ଆନ୍ଧ୍ରରେ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ: ଧର୍ମେନ୍ଦ୍ର


ବିଜୟୱାଡ଼ା/ଭୁବନେଶ୍ୱର: ଭାରତ ସରକାରଙ୍କ ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଆନ୍ଧ୍ର ପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବ। ଏ ନେଇ ଯୋଜନା ରହିଥିବା ଶୁକ୍ରବାର ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାରେ ନିଆଯାଇଥିବା ବିଭିନ୍ନ ତୈଳ, ଗ୍ୟାସ୍‌ ଓ ଇସ୍ପାତ୍ ପ୍ରକଳ୍ପର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର।ଏହାଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ହେବା ସହ ଯୁବକଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହି ଅବସରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହିସବୁ ତୈଳ ଓ ଗ୍ୟାସ୍ ପ୍ରକଳ୍ପକୁ ନିର୍ଦ୍ଧାରତ ସମୟ ସୁଦ୍ଧା ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ଧର୍ମେନ୍ଦ୍ର। ଆନ୍ଧ୍ର ପ୍ରଦେଶରେ ଏକ ଅଟୋନୋମସ୍ ପେଟ୍ରୋଲିୟମ୍‌ ଇନ୍‌ଷ୍ଟିଚ୍ୟୁସନ୍ ସ୍ଥାପନ କରାଯିବ। ଯାହା ଦେଶର ତୈଳ ଏବ ଗ୍ୟାସ୍‌ କ୍ଷେତ୍ରରେ କୁଶଳ କ୍ଷମତା ବିଶିଷ୍ଟ କାର୍ଯ୍ୟବଳ ତିଆରି କରିବାରେ ସହଯୋଗ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହି ଗସ୍ତ ଅବସରରେ ଧର୍ମେନ୍ଦ୍ର ସେଠାକାର ରାଜ୍ୟପାଳ ତଥା ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଥିଲେ। ରାଜ୍ୟପାଳଙ୍କ ସହ ଏଠାରେ ନିଆଯାଇଥିବା ବିଭିନ୍ନ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପ ଉପରେ ସୂଚିତ କରିଥିଲେ ଧର୍ମେନ୍ଦ୍ର। ବିଶେଷ ଭାବରେ କ୍ରୀଷ୍ଣା-ଗୋଦାବରୀ ବେସିନ୍‌, ଯାହା ଭବିଷ୍ୟତରେ ଭାରତର ଗ୍ୟାସ୍‌ ଚାହିଦାକୁ ପୂରଣ କରିବାର ବଡ଼ କ୍ଷମତା ରଖିଛି ଏ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ