ଯୁବ ଜଗତ
ସେକ୍ସକୁ ନେଇ ଭାରତୀୟଙ୍କ ଅଜବ ଫାଣ୍ଟାସି
ଭୁବନେଶ୍ବରରେ ୭୧ ପ୍ରତିଶତ ପାର୍ଟନରଙ୍କ ସହ ହେଉଛନ୍ତି ଅଶ୍ଳୀଳ କଥା

ପାର୍ଟନରଙ୍କ ସହିତ ସେକ୍ସକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ଇଚ୍ଛା ରହିଥାଏ। କିନ୍ତୁ ଏହି ଇଚ୍ଛା ସମ୍ପର୍କରେ ସମସ୍ତେ ସାର୍ବଜନୀନ ଭାବେ ପ୍ରକାଶ କରିବାକୁ ସଙ୍କୋଚ ଅନୁଭବ କରିଥାନ୍ତି। ଏହି କାରଣରୁ ଭାରତର ଲୋକଙ୍କ ସେକ୍ସ ଫାଣ୍ଟାସି ବୁଝିବା ବହୁତ କଷ୍ଟକର। ‘ଇଣ୍ଡିଆ ଟୁଡେ ସେକ୍ସ ସର୍ଭେ ୨୦୧୯’ରେ ଏହାକୁ ପାଖରୁ ବୁଝିବାକୁ ଚେଷ୍ଟା କରାଯାଇଥିଲା।
ଏହି ସର୍ଭେରେ ଭାରତୀୟଙ୍କୁ ସେମାନଙ୍କ ସେକ୍ସ ଫାଣ୍ଟାସିକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହି ସର୍ଭେରେ ଅନେକ ଗୁଡ଼ିଏ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ସର୍ଭେରେ ଭାରତୀୟଙ୍କ ଏଭଳି ସେକ୍ସ କଳ୍ପନା ସମ୍ପର୍କରେ ଜଣାପଡ଼ିଛି, ଯାହା ସହଜରେ ଅନୁମାନ କରିହେବ ନାହିଁ। ୬୦ ପ୍ରତିଶତ ଭାରତୀୟ କହିଥିଲେ ଯେ ସେମାନେ ଅନ୍ଧାରରେ ସେକ୍ସ କରିବାକୁ ଅଧିକ ପସନ୍ଦ କରନ୍ତି। ସାଧାରଣତଃ ମହିଳାମାନେ ବେଶୀ ମାତ୍ରାରେ ଏହା ସପକ୍ଷରେ କହିଛନ୍ତି। ୬୪ ପ୍ରତିଶତ ମହିଳାଙ୍କ କହିବାନୁସାରେ ଲାଇଟ୍ ବନ୍ଦ ହେବା ପରେ ପାର୍ଟନରଙ୍କ ସହିତ ସେମାନେ ଅଧିକ କମ୍ଫର୍ଟେବଲ ଅନୁଭବ କରିଥାନ୍ତି। ଲୋକଙ୍କ ଅଜବ ଇଚ୍ଛା ମଧ୍ୟରେ ଆନାଲ ସେକ୍ସ ମଧ୍ୟ ସାମିଲ୍ ରହିଛି। ଭାରତରେ ୪୫ ପ୍ରତିଶତ ପୁରୁଷ ଆନାଲ ସେକ୍ସ କରିବାକୁ ପସନ୍ଦ କରିଥିବା ଏହି ସର୍ଭେରେ କହିଛନ୍ତି। ଏଭଳି ଚାହୁଥିବା ମହିଳାଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତ ବୋଲି ଜଣାପଡ଼ିଛି। ସର୍ଭେରେ ୩୫ ପ୍ରତିଶତ ପୁରୁଷ କହିଛନ୍ତି ଯେ ସେମାନେ ମହିଳାଙ୍କ ସ୍ତନ ଦେଖି ଅଧିକ ଉତ୍ତେଜିତ ହୋଇଥାନ୍ତି। ସେହିପରି ୨୪.୯ ପ୍ରତିଶତ ମହିଳାଙ୍କ କହିବା କଥା ହେଲା ଆକର୍ଷଣ ମାମଲାରେ ପାର୍ଟନରଙ୍କ ଚେହେରା ସେମାନଙ୍କ ପାଇଁ ଅଧିକ ଗୁରୁତ୍ବ ରଖିଥାଏ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେକ୍ସ ସମ୍ପର୍କରେ କଥା ହେବାକୁ ସଙ୍କୋଚ ଅନୁଭବ କରୁଥିବା ଭାରତୀୟ ଥ୍ରିସମ୍ ପାଇଁ ମଧ୍ୟ ଇଚ୍ଛା ରଖିଥାନ୍ତି। ଏଠାରେ ପାଖାପାଖି ୨୩ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ୩ ଜଣଙ୍କ ସହିତ ଏକା ସାଙ୍ଗରେ ସେକ୍ସ କରିବା ସମ୍ପର୍କରେ ଚିନ୍ତା କରିଥିଲେ। ଭାରତରେ ଥ୍ରିସମ୍ ସମ୍ପର୍କରେ ୧୯ ପ୍ରତିଶତ ମହିଳା ଚିନ୍ତା କରୁଛନ୍ତି। ଭୁବନେଶ୍ବରରେ ୪୦ ପ୍ରତିଶତ ଲୋକ ଥ୍ରିସମ୍ କରିବାରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ଭାରତରେ ଲୋକେ ସେକ୍ସ କରିବାବେଳେ ପାର୍ଟନରଙ୍କ ସହିତ ମସାଜର ଆନନ୍ଦ ନେବାକୁ ଇଚ୍ଛା ରଖିଥାନ୍ତି। ଇନ୍ଦୋରରେ ୮୫ ପ୍ରତିଶତ ଲୋକେ ସେକ୍ସ କରିବା ସମୟରେ ପାର୍ଟନରଙ୍କଠାରୁ ମସାଜ କରାଉଥିବା କଥାରେ ସହମତ ପ୍ରକାଶ କରିଥିଲେ।
ସକାଳୁ ଉଠିବା ପରେ ସେକ୍ସ କରିବାକୁ ଚାହୁଥିବା ଲୋକଙ୍କ ସଂଖ୍ୟା ଭାରତରେ କମ୍ ନାହାନ୍ତି। ଭୁବନେଶ୍ବରରେ ୭୪.୫ ପ୍ରତିଶତ ଲୋକେ ସକାଳୁ ଉଠିବା ପରେ ପାର୍ଟନରଙ୍କ ସହ ସେକ୍ସ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ସେହିପରି ଇନ୍ଦୋରରେ ୮୫.୫ ପ୍ରତିଶତ ଲୋକେ ଏକଥାରେ ସହମତି ପ୍ରକାଶ କରିଥିବା ସର୍ଭେରୁ ଜଣାପଡ଼ିଛି। ଭାରତରେ ପାଖାପାଖି ୫୪.୫ ପ୍ରତିଶତ ଲୋକ ଅର୍ଥାତ୍ ଅର୍ଦ୍ଧାଧିକ ଲୋକ ସେକ୍ସ ଟୟ ବ୍ୟବହାର କରୁଥିବା ସ୍ବୀକାର କରିଥିଲେ। ପାର୍ଟନରଙ୍କ ସହ ପର୍ଣ୍ଣ ଫିଲ୍ମ ଦେଖିବାକୁ ସଉକ ରଖୁଥିବା ଭାରତୀୟମାନେ ପାର୍ଟନରଙ୍କ ସହ ସେକ୍ସ କରିବାବେଳେ ନିଜ ଫିଲ୍ମ ଶୁଟିଂ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ପାଟନାରେ ପାଖାପାଖି ୨୧.୫ ପ୍ରତିଶତ ଓ ବେଙ୍ଗାଳୁରୁରେ ପାଖାପାଖି ୨୬ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ପାର୍ଟନରଙ୍କ ଫିଲ୍ମ କରିବା ଲାଗି ପ୍ରସ୍ତୁତ ରହିଥାନ୍ତି।
ସର୍ଭେରେ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଧରା ପଡ଼ିଯିବା ଡରରେ ଖୋଲାଖୋଲି ସେକ୍ସ କରିବାକୁ ପ୍ରସ୍ତୁତ ଅଛନ୍ତି କି? ଏହାର ଉତ୍ତର ମଧ୍ୟ ଚକିତ କରି ଦେବା ଭଳି। ରାଜସ୍ଥାନର ଜୟପୁରରେ ସବୁଠାରୁ ଅଧିକ ଲୋକ ଏହାର ଉତ୍ତର ‘ହଁ’ରେ ଦେଇଥିଲେ। କାରଣ ଏହି ସହରର ଲୋକଙ୍କୁ ଧରାପଡ଼ିବାର କୌଣସି ଡର ନାହିଁ ବୋଲି ସେମାନେ କହିଛନ୍ତି। ଜୟପୁରରେ ୬୭.୫ ପ୍ରତିଶତ ଲୋକଙ୍କଠାରେ ଏହି ମାମଲାରେ କୌଣସି ଡର ଦେଖିବାକୁ ମିଳିନାହିଁ। ରାଜସ୍ଥାନ ଭଳି ପୁଣେରେ ମଧ୍ୟ ୬୭.୫ ପ୍ରତିଶତ କହିଥିଲେ ଯେ ସେମାନଙ୍କର ଧରା ପଡ଼ିବାର କୌଣସି ଡର ନାହିଁ। ଏହି ତାଲିକାରେ ତୃତୀୟ ସ୍ଥାନରେ ଚଣ୍ଡିଗଡ଼ ରହିଛି।
ଛୋଟ ବଡ଼ ସହରରେ ହୋଇଥିବା ଏହି ସର୍ଭେରେ ଲୋକେ ସ୍ବୀକାର କରିଥିଲେ ଯେ ସେମାନେ ନିଜ ପାର୍ଟନରଙ୍କ ସହ ଅଶ୍ଳୀଳ କଥା ହେବାରେ କୌଣସି ସଙ୍କୋଚ ଅନୁଭବ କରନ୍ତି ନାହିଁ। ଇନ୍ଦୋରରେ ୭୨ ପ୍ରତିଶତ ଓ ଭୁବନେଶ୍ବରରେ ୭୧ ପ୍ରତିଶତ ଲୋକେ ଏହି ଉତ୍ତରରେ ସହମତି ପ୍ରକାଶ କରିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ