ଆର୍‌ଡି ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ


ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଆର୍‌ଡି ଜେଇ ଶ୍ୟାମ୍‌ସାଗର ସାଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଏହି ଚଢ଼ାଉ କରିଛି। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଶୁକ୍ରବାର ସକାଳେ ସାଏଙ୍କ ରେଢାଖୋଲସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ସୁନ୍ଦରଗଡ଼ରେ ଥିବା କୋଠା , ପୈତୃକ ଘର ବନଡ଼େଗା ଗ୍ରାମରେ ଏକକାଲୀନ ଚଢ଼ାଉ କରାଯାଇଛି।

ଏନେଇ ଭିଜିଲାନ୍ସ ଡ଼ିଏସପି ଦିଲ୍ଲୀପ କୁମାର କର, ସମ୍ବଲପୁର ଡ଼ିଏସପି ପରମେଶ୍ୱର କିସାନ, ଏସ୍‌ଏସ୍‌ ପୂଜାରୀ, ସୁନ୍ଦରଗଡ଼ ଇନ୍ସପେକ୍ଟର, ପ୍ରଧାନ ଇନ୍ସପେକ୍ଟର, ସୋନପୁର ରଶ୍ମିତା ଲାକ୍ରା ଇନ୍ସପେକ୍ଟର, ସମ୍ବଲପୁର ଓ ଇନ୍ସପେକ୍ଟର ସି ବିଲୁଙ୍ଗ ଏହି ଚଢ଼ାଉରେ ସାମିଲ ରହିଛନ୍ତି। ଚଢାଉ ଜାରି ରହିଥିବାରୁ ଆୟବର୍ହିଭୂତ ସମ୍ପତ୍ତିର ଆକଳନ ହୋଇ ନ ଥିବା ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ