ଲିଭ୍‌-ଇନ୍‌ରେ ସୁଶାନ୍ତ-ରିଆ!


ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ରିଆ ଚକ୍ରବର୍ତ୍ତୀ ସବୁବେଳେ ନିଜକୁ ସିଙ୍ଗଲ କହି ଆସୁଛନ୍ତି। ଯଦିଓ ଉଭୟଙ୍କ ରିଲେସନଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହେବାରେ ଲାଗିଛି। ଉଭୟଙ୍କୁ ଅନେକ ସମୟରେ ପବ୍ଲିକ୍‌ ପ୍ଲେସ୍‌ରେ ଦେଖିବାକୁ ମିଳିଥାଏ ଓ ଗୋପନରେ ଛୁଟି କଟାଉଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଏବେ ଖବର ଶୁଣିବାକୁ ମିଳୁଛି ଯେ ସୁଶାନ୍ତ ରିଆଙ୍କ ଘରକୁ ଜିନିଷ ପତ୍ର ଧରି ଶିଫ୍ଟ ହୋଇଯାଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ ସୁଶାନ୍ତ ସିଂ ରାଜପୁତ ନିଜ ବିଲ୍ଡିଂରୁ ବାହାରି ରିଆଙ୍କ ସହିତ ତାଙ୍କ ଫ୍ଲାଟ୍‌କୁ ନିଜ ବ୍ୟାଗ୍‌ ଧରି ପହଞ୍ଚିଥିଲେ। ଏଥିସହିତ ମଧ୍ୟ ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ ଘରେ ସବୁବେଳେ ହେଉଥିବା ପାର୍ଟି ପାଇଁ ତାଙ୍କ  ପଡ଼ୋଶୀ ବହୁତ ସମସ୍ୟାରେ ଥିଲେ। ତାଙ୍କ ଘରେ ହେଉଥିବା ପାର୍ଟିରେ ମାତ୍ରାଧିକ ଲାଉଡ୍‌ ମ୍ୟୁଜିକ୍‌ ଓ ଗହଳି ଚହଳି ପଡ଼ୋଶୀଙ୍କ ପାଇଁ ଲଗାତର ସମସ୍ୟା ସୃଷ୍ଟି କରୁଥିଲା। ଏଣୁ ପଡ଼ୋଶୀମାନେ ଅଭିଯୋଗ କରିବା ପରେ ୱାଚ୍‌ମ୍ୟାନ୍‌ ସୁଶାନ୍ତଙ୍କୁ ଏ ସମ୍ପର୍କରେ କହିଥିଲେ, ହେଲେ  କିଛି ଫଳ ମିଳି ନ ଥିଲା। ବାରମ୍ବାର ଅଭିଯୋଗ ହେବା ଫଳରେ ସୁଶାନ୍ତ ସେହି ଘରେ ରହିବା ପାଇଁ ଠିକ୍‌ ଭାବି ନ ଥିଲେ। ଖବର ଅନୁସାରେ ସୁଶାନ୍ତ ଗୋଟିଏ ସପ୍ତାହ ପୂର୍ବରୁ ରିଆଙ୍କ ଘରକୁ ଶିଫ୍ଟ ହୋଇଯାଇଛନ୍ତି। ରିଆଙ୍କ ଘର ବାନ୍ଦ୍ରାରେ ଅବସ୍ଥିତ। ସୂଚନାଯୋଗ୍ୟ ଯେ ସୁଶାନ୍ତ ଏହା ପୂର୍ବରୁ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହିତ ରିଲେସନଶିପ୍‌ରେ ରହି ସାରିଛନ୍ତି। ଏହାପରେ ସେ କୃତି ସେନନଙ୍କୁ ମଧ୍ୟ ଡେଟ୍‌ କରୁଥିବା ସଭିଏଁ ଜାଣନ୍ତି। ସେହିପରି ସୁଶାନ୍ତଙ୍କ ନାମ ସାରା ଅଲୀ ଖାନଙ୍କ ସହିତ ମଧ୍ୟ ଯୋଡ଼ା ଯାଉଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ