ବିଶ୍ବରେ ପ୍ରଥମ: ସେକ୍ସ ହେଲା ଡେଙ୍ଗୁର କାରଣ!


ମେଡିକାଲ ସାଇନ୍ସ ମୁତାବକ ଡେଙ୍ଗୁ କେବଳ ମଶା କାମୁଡ଼ିବା ଫଳରେ ବ୍ୟାପିଥାଏ। କିନ୍ତୁ ୟୁରୋପୀୟ ଦେଶ ସ୍ପେନ୍‌ରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଡେଙ୍ଗୁକୁ ନେଇ ପୂର୍ବରୁ ହୋଇଥିବା ସମସ୍ତ ଦାବିକୁ ଭୁଲ୍‌ ପ୍ରମାଣିତ କରିଛି। ଏଠାରେ ଜଣେ ରୋଗୀଙ୍କୁ ମଶା କାମୁଡ଼ିବା ଯୋଗୁ ନୁହେଁ, ବରଂ ସେକ୍ସ କରିବା ପାଇଁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି।

ସ୍ପେନ୍‌ର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ପୁଙ୍ଖାନୁପୁଙ୍ଗ ଯାଞ୍ଚ ପରେ ଦାବି କରିଛନ୍ତି ଯେ ଏହି ବ୍ୟକ୍ତିଙ୍କୁ ଶାରୀରିକ ସମ୍ପର୍କ ରଖିବା କାରଣରୁ ଡେଙ୍ଗୁ ହୋଇଛି। ସୂଚନାଯୋଗ୍ୟ ଯେ ଏହା ବିଶ୍ବର ପ୍ରଥମ ଘଟଣା, ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ସେକ୍ସ କରିବା ଯୋଗୁ ଡେଙ୍ଗୁ ହୋଇଛି। ସ୍ପେନ୍‌ର ମାଦ୍ରିଦରେ ରହୁଥିବା ଏହି ୪୧ ବର୍ଷୀୟ ବ୍ୟକ୍ତିଙ୍କ କହିବାନୁସାରେ ମେଲ୍‌ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା କାରଣରୁ ତାଙ୍କୁ ଡେଙ୍ଗୁ ହୋଇଛି। ମାଦ୍ରିଦ ଜିଲା ପବ୍ଲିକ୍‌ ହେଲ୍‌ଥ ଡିପାର୍ଟମେଣ୍ଟର ପ୍ରମୁଖ ସୁଜାନା ଜିମେଞ୍ଜଙ୍କ କହିବାନୁସାରେ ତାଙ୍କ ମେଲ୍‌ ପାର୍ଟନର ନିଜର କ୍ୟୁବା ଟ୍ରିପ୍‌ ସମୟରେ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ। ସେଠାରେ ତାଙ୍କ ମେଲ୍‌ ପାର୍ଟନରଙ୍କୁ ମଶା କାମୁଡ଼ିବା ଫଳରେ ତାଙ୍କୁ ଡେଙ୍ଗୁ ହୋଇଯାଇଥିଲା। ତେଣୁ ଡେଙ୍ଗୁ ପୀଡ଼ିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କୁ ମଧ୍ୟ ଡେଙ୍ଗୁ ହୋଇଯାଇଥିବା ସୁଜାନା କହିଛନ୍ତି। ସୁଜାନାଙ୍କ କହିବାନୁସାରେ ଏହି ଦୁଇ ଜଣଙ୍କଠାରେ ଏକା ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ଏହା ପରେ ଡାକ୍ତର ଉଭୟଙ୍କ ସ୍ପର୍ମ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଉଭୟଙ୍କ ଶରୀରରେ ସମାନ ଭାଇରସ ଥିଲା। ଯାହା କ୍ୟୁବାରେ ଡେଙ୍ଗୁ କାରଣରୁ ପ୍ରଥମେ ଗୋଟିଏ ଶରୀରକୁ ଆକ୍ରାନ୍ତ କରିଥିବାବେଳେ ପରବର୍ତ୍ତୀ ସମୟରେ ସେକ୍ସ ଲାଗି ଆଉ ଏକ ଶରୀରକୁ ବ୍ୟାପିଥିଲା।

କେମିତି ବ୍ୟାପିଥାଏ ଡେଙ୍ଗୁ
ଡେଙ୍ଗୁ ଏକ ଭାଇରସ ଜନିତ ରୋଗ ଅଟେ, ଯାହା ଏଡିଜ୍‌ ମଶା କାମୁଡ଼ିବା ଫଳରେ ହୋଇଥାଏ। ଡେଙ୍ଗୁ ମଶା ବହୁଦିନ ଜମା ହୋଇ ରହିଥିବା ପାଣିରେ  ସୃଷ୍ଟି ହୋଇଥାନ୍ତି। ତେଣୁ ଘର ଭିତରେ କିମ୍ବା ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ବର୍ଷାରେ କୁଣ୍ଡ, ଫୁଲକୁଣ୍ଡ, କୁଲର କିମ୍ବା ଟାୟାର ଆଦିରେ ଜମିଥିବା ପାଣିରେ ଏହି ମଶା ଅଧିକ ଦେଖିବାକୁ ମିଳିଥାନ୍ତି।

ଡେଙ୍ଗୁ ହେଲେ ପ୍ରବଳ ଜୋରରେ ଜ୍ବର ହୋଇଥାଏ। ବାନ୍ତି ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇଥାଏ। ମୁଣ୍ଡ ବିନ୍ଧା, ଶରୀର ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ସମସ୍ୟା ମଧ୍ୟ ହୋଇଥାଏ। ଯଦି ଆପଣଙ୍କୁ ଏଥିମଧ୍ୟରୁ କୌଣସି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡେଙ୍ଗୁ ହେଲେ ପ୍ଲେଟ୍‌ଲେଟ୍‌ସ ହ୍ରାସ ପାଉଥିବାରୁ ଏହାକୁ ନିୟମିତ ପରୀକ୍ଷା କରନ୍ତୁ। ଠିକ୍‌ ସମୟରେ ଚିକିତ୍ସା କଲେ ଡେଙ୍ଗୁର ଉପଚାର କରାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।