ଅଗଷ୍ଟ ୫ ପୂର୍ବରୁ ଧାରା ୩୭୦କୁ ରାଷ୍ଟ୍ରପତି ୬ ଥର ପ୍ରୟୋଗ କରିଛନ୍ତି: ସରକାର


ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦକୁ ନେଇ ହୋଇଥିବା ପିଟିସନ୍‌ର ଶୁଣାଣି ଆରମ୍ଭ ହୋଇଛି। ଆସନ୍ତା ୧୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନେଇ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏଥିରେ ପକ୍ଷ ହୋଇଥିବା କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟକୁ ଧାରା ୩୭୦ ଉଚ୍ଛେଦର ଆବଶ୍ୟକତା ସମ୍ପର୍କରେ ଅବଗତ କରିଛନ୍ତି। କ’ଣ ପାଇଁ ସରକାର ଧାରା ୩୭୦ ଉଚ୍ଛେଦ କଲେ, ତାହା ମଧ୍ୟ ଟିକିନିଖି ଭାବେ ସତ୍ୟପାଠ ଜରିଆରେ ଦାଖଲ କରିଛନ୍ତି।

ସୂଚନାନୁସାରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ ଧାରା ୩୭୦ (୧)(ଡି) ନେଇ ୧୯୫୦ ଜାନୁଆରୀ ୨୬ରେ ପ୍ରେସିଡେନସିଆଲ୍‌ ଅର୍ଡରରେ ସ୍ଥାନ ପାଇଥିଲା। ଏହାପରେ ରାଷ୍ଟ୍ରପତି ଜମ୍ମୁ-କଶ୍ମୀରେ ଧାରା ୩୭୦କୁ ମୋଟ ୬ ଥର ପ୍ରୟୋଗ କରିଛନ୍ତି। ଯେତେବେଳେ ଜମ୍ମୁ-କଶ୍ମୀର ବିଧାନସଭା କୌଣସି କାରଣ ପାଇଁ ସସ୍‌ପେଣ୍ଡ୍‌ ହୋଇଥାଏ ବା ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ, ସେତେବେଳେ ରାଷ୍ଟ୍ରପତି ଏହି ଧାରା ୩୭୦ ପ୍ରୟୋଗ କରିଥାନ୍ତି। ରାଷ୍ଟ୍ରପତି ୬ ଥର ଧାରା ୩୭୦ କ୍ଷମତାର ପ୍ରୟୋଗ କରିଥିଲେ ବି ତାହାକୁ କେହି କେବେ କୋର୍ଟରେ ଚ୍ୟାଲେଞ୍ଜ୍‌ କରି ନ ଥିଲେ।

ମାତ୍ର ଗତ ଅଗଷ୍ଟ ୫ରେ ସାମ୍ପ୍ରତ୍ତିକ ସ୍ଥିତିକୁ ଦେଖି ରାଷ୍ଟ୍ରପତି ଧାରା ୩୭୦ ଉଚ୍ଛେଦ କରିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଛି। ଧାରା ୩୭୦ ବଳବତ୍ତର ରହିବା ଯୋଗୁଁ ରାଜ୍ୟରେ ବିକାଶ ବାଧାପ୍ରାପ୍ତ ହୋଇଛି। ଆତଙ୍କବାଦ ବୃଦ୍ଧି ପାଇଛି। କୋହଳ ଆଇନ ବ୍ୟବସ୍ଥା ଆଧାରରେ ଆତଙ୍କୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସରକାରଙ୍କ ପକ୍ଷେ କଷ୍ଟକର ହୋଇଛି। ଏଥିସହ ଜମ୍ମୁ-କଶ୍ମୀର ଧାରା ୩୭୦ ପାଇଁ ଭାରତରେ ପୂର୍ଣ୍ଣ ମିଶ୍ରଣ ସମ୍ଭବ ହୋଇପାରୁ ନ ଥିଲା ବେଳେ ଏହାକୁ ଉଚ୍ଛେଦ କରିବାକୁ ସରକାର ବାଧ୍ୟ ହୋଇଛନ୍ତି ବୋଲି ଦର୍ଶାଯାଇଛି।

ଏଥିସହ ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ ୧୯୯୦ରୁ ୨୦୧୯ ଅଗଷ୍ଟ ୪ ତାରିଖ ମଧ୍ୟରେ ୪୧,୮୬୧ ଲୋକ ପ୍ରାଣ ହରାଇଛନ୍ତି। ଏହା ମଧ୍ୟରେ ୧୪,୦୩୫ ସାଧାରଣ ନାଗରିକ, ୫,୧୨୯ ସୁରକ୍ଷାକର୍ମୀ, ୨୨,୫୩୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୋଟ ୭୦,୯୬୦ ଆତଙ୍କୀ କାର୍ଯ୍ୟକଳାପ ଏହି ସମୟ ମଧ୍ୟରେ ଦେଖିବାକୁ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।