ବ୍ୟାଗ୍‌ କିଣିବା ପୂର୍ବରୁ ଦେଖନ୍ତୁ ଲାଟେଷ୍ଟ ଟ୍ରେଣ୍ଡ


ମାର୍କେଟ୍‌ରେ ଅନେକ ପ୍ରକାରର ବ୍ୟାଗ୍‌ ମିଳୁଛି। ଏଥିମଧ୍ୟରୁ ଟୋଟ୍‌‌, ପୋଟଲି, ଏନ୍‌ଭଲପ୍‌ ଏବେ ବହୁତ ଟ୍ରେଣ୍ଡରେ ରହିଛି। ଯଦି ଆପଣ ମଧ୍ୟ ବ୍ୟାଗ୍‌ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଲାଟେଷ୍ଟ ବ୍ୟାଗ୍‌ ଟ୍ରେଣ୍ଡ ଉପରେ ନଜର ପକାଇ ପାରିବେ।

ଟୋଟ ବ୍ୟାଗ୍‌
ଟୋଟ୍‌ ବ୍ୟାଗ୍‌କୁ ଆପଣ ଓପନ୍‌ ବ୍ୟାଗ୍‌ ମଧ୍ୟ କହିପାରିବେ। ଏହାର ଉଭୟ ପାର୍ଶ୍ବରେ ହ୍ୟାଣ୍ଡେଲ ଷ୍ଟ୍ରାପ୍ସ ଲାଗିଥାଏ। ପ୍ରଥମେ ପ୍ରଥମେ ଏହା ଯେତେବେଳେ ଟ୍ରେଣ୍ଡରେ ଆସିଥିଲା, ସେତେବେଳେ ବଡ଼ ବ୍ୟାଗ୍‌କୁ ଅନେକ ମାତ୍ରାରେ ପସନ୍ଦ କରାଯାଇଥିଲା। କିନ୍ତୁ ଏବେ ଛୋଟ ଆକାରର ଟୋଟ ବ୍ୟାଗ୍‌କୁ ମଧ୍ୟ ପସନ୍ଦ କରାଯାଉଛି। ତେଣୁ ଏହି ବ୍ୟାଗ୍‌ କିଣିବାବେଳେ ଧ୍ୟାନ ଦେବାକୁ ପଡ଼ିବ ଯେ ଏହା ଫଙ୍କି ଓ କୁଲ୍‌ ହେବା ଉଚିତ। ବ୍ୟାଗ୍‌ ଅପେକ୍ଷା ଏହା ଯେପରି ଅଧିକ ହ୍ୟାଣ୍ଡି ଆସେସରିଜ ଲୁକ୍‌ ଦେବ ତାହାକୁ ମଧ୍ୟ ଧ୍ୟାନରେ ରଖନ୍ତୁ।

ଏନ୍‌ଭଲପ୍‌ ବ୍ୟାଗ୍‌
ଏନ୍‌ଭଲପ୍‌ ବ୍ୟାଗ୍‌ ଆକୃତିରେ ବହୁତ ଛୋଟ ହୋଇଥାଏ। ଏହା ଏନ୍‌ଭଲପ୍‌ ଶେପ୍‌ର ହୋଇଥାଏ। ଏଥିରେ ଆପଣ କେବଳ ଆବଶ୍ୟକୀୟ ଜିନିଷ ନେଇପାରିବେ।

ପୋଟଲି ବ୍ୟାଗ୍‌
ଟ୍ରାଡିସ୍‌ନାଲ ଲୁକ୍‌ ପାଇଁ ଶାଢ଼ି କିମ୍ବା ଇଣ୍ଡୋ ୱେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌ ସହିତ ଆପଣ ଗୋଲ୍ଡେନ୍‌ କିମ୍ବା ସିଲ୍‌ଭର ରଙ୍ଗର ପୋଟଲି ବ୍ୟାଗ୍‌ କ୍ୟାରି କରିପାରିବେ। ଏହି ବ୍ୟାଗ୍‌ ଦେଖିବା ଲାଗି ବହୁତ ଷ୍ଟାଇଲିଶ୍‌ ହୋଇଥାଏ। ଯେତେବେଳେ ଆପଣ କୌଣସି ପାର୍ଟିରେ ଯୋଗ ଦେଉଛନ୍ତି, ଏହି ପୋଟଲି ବ୍ୟାଗ୍‌ ଧରି ଯିବା ଫଳରେ ଆପଣଙ୍କ ଲୁକ୍‌ର ଇମ୍ପ୍ରେସନ୍‌ ଆହୁରି ବଢ଼ିଯାଏ। ଯଦି ଆପଣ ପାରମ୍ପରିକ ଲୁକ୍‌କୁ ପସନ୍ଦ କରୁଛନ୍ତି, ତେବେ ପୋଟଲି ବ୍ୟାଗ୍‌ କ୍ୟାରି କରିପାରିବେ। ପୋଟଲି ବ୍ୟାଗ୍‌ ବିଶେଷକରି ବିବାହ, ପାରମ୍ପରିକ କାର୍ଯ୍ୟକ୍ରମରେ ମହିଳାମାନେ ହାତରେ ଧରିଥାନ୍ତି। ଏଥିରେ ଫୋନ୍‌, ୱାଲେଟ୍‌ ଭଳି ଛୋଟ ଛୋଟ ଆବଶ୍ୟକୀୟ ଜିନିଷ ରଖିପାରିବେ।

ଇକୋ ଫ୍ରେଣ୍ଡଲି ଓ ଇକୋନୋମିକାଲ ବ୍ୟାଗ୍‌
ଏ ପର୍ଯ୍ୟନ୍ତ ଟୋଟ ବ୍ୟାଗ୍‌ ସାଧାରଣତଃ ଫ୍ୟାବ୍ରିକ ଓ ଲେଦରରେ ତିଆରି କରାଯାଇଥାଏ। ଏବେ ଏହି ବ୍ୟାଗ୍‌ ଅନ୍ୟ ପ୍ରକାରର ମ୍ୟାଟେରିଆଲରେ ତିଆରି କରାଯାଉଛି। ଆଜିକାଲି ଇକୋଫ୍ରେଣ୍ଡଲି ତଥା ଇକୋନୋମିକାଲ ରେଞ୍ଜରେ ଅଧିକ ମାତ୍ରାରେ ତିଆରି କରାଯାଉଛି। ବିଶେଷକରି କପଡ଼ା ଓ ଝୋଟ ଭଳି ମ୍ୟାଟେରିଆଲରେ ମଧ୍ୟ ଏହି ବ୍ୟାଗ୍‌ ତିଆରି କରାଯାଉଛି। ଏହି ବ୍ୟାଗ୍‌କୁ ବିଡ୍‌ସ, ଲେସ୍‌ ଓ ସିଲ୍କ ଭଳି ଜିନିଷରେ ସଜାଇ କିମ୍ବା ଏହାର ପେଣ୍ଟିଂ କରି ଏହାକୁ ଏକ ସୁନ୍ଦର ଲୁକ୍‌ ଦିଆଯାଉଛି।

ଏହି ବ୍ୟାଗ୍‌କୁ ଆପଣ ପ୍ରତ୍ୟେକ ପ୍ରକାରର କାଜୁଆଲ ଅକେଜନ୍‌କୁ ନେଇ ଯାଇପାରିବେ। ଏହାକୁ କିଣିବା ସମୟରେ ଧ୍ୟାନ ଦିଅନ୍ତୁ ଏହା କ୍ଲାସି ହେବା ଉଚିତ। କାରଣ ଏହା ପାର୍ଟି ଲୁକ୍‌ରେ ଏକ ଆଇ କ୍ୟାଚିଂ ଫ୍ୟାକ୍ଟର ଭଳି କାମ କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ