ଚିକିତ୍ସା ପାଇଁ ବିଦେଶ ଯିବେ ଶରିଫ୍‌, ସରକାର ଦେଲେ ଅନୁମତି


ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବର୍ତ୍ତମାନ ଜେଲ୍‌ଦଣ୍ଡ କାଟୁଥିବା ବେଳେ ସ୍ବାସ୍ଥ୍ୟ ଖରାପ କାରଣରୁ ଚିକିତ୍ସାଧୀନ ଅଛନ୍ତି। ତେବେ ଉନ୍ନତ ମାନର ଚିକିତ୍ସା ସକାଶେ ତାଙ୍କୁ ବିଦେଶ ପଠାଯିବ ବୋଲି ଜଣାପଡ଼ିଛି। ଦେଶର ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଭାବେ ଶାସନ କରିଥିବା ଶରିଫ୍‌ ୨୦୧୭ରେ ଏହି ପଦରୁ ତଡ଼ା ଖାଇବା ସହ ପରବର୍ତ୍ତୀ ସମୟରେ ଦୁର୍ନୀତି ଅଭିଯୋଗରେ ଜେଲ୍‌ଦଣ୍ଡାଦେଶ ପାଇଥିଲେ। ତେବେ ଜେଲ୍‌ ଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବରାବର ଅବନତି ଆସିଥିବା ବେଳେ ଗତ ମାସରେ ତାଙ୍କୁ ହୃଦ୍‌ଘାତ ମଧ୍ୟ ହୋଇଥିଲା। ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ବୋଲି ମଧ୍ୟ କହିସାରିଛନ୍ତି। ଜାମିନ୍‌ ପାଇଥିବା ଶରିଫ୍ ବର୍ତ୍ତମାନ ଲାହୋର୍‌ର ସିଟି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ବିଦେଶ ଯିବା ଉପରେ କଟକଣା ଥିବାରୁ ସେ ଚିକିତ୍ସା ପାଇଁ ବାହାରକୁ ଯାଇପାରିନାହାନ୍ତି। ତେବେ ରବିବାର ଏହି କଟକଣାକୁ ହଟାଇ ଦିଆଯାଇଛି ଓ ଦେଶର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍‌ କୁରୈଶୀ ଏହି ଘୋଷଣା କରିଛନ୍ତି।

କୁରୈଶୀ କହିଛନ୍ତି ଯେ ଆଇନଗତ କାରଣରୁ ଶରିଫ୍‌ଙ୍କ ବିଦେଶରେ ଚିକିତ୍ସା ସଂକ୍ରାନ୍ତ ପ୍ରସ୍ତାବକୁ ଗ୍ରହଣ କରାଯାଇପାରି ନ ଥିଲା। କିନ୍ତୁ ଏବେ ତାଙ୍କର ବିଦେଶରେ ଚିକିତ୍ସିତ ହେବାର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ ପରାମର୍ଶ ଦେବା ପରେ ଏହି କଟକଣାକୁ ହଟାଇ ଦିଆଯାଇଛି ବୋଲି କୁରୈଶୀ ମୁଲତାନଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। କିଛି ଦିନ ତଳେ ଶରିଫ୍‌ଙ୍କ ସମ୍ପର୍କୀୟମାନେ ତାଙ୍କୁ ବିଦେଶରେ ଚିକିତ୍ସା ସୁବିଧା ଯୋଗାଇଦେବା ସକାଶେ ଗସ୍ତ ଉପରେ ଥିବା କଟକଣାକୁ ହଟାଇବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତେବେ କୁରୈଶୀ ଏ ସଂକ୍ରାନ୍ତ ଅନୁରୋଧକୁ ରକ୍ଷା କରିବା ସହ ଶରିଫ୍‌ ତୁରନ୍ତ ସୁସ୍ଥ ହୋଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରନ୍ତୁ ବୋଲି କାମନା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।