ଫେସ୍‌ବୁକ୍‌ ଉପରେ ଅମିତାଭ ଖପ୍ପା, ପୋଷ୍ଟିଂ ପାଇଁ ଦହଗଞ୍ଜ


ମିଲେନିୟମ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସାଲ ନେଟୱର୍କିଂ ସାଇଟ୍‌ ଫେସ୍‌ବୁକ୍‌, ଟ୍ବିଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ବହୁତ ଆକ୍ଟିଭ୍‌ ରହିଛନ୍ତି। କିନ୍ତୁ ପ୍ରତ୍ୟେକ ଦିନ ବିଗ୍‌ ବିଙ୍କୁ ଏହି ସୋସାଲ ଆକାଉଣ୍ଟରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିଗ୍‌ ବି ଏହି ସବୁ ସୋସାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହିତ ସବୁବେଳେ ଯୋଡ଼ି ହୋଇ ରହିଛନ୍ତି ଓ ଲଗାତର ନିଜ ଅପ୍‌ଡେଟ୍‌ ଲୋକଙ୍କୁ ଦେଇଥାନ୍ତି। ଏପରିସ୍ଥଳେ ଯେତେବେଳେ ତାଙ୍କୁ ଏହି ସୋସାଲ ସାଇଟ୍‌ସରୁ କୌଣସି ସମସ୍ୟା ହୋଇଥାଏ, ସେତେବେଳେ ବିଗ୍‌ ବି ଏ ସମ୍ପର୍କରେ ନିଜ ପ୍ରଶଂସକଙ୍କ ସହିତ ନିହାତି ଶେୟାର କରିଥାନ୍ତି।

ବିଗ୍‌ ବି ପୁଣିଥରେ ଏକ ସମସ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି, ଯାହା ତାଙ୍କୁ ଫେସ୍‌ବୁକ୍‌ରୁ ମିଳୁଛି। ସୂଚନାଯୋଗ୍ୟ ଯେ ଅମିତାଭ ଫେସ୍‌ବୁକ୍‌ରେ ଶୁକ୍ରବାର ରାତିରେ କିଛି ପୋଷ୍ଟ କରିବାକୁ ଚାହୁଥିଲେ। କିନ୍ତୁ ଫେସ୍‌ବୁକ୍‌ ତାଙ୍କୁ ପୋଷ୍ଟ କରିବାକୁ ଅନୁମତି ଦେଇ ନ ଥିଲା। ଏପରିସ୍ଥଳେ ବିଗ୍‌ ବିଙ୍କୁ ବହୁତ ସମସ୍ୟା ହୋଇଛି। ଏଥିପାଇଁ ବିଗ୍‌ ବି ଫେସ୍‌ବୁକ୍‌ରେ ଏହି ପୋଷ୍ଟ କରିବା ଲାଗି ରାତି ୨ଟା ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ପୋଷ୍ଟ କରିପାରି ନ ଥିଲେ। ଏଥିପାଇଁ ଅମିତାଭ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।

ବିଗ୍‌ ବି ଗତ କିଛି ବର୍ଷ ହେଲାଣି ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। ବିଗ୍‌ ବି ଲେଖିଛନ୍ତି ଯେ ଏହା ତାଙ୍କୁ ବହୁତ ସମସ୍ୟାରେ ପକାଇଛି। କାରଣ ଫେସ୍‌ବୁକ୍‌ ତାଙ୍କୁ କିଛି ପୋଷ୍ଟ କରିବାକୁ ଅନୁମତି ଦେଉ ନାହିଁ। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଅମିତାଭ ବଲିଉଡ୍‌ରେ ନିଜର ୫୦ ବର୍ଷ ପୂରା କରିଛନ୍ତି। ଆଜିଠାରୁ ୫୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୭ ନଭେମ୍ବର ୧୯୬୯ରେ ‘ସାତ ହିନ୍ଦୁସ୍ତାନୀ’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ