ଗୋଲ୍ଡେନ୍‌ ଗ୍ଲୋବ୍‌ସ ପୁରସ୍କାର ଉତ୍ସବରେ ଛାଇଗଲେ ସେଲିବ୍ରିଟି


ନିକଟରେ ହୋଇଥିବା ଗୋଲ୍ଡେନ୍‌ ଗ୍ଲୋବ୍‌ସ ଆୱାର୍ଡ ସେରିମନିରେ ଅନେକ ହଲିଉଡ୍‌ ସେଲିବ୍ରିଟି ସାମିଲ୍‌ ହୋଇଥିଲେ। ଆଉ ଏହି ଚର୍ଚ୍ଚିତ ଅଭିନେତ୍ରୀମାନେ ନିଜ ବୋଲ୍ଡ ଲୁକ୍ସ ଓ ଷ୍ଟାଇଲ୍‌ରେ ବାଜି ମାରିନେଇଥିଲେ। ଚାଲନ୍ତୁ ଜାଣିବା ଗୋଲ୍ଡେନ୍‌ ଗ୍ଲୋବ୍‌ସ ୨୦୨୦ର ବେଷ୍ଟ ରେଡ୍‌ କାର୍ପେଟ୍‌ ଲୁକ୍ସରେ କେଉଁ ଅଭିନେତ୍ରୀ କେମିତି ଦେଖାଯାଉଥିଲେ।

ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ବିଉଟି ପ୍ରିୟଙ୍କା ଚୋପ୍ରା ଏହି ବର୍ଷର ଆରମ୍ଭ ବ୍ରାଇଟ୍‌ ପିଙ୍କ୍‌ରୁ ଆରମ୍ଭ କରିଥିଲେ। ଗୋଲ୍ଡେନ୍‌ ଗ୍ଲୋବ୍‌ସ ୨୦୨୦ରେ ମଧ୍ୟ ସେ ପିଙ୍କ୍‌ ଗାଉନ୍‌ରେ ନଜର ଆସିଥିଲେ। ଇଭେଣ୍ଟ ପାଇଁ ପ୍ରିୟଙ୍କା କ୍ରିଷ୍ଟିନା ଓଟାଭିଆନୋଙ୍କ ଅଫ୍‌ ଶୋଲ୍ଡର ଗାଉନ୍‌ ପିନ୍ଧିଥିଲେ। ଏଥିସହିତ ପ୍ରିୟଙ୍କା ହୀରାର ବଲ୍‌ଗାରୀ ନେକ୍‌ଲେସ୍‌ ମଧ୍ୟ ପିନ୍ଧିଥିଲେ। ଏହି ଲୁକ୍‌ରେ ପ୍ରିୟଙ୍କା ଗଜବ ଦେଖାଯାଉଥିଲେ।

ନିକୋଲ କିଡ୍‌ମ୍ୟାନ୍‌
ଲୋକପ୍ରିୟ ହଲିଉଡ୍‌ ଅଭିନେତ୍ରୀ ନିକୋଲ କିଡ୍‌ମ୍ୟାନ୍‌ ରେଡ୍‌ କାର୍ପେଟ୍‌ରେ ଲାଲ୍‌ ରଙ୍ଗର ଗାଉନ୍‌ରେ ନଜର ଆସିଥିଲେ। ଏହି ଅରମାନି ଗାଉନ୍‌ ସହିତ ସେ ଜୁଜେପ୍ପେ ଜାନୋଟ୍ଟିଙ୍କର ମ୍ୟାଚିଂ ସାଣ୍ଡେଲ ପିନ୍ଧିଥିଲେ।

ଚାର୍ଲିଜ୍‌ ଥେରନ୍‌

ଲୋକପ୍ରିୟ ହଲିଉଡ୍‌ ଅଭିନେତ୍ରୀ ଚାର୍ଲିଜ୍‌ ଥେରନ୍‌ ରେଡ୍‌ କାର୍ପେଟ୍‌ରେ ଲାଇମ୍‌ ଗ୍ରୀନ୍‌ ରଙ୍ଗର ବେଲ୍ଟଯୁକ୍ତ ୱାନ୍‌ ଶୋଲ୍ଡର ଗାଉନ୍‌ ପିନ୍ଧିଥିଲେ। ଯେଉଁଥିରେ ବ୍ଲାକ୍‌ ଟ୍ରେନ୍‌ ଡ୍ରେସ୍‌ ଓ ଫିଗର ହ୍ୟାଙ୍ଗିଙ୍ଗ ଡିଜାଇନ୍‌ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବହୁଗୁଣିତ କରି ଦେଇଥିଲା।

ସ୍କାରଲେଟ୍‌ ଜୋହାନସନ

ଲୋକପ୍ରିୟ ଆମେରିକୀୟ ଅଭିନେତ୍ରୀ ସ୍କାରଲେଟ୍‌ ଜୋହାନସନ ଗୋଲ୍ଡେନ୍‌ ଗ୍ଲୋବ୍‌ସ ରେଡ୍‌ କାର୍ପେଟ୍‌ ପାଇଁ ବ୍ରାଉଟ୍‌ ରେଡ୍‌ କଲରର ଭେରା ୱାଙ୍ଗ ଗାଉନ୍‌ ପିନ୍ଧିଥିଲେ। ଏହାର ନେକ୍‌ଲାଇନ୍‌ ବହୁତ ଡିପ୍‌ ଥିଲା। ବହୁତ ଶର୍ଟ ହେଆର ଓ କମ୍‌ ମେକ୍‌ଅପ୍‌ ସତ୍ତ୍ବେ ସେ ବହୁତ ଷ୍ଟନିଂ ଦେଖା ଯାଉଥିଲେ।

ରଚେଲ ବ୍ରୋସ୍‌ନାହନ
ଆମେରିକୀୟ ଅଭିନେତ୍ରୀ ରସେଲ୍‌ ବ୍ରୋସ୍‌ନାହନ ରେଡ୍‌ କାର୍ପେଟ୍‌ରେ ମିସେଲ୍‌ କୋରସ୍‌ କଲେକ୍ସନ୍‌ର ସିକ୍ବେନ୍‌ ଓ ଫ୍ରିଞ୍ଜ ଡ୍ରେସ୍‌ରେ ନଜର ଆସିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ