ତେଜସର ନାଭାଲ ଭର୍ସନର ସଫଳ ଉତ୍‌କ୍ଷେପଣ


ନୂଆଦିଲ୍ଲୀ: ରବିବାର ତେଜସର ଲାଇଟ କମ୍ବାଟ୍‌ ଏୟାରକ୍ରାଫ୍ଟ ନାଭାଲ ଭର୍ସନର ସଫଳ ଉତ୍‌କ୍ଷେପଣ କରାଯାଇଛି। ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରୁ ସ୍କାଏ ଜମ୍ପ ଜରିଆରେ ଏହାର ସଫଳ ଉତ୍‌କ୍ଷେପଣ କରାଯାଇଛି। ନୌବାହିନୀ ମୁଖପାତ୍ର ତେଜସର ଏହି ନାଭାଲ ଭର୍ସନ ଉତ୍‌କ୍ଷେପଣ ଏକ ବଡ଼ ସଫଳତା ବୋଲି କହିବା ସହ ଭାରତ ହାତ ଗଣତି କେତୋଟି ରାଷ୍ଟ୍ର ମଧ୍ୟରେ ଏହି ସଫଳତା ନେଇ ସ୍ଥାନ ପାଇଲା ବୋଲି କୁହାଯାଉଛି।

ଶନିବାର ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଏୟାରକ୍ରାଫ୍ଟ ସଫଳ ଅବତରଣ କରିବା ମଧ୍ୟ ଏକ ବଡ଼ ସଫଳତା ଥିଲା। ମାତ୍ର ଗୋଟିଏ ଦିନ ବ୍ୟବଧାନରେ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ତେଜସ୍‌ର ଅବତରଣ ଓ ପୁଣ ସଫଳ ଉତ୍‌କ୍ଷେପଣ ଭାରତୀୟ ପ୍ରତିରକ୍ଷା ବିଭାଗ ପାଇଁ ବଡ଼ ସଫଳତା ଆଣି ଦେଇଛି। ତେଜସ ସହ ଜଡ଼ିତ ସମସ୍ତ ପ୍ରକାର ବୈଷୟିକ ଟିମ୍‌କୁ ମଧ୍ୟ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ