ରୁଷ-ଭାରତ ଭାଗିଦାରୀରେ ଇସ୍ପାତ ଶିଳ୍ପର ଅଭିବୃଦ୍ଧି ହେବ: ଧର୍ମେନ୍ଦ୍ର


ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରୁଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ରୁଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ତର୍ଦେଶୀୟ ଏବଂ ବନ୍ଦରକୁ ବିକଶିତ କରିବା ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ରୁଷ ସରକାରଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର। ଏହାଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଇବ। ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ। ଯାହା ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ଋଷରେ କୋଇଲା ସମେତ ଅନ୍ୟ ଖଣିଜ ସମ୍ବଳର ଅପାର ସମ୍ଭାବନା ରହିଛି। ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରରେ ରୁଷର ଦୀର୍ଘକାଳୀନ ସହଯୋଗରେ ଭାରତକୁ କୋକିଂ କୋଲରେ ବିବିଧତା ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ତଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷରେ ଆୟୋଜିତ ପୂର୍ବ ଅର୍ଥନୀତି ଫୋରମ୍‌ରେ ଯୋଗଦେବା ପାଇଁ ଭ୍ଲାଡିଭୋଷ୍ଟୋକ୍‌ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ ଭାରତ ଏବଂ ଋଷ ମଧ୍ୟରେ ଥିବା ବ୍ୟବସାୟିକ ଓ ଅନ୍ୟାନ୍ୟ ସମ୍ପର୍କକୁ ମଜବୁତ କରିଛି। ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ବିକାଶର ଲକ୍ଷ୍ୟକୁ ପୁର୍ନଜୀବିତ କରିଛି ଧର୍ମେନ୍ଦ୍ର କହିଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୁଷ ଗସ୍ତ ପରେ ଏହି ବୈଠକ ମହତ୍ୱପୂର୍ଣ୍ଣ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ