୭ ବର୍ଷୀୟ ବାଳକଙ୍କ କରିସ୍ମା: ୮.୫ ଲକ୍ଷରେ ବିକ୍ରି ହେଲା ପେଣ୍ଟିଂ


ବର୍ଲିନ୍: ଜର୍ମାନୀର ୭ ବର୍ଷ ବୟସର ବାଳକଙ୍କ ପେଣ୍ଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌ ଅକରଙ୍କ ପେଣ୍ଟିଂ ବିକ୍ରି ହେବା ପରେ ସେ ରାତାରାତି ସୋସାଲ୍‌ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲୋକେ ତାଙ୍କୁ ପ୍ରିସ୍କୁଲ୍‌ ପିକାସୋ ବୋଲି ଡାକୁଛନ୍ତି। ସେ ଜର୍ମାନୀର ଷ୍ଟାର ଫୁଟବଲ ତାରକା ମୈନୁଅଲ ନୋୟରଙ୍କ ପେଣ୍ଟିଂ କରିଥିଲେ। ଏହାକୁ ଦର୍ଶକ ବେଶ୍‌ ପ୍ରଶଂସା କରିଥିଲେ। ପେଣ୍ଟିଂ ବିକ୍ରିରୁ ମିଳିଥିବା ଟଙ୍କା ଦାତବ୍ୟ ଅନୁଷ୍ଠ।ନକୁ ଦାନ କରାଯିବ ବୋଲି ତାଙ୍କ ପିତା କେରମ୍‌ ଅକର ସୂଚନା ଦେଇଛନ୍ତି।

ମିଖାଇଲ୍‌ ୪ ବର୍ଷ ବୟସରୁ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ଏବେ ତାଙ୍କର ପେଣ୍ଟିଂ ଅନ୍ତର୍ଜାତୀୟସ୍ତରରେ ବେଶ୍‌ ଖ୍ୟାତି ହାସଲ କରି ପାରିଛି। ୨୦୧୭ଠାରୁ ସେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗୀତା ଏବଂ ପେଣ୍ଟିଂ ପ୍ରଦର୍ଶନୀରେ ଯୋଗ ଦେବା ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମ୍‌ରେ ମିଖାଇଲ୍‌ଙ୍କର ୪୭ ହଜାର ଫଲୋଅର୍ସ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ