କଶ୍ମୀର ପ୍ରସଙ୍ଗରେ ପୁଣି ମିଛ କହିଲା ପାକିସ୍ତାନ


ଭାରତର ଜମ୍ମୁ-କଶ୍ମୀରରୁ ଗତ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରଠାରୁ ଏପର୍ଯ୍ୟନ୍ତ ପାକିସ୍ତାନ ହଡବଡ଼େଇ ଯାଇଛି। କାରଣ ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ଦରବାରରେ ବାରମ୍ବାର ମିଛ କହିଚାଲିଛି। ଏବେ ପୁଣିଥରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି କଶ୍ମୀରକୁ ନେଇ ଭାରତ ଯାହା କହୁଛି ତାକୁ କୌଣସି ଅନ୍ତରାଷ୍ଟ୍ରୀୟ ସମୁଦାୟ କର୍ଣ୍ଣପାତ କରୁନାହାନ୍ତି।

କରତାରପୁର କରିଡର ଉଦ୍‌ଘାଟନ ପୂର୍ବରୁ କ୍ୟୁରେସି ଏକ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଅଗଷ୍ଟ ୫ ପରଠାରୁ ପାକିସ୍ତାନର ମୁଣ୍ଡ ଏକ ପ୍ରକାର ବିଗିଡି ଯାଇଛି। କାରଣ ଏହା ପରେ ପରେ ସେ ଭାରତଠାରୁ ପ୍ରାୟ ସବୁ ସମ୍ପର୍କ କାଟି ଦେଇଥିବା ବେଳେ ଏହାକୁ ନେଇ ସମୟ ସମୟରେ ଏମିତି କିଛି କଥା କହୁଛି, ଯାହା ପରେ ଆଲୋଚନାର ପରିସରକୁ ଚାଲି ଆସୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ