ମା’ଙ୍କ ଶେଷକୃତ୍ୟ ସାରି ପୁଣି ଜେଲ୍‌ ଗଲେ ପୁଞ୍ଜିଲାଲ


ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ରବିବାର ଜେଲ୍‌ରୁ ବାହାରି ପାଟଣାଗଡ଼ଠାରେ ମା’ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ମା’ଙ୍କୁ ମୁଖାଗ୍ନି ଦେଇ ସେ ପୁଣି ବଲାଙ୍ଗିର ଜେଲ୍‌ ଯାଇଥିବା ସୂଚନା ମିଳିଛି। ମା’ ଇନ୍ଦୁମତୀଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ପାଟଣାଗଡ଼ ଏଡିଜେଙ୍କ ନିର୍ଦ୍ଦେଶ ବଳରେ ପୁଞ୍ଜିଲାଲ ରବିବାର ଅପରାହ୍ନ ୨ଟାରେ ବଲାଙ୍ଗିର ଜେଲରୁ ବାହାରି ଥିଲେ। ପୁଞ୍ଜିଲାଲ୍‌ଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲ୍‌ରୁ ପାଟଣାଗଡ଼ର ରାମପୁର ଗାଁକୁ ନେଇଥିଲା ପୋଲିସ । ଏହାପରେ ଗାଁ ଶ୍ମଶାନରେ ସେ ମାଆଙ୍କୁ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ, ଶନିବାର କୋର୍ଟ ପୁଞ୍ଜିଲାଲ୍‌ଙ୍କୁ ମାଆଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଅନୁମତି ଦେଇଥିଲେ । ପୁଲିସ ପହରାରେ ଯାଇ ମାଆଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ ବୋଲି କହିଥିଲେ ପାଟଣାଗଡ଼ ଏଡିଜେ କୋର୍ଟ । ଶେଷକୃତ୍ୟ ସରିବା ପରେ ପୁଞ୍ଜିଲାଲ୍‌ଙ୍କୁ ଜେଲରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ରହିଛି। ୨୦୧୮ ଫେବ୍ରୁଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ପୁଞ୍ଜିଲାଲ୍ । ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ