ଏନ୍‌ସିପି ଓ କଂଗ୍ରେସ କୋର୍ଟକୁ ବଲ୍‌ ଫିଙ୍ଗିଲା ଶିବସେନା


ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ସୋମବାର ମୁମ୍ବାଇ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଜାରି ରହିଛି। ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କ ବାସଭବନରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଜାରି ରହିଛି। ଏହି ବୈଠକରେ ଦଳର ବରିଷ୍ଠ ନେତାଙ୍କ ସହ ମହାରାଷ୍ଟ୍ର କଂଗ୍ରେସର ଅନେକ ନେତା ଉପସ୍ଥିତ ରହିଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କଗ୍ରେସର ଭୂମିକା କ’ଣ ରହିବ ତାହା ଉପରେ ଆଲୋଚନା ଚାଲିଛି।

ଏପଟେ ଏନ୍‌ସିପି ସୁପ୍ରିମୋ ଶରଦ୍‌ ପାୱାରଙ୍କ ବାସଭବନରେ ମଧ୍ୟ ଏନ୍‌ସିପି ନେତାଙ୍କ ଗହଳି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ରାଜ୍ୟପାଳ ଶିବସେନାକୁ ସରକାର ଗଠନ ନେଇ ସୋମବାର ସନ୍ଧ୍ୟା ୭ଟା ୩୦ ଭିତରେ ଜଣାଇବାକୁ କହିଥିବାରୁ ଏନ୍‌ସିପିର ଆଭିମୁଖ୍ୟ ନେଇ ଆଲୋଚନା ଚାଲିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏନ୍‌ସିପି ପ୍ରତିଶ୍ରୁତିବଦ୍ଧ ବୋଲି ବୈଠକରେ ଉପସ୍ଥିତ ଜଣେ ବରିଷ୍ଠ ନେତା କହିଛନ୍ତି।

ଅନ୍ୟପକ୍ଷରେ ଶିବସେନା ରାଜ୍ୟରେ ସରକାର ଗଠନ ନେଇ ଏନ୍‌ସିପି ଓ କଂଗ୍ରେସ ଠାରୁ ସମର୍ଥନ ପତ୍ର ପାଇବାକୁ ଅପେକ୍ଷା କରିଛି। କଂଗ୍ରେସ ଓ ଏନ୍‌ସିପି ସମର୍ଥନ ନେଇ ସ୍ପଷ୍ଟ କରିବା ପାରେ ହିଁ ଶିବସେନା ରାଜ୍ୟରେ ସରକାର ଗଠନ ପାଇଁ ସମର୍ଥ ବୋଲି ରାଜ୍ୟପାଳଙ୍କୁ ଅବଗତ କରିବାକୁ ଅପେକ୍ଷା କରିଛି। ତେଣୁ ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିବା ସମ୍ପୂର୍ଣ୍ଣ ଭାବେ ଏନ୍‌ସିପି ଓ କଂଗ୍ରେସର ସମର୍ଥନ ଉପରେ ହିଁ ନିର୍ଭର କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ