ଏନ୍‌ସିପିର ସର୍ତ୍ତ: ଶିବସେନା ଏନ୍‌ଡିଏରୁ ଓହରିଲେ ସମର୍ଥନ ଦିଆଯିବ


ବିଜେପି ସରକାର ଗଠନ ପାଇଁ ଦାବି କରିବ ନାହିଁ ବୋଲି କହିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରି ଶିବସେନାକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଭଳି ସ୍ଥିତିରେ ଶିବସେନାକୁ ସମର୍ଥନ ଦେବା ପାଇଁ ଏନ୍‌ସିପି ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏନ୍‌ସିପି ସର୍ତ୍ତ ରଖିଛି ଯେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଓହରିଲେ ଯାଇ ଉଦ୍ଧବ ଠାକ୍‌ରେଙ୍କ ଦଳକୁ ସମର୍ଥନ ଦିଆଯିବ।

ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ସଦସ୍ୟ ଥିବାବେଳେ ବିଜେପି ପାଖରେ ୧୦୫ ବିଧାୟକଙ୍କ ସମର୍ଥନ ରହିଛି। ମ୍ୟାଜିକ୍‌ ନମ୍ବର ନ ହେଲେ ସରକାର କରିବା ପାଇଁ ଦାବି କରାଯିବନି ବୋଲି ବିଜେପି ପୂର୍ବରୁ କହିସାରିଥିବାରୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ସତ୍ତ୍ୱେ ବିଜେପି ସରକାର ଗଠନ କରିବାକୁ ମନା କରିଛି।

ଶିବସେନାକୁ ସମର୍ଥନ ନେଇ ଏନ୍‌ସିପିର ମୁଖ୍ୟ ମୁଖପାତ୍ର ନୱାବ୍‌ ମାଲିକ୍‌ କହିଛନ୍ତି, ଶିବସେନାକୁ ପ୍ରଥମେ ଏନ୍‌ଡିଏରୁ ବାହାରିବାକୁ ହେବ, କାରଣ ଏହି ଦଳ ପାଖରେ ଏକ କ୍ୟାବିନେଟ୍‌ ପଦବୀ ଅଛି। ଏହି ଦଳ ଏନ୍‌ଡିଏ ନ ଛାଡ଼ିଲେ, ଆମେ ଅପେକ୍ଷା କରିବୁ ଏବଂ କ’ଣ ହେଉଛି ଅନୁଶୀଳନ କରିବୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ