ମିକ୍ସ ଭେଜ୍‌ ଚାଉଳ ଗୁଣ୍ଡ ରୁଟିର ମଜା ନିଅନ୍ତୁ


ଏହାପୂର୍ବରୁ ଆପଣ ମକା ରୁଟି କିମ୍ବା ସାଧାରଣ ରୁଟି ବହୁତ ଖାଇଥିବେ। କିନ୍ତୁ ଏଠାରେ ଚାଉଳ ଗୁଣ୍ଡରେ ତିଆରି କରାଯାଇଥିବା ମିକ୍ସ ଭେଜ୍‌ ରୁଟିର ରେସିପି ଦିଆଯାଇଛି। ଏଥିରେ ପନିପରିବାର ସମସ୍ତ ତତ୍ତ୍ବ ସାମିଲ୍‌ ହେବା ସହିତ ରୁଟି ବହୁତ କ୍ରିସ୍‌ପି ଓ ସ୍ବାଦିଷ୍ଟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ଏହି ମିକ୍ସ ଭେଜ୍‌ ଚାଉଳ ଗୁଣ୍ଡରେ ତିଆରି ରୁଟିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୩ରୁ ୪ ଟେବଲସ୍ପୁନ୍‌ ଚାଉଳ ଗୁଣ୍ଡ, ୨ ଟେବଲସ୍ପୁ୍ନ୍‌ କଟା ବନ୍ଧା କୋବି, ୨ ଟେବଲସ୍ପୁନ୍‌ କଟା ଫୁଲ କୋବି, ୧ ଟେବଲସ୍ପୁନ୍‌ କଟା କ୍ୟାପ୍‌ସିକମ୍‌, ୧ ଟେବଲସ୍ପୁନ୍‌ ଗାଜର, ୧ ଟେବଲସ୍ପୁନ୍‌ ଘିଅ, ୨ ଟି କଟା କଞ୍ଚା ଲଙ୍କା, ୨ ଚାମଚ କଟା ଅଦା, ୨ରୁ ୩ ଟେବଲସ୍ପୁନ୍‌ କଟା ଧନିଆ ପତ୍ର ଓ ଆବଶ୍ୟକ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସମସ୍ତ ପରିବାକୁ ଛୋଟ ଛୋଟ କରି କାଟି ଏକ ସାଇଡ୍‌ରେ ରଖନ୍ତୁ। ଏକ ପାତ୍ର ନିଅନ୍ତୁ ଓ ଏଥିରେ ଚାଉଳ ଗୁଣ୍ଡ ପକାନ୍ତୁ। ଚାଉଳ ଗୁଣ୍ଡରେ ଘିଅକୁ ଛାଡ଼ି ସମସ୍ତ ସାମଗ୍ରୀ ପକାଇ ଭଲ ଭାବେ ମିକ୍ସ କରନ୍ତୁ। ପରେ ଏଥିରେ ଧିରେ ଧିରେ ପାଣି ଦେଇ ଅଟା ଭଳି ଦଳନ୍ତୁ। ଏହାକୁ ଛୋଟ ଛୋଟ ଗୁଳା କରି ରୁଟି ଭଳି ବେଲିବା ପରେ କଣ୍ଟା ଚାମଚରେ ଛୋଟ ଛୋଟ କଣା କରନ୍ତୁ। ଏବେ ଗ୍ୟାସ୍‌ରେ ତାୱା ଗରମ କରନ୍ତୁ। ତାୱାରେ ରୁଟି ପକାଇବା ପୂର୍ବରୁ ରୁଟିର ଗୋଟିଏ ପାର୍ଶ୍ବରେ ଘିଅ ବୋଳନ୍ତୁ। ତାୱାରେ ଗୋଟିଏ ପାର୍ଶ୍ବ ସେକିବା ପରେ ଅନ୍ୟ ପାର୍ଶ୍ବରେ ମଧ୍ୟ ଘିଅ ଲଗାଇ ଭଲ ଭାବେ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମିକ୍ସ ଭେଜ ଚାଉଳ ଗୁଣ୍ଡ ରୁଟି। ଏହାକୁ ଆପଣ ଲହୁଣୀ କିମ୍ବା ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ