ମହାରାଷ୍ଟ୍ର ଆଶା ଛାଡ଼ିନି ବିଜେପି: ବିରୋଧୀଙ୍କୁ ଚେକ୍‌ ପାଇଁ ଚଳାଇଛି ଗୋଟି


ମହାରାଷ୍ଟ୍ର ମହାନଟକରୁ ବିଜେପି ନିଜକୁ ଦୂରେଇ ଦେଇଛି ବୋଲି ଭାବିବା ଠିକ୍‌ ନୁହେଁ। ରାଜ୍ୟରେ ସରକାର ଗଠନକୁ ନେଇ ଦ୍ବନ୍ଦ୍ବ ଜାରି ରହିଥିଲା ବେଳେ ସର୍ବାଧିକ ୧୦୫ ଆସନ ଜିତିଥିବା ବିଜେପି ସତର୍କତାର ସହ ଗୋଟି ଚାଳନା ଆରମ୍ଭ କରିଛି। ବିରୋଧୀଙ୍କୁ ଧରାଶାୟୀ କରି କ୍ଷମତା ହାସଲ ନିଶାରୁ ନିବୃତ୍ତ ହୋଇନାହିଁ ବିଜେପି ଦଳ। ବିଜେପି ସହ ଶିବସେନା ୩ ଦଶନ୍ଧିର ସମ୍ପର୍କ ଛିନ୍ନ କରିଥିଲେ ବି କଳେ ବଳେ କୌଶଳେ ସଂଖ୍ୟାଗରିଷ୍ଠତା ଅଙ୍କରେ ପହଞ୍ଚିବା ପାଇଁ ବିଜେପି ଉଦ୍ୟମ ଜାରି ରଖିଛି। ଏଥିସହ ବିରୋଧୀଙ୍କ ଭୂମିକା ଉପରେ ନଜର ରଖିବା ପାଇଁ କାମଚଳା ମୁଖ୍ୟମନ୍ତ୍ରୀ ଫଡନବୀସଙ୍କ ଘରେ ବଜେପିର ତୁହାକୁ ଗୁପ୍ତ ବୈଠକ ଜାରି ରହିଛି।

ଯଦି ରାଜ୍ୟରେ କଂଗ୍ରେସ ସମର୍ଥନରେ ଶିବସେନା-ଏନ୍‌ସିପି କିମ୍ବା ୩ ଦଳ ମିଶି ସରକାର ଗଠନ କରନ୍ତି, ଏହା ବର୍ଷକରୁ ଅଧିକ ସମୟ ତିଷ୍ଠିବା ସମ୍ଭାବନା କ୍ଷୀଣ। ତେଣୁ ଏହି ଗୋଳିଆ ସ୍ଥିତିରୁ ଫାଇଦା ଉଠାଇ ବିରୋଧୀ ଶିବିରରୁ ବିଧାୟକଙ୍କୁ ଆକୃଷ୍ଟ କରି ସଂଖ୍ୟାଗରିଷ୍ଠତାରେ ପହଞ୍ଚିବା ପାଇଁ ବିଜେପି ଲକ୍ଷ୍ୟ ରଖିଛି। ଏହା ମହାରାଷ୍ଟ୍ର ପରି ବୃହତ୍‌ ରାଜ୍ୟରେ କରିବା ନେଇ ସୁଯୋଗ ରହିଛି।

ସୂଚନାନୁସାରେ ଶିବସେନାର ଆଭିମୁଖ୍ୟକୁ ନେଇ ଦଳର ପ୍ରାୟ ୨୫ ବିଧାୟକ ଖୁସି ନ ଥିବା କୁହାଯାଉଛି। ସେମାନଙ୍କ ସହ ବିଜେପିର ଗୋଟିଏ ଗୋଷ୍ଠୀ ଯୋଗାଯୋଗ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏବେ କଂଗ୍ରେସ ଓ ଶିବସେନା ନିଜ ନିଜର ବିଧାୟକମାନଙ୍କୁ ସିନା ହୋଟେଲରେ ରହିବା ପାଇଁ ବାଧ୍ୟ କରୁଛି, ମାତ୍ର ସରକାର ଗଠନ ହେବା ପରେ ଏହାର ଅନ୍ତଃ ଘଟିବ। ବିଶେଷକରି ଶିବସେନାର ଏକ ଗୋଷ୍ଠୀକୁ ନିଜ ସପକ୍ଷରେ ଆଣି ପାନେ ଦେବା ପାଇଁ ବିଜେପି ଉଦ୍ୟମ କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ