳେ ଏଠାରେ କେତେକ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେବେ ବେଜୋସ୍‌ଙ୍କ ଏହି ଗସ୍ତ ବେଳେ ତାଙ୍କୁ ଦେଶର ହଜାର ହଜାର ସଂଖ୍ୟାରେ କ୍ଷୁଦ୍ର ବ୍ୟବସାୟୀ ବିରୋଧ କରିବେ ବୋଲି ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀରେ ଆମାଜନ୍‌ର ଏକ ଇଭେଣ୍ଟ୍‌ରେ ବେଜୋସ୍‌ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଭାରତର କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀମାନଙ୍କୁ ଆମାଜନ୍‌ ସହ ଯୋଡ଼ିବା ସକାଶେ ଆଲୋଚନା ହେବ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଆଲୋଚନା କରିବାର ସମ୍ଭାବନା ରହିଛି।

ଏହାଛଡ଼ା ବେଜୋସ୍‌ କେତେକ ପ୍ରମୁଖ ସରକାରୀ ଅଧିକାରୀଙ୍କ ସହ ଦେଶରେ ଇ-କମର୍ସର ବ୍ୟାପକତା ନେଇ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି। ତେବେ ବେଜୋସ୍‌ କେବେ ଭାରତ ଆସିବେ ଓ ତାଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ। ତେବେ ଅନ୍‌ଲାଇନ୍‌ ଶପିଙ୍ଗ୍‌ ଦ୍ବାରା ଦେଶର ଖୁଚୁରା ବ୍ୟବସାୟୀମାନେ ପ୍ରଭାବିତ ହେଉଥିବାରୁ ଏହାକୁ ବିରୋଧ କରି ସହସ୍ରାଧିକ ସଂଖ୍ୟାରେ ବ୍ୟବସାୟୀ ବିଶ୍ବର ଅନ୍ୟତମ ବିତ୍ତଶାଳୀ ବ୍ୟକ୍ତି ବେଜୋସ୍‌ଙ୍କୁ ବିରୋଧ କରିବେ ବୋଲି ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ